ରାଜ୍ୟରେ କଲବଲ କରୁଛି ତାତି, ୩୯ ଡିଗ୍ରୀ ଟପିଲା ଭୁବନେଶ୍ବର ଓ ସମ୍ବଲପୁରର ତାପମାତ୍ରା

Published By : Prameya-News7 Bureau | May 25, 2023 IST

ଭୁବନେଶ୍ବର ୨୫।୫: ସାରା ରାଜ୍ୟରେ ଏବେ ଅସମ୍ଭାଳ ଗରମ । କଲବଲ କରୁଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ସକାଳୁ ସକାଳୁ ରହୁଛି ତାତିର ପ୍ରକୋପ । ପାରଦ ଉପର ମୁହାଁ । ଘରୁ ବାହାରିବା ହୋଇପଡୁଛି ମୁସ୍କିଲ । ୧୦ଟା ବାଜିଲେ ଆକାଶରୁ ବର୍ଷୁଛି ନିଆଁ । ବାହାରକୁ ବାହାରିଲେ ଲାଗୁଛି ସତେ ଯେମିତି ସୂର୍ଯ୍ୟ କରୁଛନ୍ତି ଅଗ୍ନି ବର୍ଷା । ଅସହ୍ୟ ଗରମ ସାଙ୍ଗକୁ ଲୋକଙ୍କୁ କଲବଲ କରୁଛି ଗୁଳୁଗୁଳି । ଏହାରି ଭିତରେ ସକାଳ ସାଢେ ୧୧ଟା ସୁଦ୍ଧା ରାଜଧାନୀର ପାରଦ ଟପିଛି ୩୯ ।

ଭୁବନେଶ୍ବର ଓ ସମ୍ବଲରପୁର ତାପମାତ୍ରା ୩୯.୨ ଡିଗ୍ରୀ ରହିଛି । ସେହିଭଳି ଝାରସୁଗୁଡ଼ାରେ ୩୮.୪, ହୀରାକୁଦରେ ୩୭.୪, ଚାନ୍ଦବାଲିରେ ୩୫.୬, କେନ୍ଦୁଝରରେ ୩୫.୦, ବାଲେଶ୍ବରରେ ୩୫, ପୁରୀ ୩୩.୦, ପାରାଦୀପରେ ୩୩.୪, ଗୋପାଳପୁର ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

wp:html /wp:html

ଉଲ୍ଲେଖଯୋଗ୍ୟ ଯେ, ବୁଧବାର ୫ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ପାର୍‌ କରିଥିଲା । ୯ଟି ସହର ୪୨ ଡିଗ୍ରୀ ଉପରେ ଥିଲା । ଏହାବାଦ୍‌ ଅନେକ ସହରରେ ପାରଦ ୩୯-୩୮ ଡିଗ୍ରୀ ପାଖାପାଖି ରହିଥିଲା । ପାଣିପାଗ ବିଭାଗର ଆକଳନ ହେଲା, ୨-୩ ଦିନ ପର୍ଯ୍ୟନ୍ତ ଏଭଳି ଅସ୍ୱାଭାବିକ ଗରମ ଜାରି ରହିବ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପଦାକୁ ଯିବାବେଳେ ସତର୍କତା ଅବଲମ୍ବନ କରିବା ନିହାତି ଆବଶ୍ୟକ ।

ବୁଧବାର ନୂଆପଡ଼ାରେ ତାପମାତ୍ରା ୪୪ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଝାରସୁଗୁଡ଼ା, ତାଳଚେର, ଅନୁଗୁଳରେ ୪୩ ଡିଗ୍ରୀ ଅଧିକ ରହିଥିଲା । ସମ୍ବଲପୁରରେ ୪୨.୯, ଭୁବନେଶ୍ୱରରେ ୪୨.୮, ସୋନପୁରରେ ୪୨.୫, ରାଉରକେଲାରେ ୪୨.୪, ଢେଙ୍କାନାଳରେ ୪୨.୩ ଡିଗ୍ରୀ ସେଲସିୟସ ରହିଥିଲା ।

ଜୁନ୍‌ ପହିଲାରୁ ଉପକୂଳରେ ଗୁଳୁଗୁଳି ଭୀଷଣ ହେବ । ଏଭଳିକି ଆଭ୍ୟନ୍ତରୀଣ ଅଞ୍ଚଳଠାରୁ ଉପକୂଳରେ ସେ ସମୟରେ ଅଧିକ ଗରମ ଅନୁଭୂତ ହୋଇପାରେ । ଜୁନ୍‌ ୨ ତାରିଖ ବେଳକୁ ଭୁବନେଶ୍ୱର ତାପମାତ୍ରା ୪୪-୪୫ ଡିଗ୍ରୀ ପର୍ଯ୍ୟନ୍ତ ଯାଇପାରେ । ବର୍ତ୍ତମାନ ଆକଳନ ଅନୁସାରେ ଜୁନ୍‌ ୬ ପର୍ଯ୍ୟନ୍ତ ତାତିରୁ ସେଭଳି ତ୍ରାହି ଆଶା ଦେଖାଯାଉନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.