ସାଉଥ ଅଭିନେତା ସୁଧୀର ବର୍ମାଙ୍କ ଆତ୍ମହତ୍ୟା, ଇଣ୍ଡଷ୍ଟ୍ରିରେ ଶୋକର ଛାୟା
25/01/2023 at 9:17 AM

ମୁମ୍ଵାଇ ୨୫।୦୧: ସାଉଥ ଅଭିନେତା ସୁଧୀର ବର୍ମା । ୨୩ ଜାନୁଆରୀ ଅର୍ଥାତ୍ ସୋସବାର ତାଙ୍କର ମୃତ୍ୟୁ ହୋଇଛି । ବିଶାଖାପାଟନମ ସ୍ଥିତ ତାଙ୍କ ଘରେ ଆତ୍ମହତ୍ୟା କରିଥିଲେ। ଏହି ଖବରକୁ ତେଲୁଗୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭେଙ୍କି କୁଦୁମୁଲା ନିଶ୍ଚିତ କରିଛନ୍ତି। ସୋସିଆଲ ମିଡିଆରେ ଲେଖିଛନ୍ତି, “ବେଳେବେଳେ ସବୁଠାରୁ ସୁନ୍ଦର ହସ ବହୁତ ଯନ୍ତ୍ରଣାକୁ ଲୁଚାଇଥାଏ … ତୁମେ ଏହା କରିବା ଉଚିତ୍ ନୁହେଁ … ତୁମର ଆତ୍ମା କୁ ଶାନ୍ତି ମିଳୁ। ଏହି ଖବର ଯୋଗୁଁ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ଦୁଃଖର ଲହରୀ ଖେଳିଯାଇଛି ।
ତାଙ୍କ କୋ ଆକ୍ଟର ସୁଧାକର କୋମାକୁଲା ମଧ୍ୟ ଟ୍ୱିଟରରେ ନିଜର ଫଟୋ ସେୟାର କରି ଦୁଃଖ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ସୁଧୀର! ଏପରି ଏକ ସୁନ୍ଦର ବ୍ୟକ୍ତି ତୁମକୁ ଜାଣିକି ଏବଂ ତୁମ ସହିତ କାମ କରିବା ବହୁତ ଭଲ ଲାଗିଥିଲା ଭାଇ । ତୁମେ ଆଉ ଏହି ଦୁନିଆରେ ନାହଁ ବୋଲି ବିଶ୍ୱାସ କରିପାରିବ କରିପାରୁ ନାହିଁ “। ସୁଧୀରଙ୍କ ମୃତ୍ୟୁ ଖବର ଶୁଣି ସାଉଥ ଇଣ୍ଡଷ୍ଟ୍ରିର ଅନେକ ଲୋକ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ସେ କାହିଁକି ଆତ୍ମହତ୍ୟା ଭଳି ଏକ ବଡ ପଦକ୍ଷେପ ନେଇଥିଲେ, ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
କହିବାକୁ ଗଲେ ୨୦୧୩ରେ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସୁଧୀରଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ‘ସ୍ୱାମୀ ରା ରା’ । ଏହା ପରେ ସେ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର କରିଥିଲେ। କିନ୍ତୁ ସେ ୨୦୧୬ ମସିହାରେ ଫିଲ୍ମ ‘କୁଡନାପୁ ବୋମ୍ମା’ରୁ ପରିଚୟ ପାଇଥିଲେ।