ଆଜି ବି ତାତି ଜୋର, ଦିନ ସାଢେ ୧୧ଟା ସୁଦ୍ଧା ୪୩ ଟପିଲା ତାପମାତ୍ରା

Published By : Prameya-News7 Bureau | May 30, 2024 IST

ଭୁବନେଶ୍ବର ୩୦।୫: କାଲି ଭଳି ଆଜି ବି ତାତି ଜୋର । ଜଳୁଛି ସାରା ଓଡିଶା । ସକାଳୁ ସକାଳୁ ଗରମ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ କଲବଲ ହେଉଛନ୍ତି ଲୋକେ । ଦିନ ସାଢ଼େ ୧୧ଟା ସୁଦ୍ଧା ୪୩ ଟପିଲାଣି ତାତି ।

ଦିନ ସାଢ଼େ ୧୧ଟା ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଯାୟୀ, ଝାରସୁଗୁଡ଼ାରେ ସର୍ବାଧିକ ୪୩.୮ ଡିଗ୍ରୀ ତାତି ରହିଛି । ସମ୍ୱଲପୁରରେ ୪୧.୮, ରାଉରକେଲାରେ ୪୧.୬ ଓ ହୀରାକୁଦରେ ୪୧.୪ ଡିଗ୍ରୀ ତାପମାତ୍ରା ରହିଛି । 

ସେପଟେ ଅସହ୍ୟ ଖରା, ଗୁଳୁଗୁଳି ନେଇ ସତର୍କ କରାଇଲେ ସ୍ବତନ୍ତ୍ର ରିଲିଫ୍ କମିଶନର ସତ୍ୟବ୍ରତ ସାହୁ । ସ୍ବାସ୍ଥ୍ୟ ସଚିବ ଏବଂ ସବୁ ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି । ଅଂଶୁଘାତ ମୁକାବିଲା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି । ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ସତର୍କତା ଜାରି କରାଯାଇଛି । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ୨ରୁ ୩ଡିଗ୍ରୀ ବଢ଼ିବ ତାତି । ଖରା ପାଇଁ ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । CHC/PHC, ଉପଖଣ୍ଡ ଏବଂ ଜିଲ୍ଲା ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କୁ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।

You Can Read :

ଅସହ୍ୟ ଖରା, ଗୁଳୁଗୁଳି ନେଇ ସତର୍କ କରାଇଲେ SRC, ସ୍ବାସ୍ଥ୍ୟ ସଚିବ ଏବଂ ସବୁ ଜିଲ୍ଲାପାଳଙ୍କୁ ଚିଠି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.