ସକାଳ ସାଢେ ୮ଟା ସୁଦ୍ଧା ୩୫ ଡିଗ୍ରୀ ଉପରେ ୫ ସହରର ତାପମାତ୍ରା, ଝାରସୁଗୁଡାରେ ପାରଦ ୩୭ ଡିଗ୍ରୀ ପାର

Published By : Prameya-News7 Bureau | June 12, 2023 IST

ଭୁବନେଶ୍ବର ୧୨।୬: ରାଜ୍ୟରେ ଜାରି ରହିଛି ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ । ରାଜଧାନୀରେ ଆଜି ବି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଜାରି ରହିଛି । ସୋମବାର ସକାଳ ୮ଟା ୩୦ମିନିଟ୍ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୫.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

wp:html /wp:html

ସେହିଭଳି ଝାରସୁଗୁଡାରେ ୩୭.୨ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୬ ଡ଼ିଗ୍ରୀ, ହୀରାକୁଦରେ ୩୫.୪ ଡ଼ିଗ୍ରୀ, କେନ୍ଦୁଝରରେ ୩୫ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ, ବାଲେଶ୍ୱରରେ ୩୪.୨ ଡ଼ିଗ୍ରୀ, ଚାନ୍ଦବାଲିରେ ୩୪ ଡ଼ିଗ୍ରୀ, ପାରାଦୀପରେ ୩୨.୪ ଡ଼ିଗ୍ରୀ ଏବଂ ଗୋପାଳପୁରରେ ୩୨.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

wp:html /wp:html

ସେପଟେ ସୋମବାର ସକାଳ ୮ଟା ୩୦ ସୁଦ୍ଧା ଭୁବନେଶ୍ବରରେ ୬୫% ଆଦ୍ରତା ରେକର୍ଡ କରାଯାଇଛି । ସେହିଭଳି ପାରାଦୀପରେ ୮୩%, ଚାନ୍ଦବାଲିରେ ୮୦%, ଗୋପାଳପୁରରେ ୭୯%, ପୁରୀରେ ୭୬%, ବାଲେଶ୍ୱରରେ ୭୧%, ଭୁବନେଶ୍ୱରରେ ୬୫%, ହୀରାକୁଦରେ ୪୯%, କେନ୍ଦୁଝରରେ ୪୪%, ସମ୍ବଲପୁରରେ ୪୧% ଏବଂ ଝାରସୁଗୁଡାରେ ୩୩% ରେକର୍ଡ କରାଯାଇଛି ।

You Can Read :

wp:embed {"url":"https://www.prameyanews7.com/weather-update-in-odisha-274/","type":"wp-embed","providerNameSlug":"prameya-news-7"}
https://www.prameyanews7.com/weather-update-in-odisha-274/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.