ଦନ୍ତା ଆକ୍ରମଣରେ ଦମ୍ପତ୍ତିଙ୍କ ସହ ୪ ବର୍ଷର ଶିଶୁପୁତ୍ର ଗୁରୁତର
16/01/2023 at 9:46 AM

ତେଲକୋଇ ୧୬।୦୧ : ଦନ୍ତା ଆକ୍ରମଣରେ ଦମ୍ପତ୍ତିଙ୍କ ସହ ୪ ବର୍ଷର ଶିଶୁପୁତ୍ର ଗୁରୁତର। ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟ ଜୁଆଙ୍ଗ ସାହି ଜଙ୍ଗଲ ରାସ୍ତାରେ ଏଭଳି ଅଭାବନୀୟ ଘଟଣା ଘଟଛି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ଢେଙ୍କାନାଳ ରୋଢଙ୍ଗ ଗାଁର ସତ୍ୟା ଦେହୁରୀଙ୍କ ପରିବାର ନମକାନୀ ଗାଁର କେଦାର ମହାନ୍ତଙ୍କ ଘରକୁ ବୁଲି ଆସିଥିଲେ। ରବିବାର ସପରିବାର ଯାତ୍ରା ଦେଖି ଫେରୁଥିବା ବେଳେ ଗୋଠଛଡା ଦନ୍ତାଟି ଆକ୍ରମଣ କରିଥିଲା । ହାତୀଟି ପ୍ରଥମେ ସ୍ତ୍ରୀଙ୍କୁ ଶୁଣ୍ଢରେ କଚାଡିବା ପରେ ସ୍ତ୍ରୀଙ୍କୁ ବଞ୍ଚାଇବା ପାଇଁ ସ୍ବାମୀ ଯାଉଥିବା ବେଳେ ଶିଶୁପୁତ୍ର ସହ ତାଙ୍କୁ ମଧ୍ୟ ଶୁଣ୍ଢରେ କଚାଡି ଦେଇଥିଲା। ପଛରେ ଆସୁଥିବା ଅନ୍ୟ ଲୋକଙ୍କ ପାଟି ଶୁଣି ହାତୀଟି ପଳାଇଥିଲା।
ତେବେ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ସମସ୍ତଙ୍କୁ କେନ୍ଦୁଝର ଜିଲ୍ଲା ମୂଖ୍ଯ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।