ସରୁଛି ନଭେମ୍ବର କଡ଼ ଲେଉଟାଉଛି ଶୀତ; ଜାମ୍ମୁ-କାଶ୍ମୀରରେ ଶୂନରୁ ତଳକୁ ଖସିଲା ପାରା, ଦିଲ୍ଲୀ, ୟୁପି ଓ ଓଡ଼ିଶାରେ ରାତିରେ ସାମାନ୍ୟ ଶୀତ

Published By : Prameya-News7 Bureau | November 20, 2023 IST

ନୂଆଦିଲ୍ଲୀ: ନଭେମ୍ବର ମାସ ଶେଷ ହେଉଛି, ଧୀରେ ଧୀରେ ଶୀତ ବି ବଢ଼ୁଛି। ସୋମବାର ଦେଶର ବିଭିନ୍ନ ସ୍ଥାନରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଜାମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରେ ଆଜି ତାପାମାତ୍ରା ଶୂନ ଠାରୁ ତଳକୁ ୦.୮ରେ ରହିଥିଲା। ଧୂଆଁର ଏକ ମୋଟ ପରଦା ମଧ୍ୟ ଦେଖିବାକୁ ମିଳିଥିଲା।

Pollution In Indore: दीपावली पर इंदौर में दोगुना हुआ प्रदूषण का स्तर,  अत्यधिक खराब स्थिति में पहुंचा इंदौर - Pollution In Indore Pollution level  doubled in Indore on Diwali Indore ...

ଶ୍ରୀନଗରରେ ଏଭଳି ଥଣ୍ଡା ଯୋଗୁ ସେଠାକାର ଘରୋଇ ସ୍କୁଲ୍‌ଗୁଡ଼ିକର ଚିନ୍ତା ବଢ଼ିଛି। ସରକାର ଶୀଘ୍ର ଶୀତକାଳୀନ ଛୁଟି ଘୋଷଣା କରନ୍ତୁ ବୋଲି ଘରୋଇ ସ୍କୁଲ୍‌ଗୁଡ଼ିକ ଦାବି କରିଛନ୍ତି। ଦେଶର ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ସୋମବାର ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଓଡ଼ିଶା, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼ ଆଦି ରାଜ୍ୟରେ ରାତିରେ ତାପମାତ୍ରା ୧୫-୧୮ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସିଯାଇଛି। ତେବେ ଭୁବନେଶ୍ୱର ଓ କଟକରେ ତାପମାତ୍ର ୨୦ ଡିଗ୍ରୀ ସେଲ୍‌ସିୟସ ଭିତରେ ରହିଛି। ତେବେ ଦିନ ବେଳେ ତାପମାତ୍ରା ୩୦-୩୫ ଡିଗ୍ରୀ ସେଲ୍‌ସିୟସ ଭିତରେ ରହିଛି।

At 8.3 degrees, last night was the coldest yet of this winter in Delhi |  Latest News Delhi - Hindustan Times

ଦେଶର ଏକାଧିକ ରାଜ୍ୟରେ ତାପମାତ୍ରା ସିଙ୍ଗଲ ଡିଜିଟ୍‌କୁ ଖସି ଆସିଛି। ପଞ୍ଜାବର ଅଧିକାଂଶ ଅଞ୍ଚଳ, ହରିଆଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ତାପମାତ୍ରା ୧୦-୧୪ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ତଳକୁ ଖସି ଆସିଛି। ହରିଣାଆର ରିୱାଡ଼ି ଜିଲ୍ଲାରେ ତାପମାତ୍ରା ୯.୯ ଡିଗ୍ରୀ ସେଲ୍‌ସିୟସ ହୋଇଯାଇଥିବା ବେଳେ ରାଜସ୍ଥାନ ଫତହପୁରରେ ତାପମାତ୍ରା ୭.୨ ଡିଗ୍ରୀକୁ ଖସି ଆସିଛି।

{"width":838,"height":471}
IMD predicts Fresh spell of chill, dense fog in North India, parts of  central India

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.