Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ୍‌ଙ୍କ ଧମାକାରଦାର୍‌ ବ୍ୟାଟିଂ, ହାସଲ କଲେ ୪୪ ତମ ଶତକ
  • ||
  • ଇଷାନ୍‌ କିଷାନ୍‌ଙ୍କ ଜବରଦସ୍ତ ବ୍ୟାଟିଂ, ଦିନିକିଆ କ୍ରିକେଟ୍‌ରେ ହାସଲ କଲେ ପ୍ରଥମ ଦ୍ୱିଶତକ
  • ||
  • ଭୁବନେଶ୍ୱର: ଅର୍ଚ୍ଚନା ନାଗ ଗିରଫ ମାମଲା, କୋର୍ଟଙ୍କ ଅନୁମତି ପରେ ତଥ୍ୟ ଦେଲା ଖଣ୍ଡଗିରି ପୋଲିସ
  • ||
  • ଭୁବନେଶ୍ୱର: ‘ମାଣ୍ଡସ୍’ ପ୍ରଭାବ, ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା
  • ||
  • ନୟାଗଡ: ଫତେଗଡ ଥାନା ପୋଲିସକୁ ସଫଳତା, ଧରାପଡିଲେ ଦୁଇ ଆନ୍ତରାଜ୍ୟ ଲୁଟେରା
  • ||
  • ଭୁବନେଶ୍ୱର: ରିମାଣ୍ଡର ୬ ଦିନ ପରେ ବି ମୁହଁ ଖୋଲୁନାହାଁନ୍ତି ଅର୍ଚ୍ଚନା, ପଚାରି ପଚାରି ହାଲିଆ ଇଡି
  • ||

ଟିଭି ଅଭିନେତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଆତଙ୍କବାଦୀ, ଭଣଜାଙ୍କ ଅବସ୍ଥା ଗୁରୁତର

25/05/2022 at 9:45 PM

ଶ୍ରୀନଗର: ଟେଲିଭିଜନ ଅଭିନେତ୍ରୀ ଓ ତାଙ୍କ ଭଣଜାଙ୍କୁ ଗୁଳିମାରିଲେ ଆତଙ୍କବାଦୀ। ଏଥିରେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବୁଧବାର(ମେ ୨୫) କାଶ୍ମୀର ବୁଡଗାମ ଜିଲ୍ଲା ହିସ୍ରୋ ଚନ୍ଦୁରାରେ ଏଭଳି ଘଟଣା ଘଟିଛି। ଜାମ୍ମୁ-କାଶ୍ମୀର ପୁଲିସ ଏନେଇ ମିଡିଆକୁ ସୂଚନା ଦେଇଛନ୍ତି।

ଅଭିନେତ୍ରୀ ଅବ୍ରୀନ ଓ ତାଙ୍କ ୧୦ ବର୍ଷର ଭଣଜାଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ। ଅଭିନେତ୍ରୀଙ୍କ ଘର ବାହାରେ ତାଙ୍କୁ ଗୁଳି କରାଯାଇଥିବା ପୁଲିସ କହିଛି। ଆତଙ୍କବାଦୀମାନେ ଗୁଳି କରିବା ପରେ ତୁରନ୍ତ ସେମାନଙ୍କୁ ହସ୍‌ପିଟାଲ୍‌କୁ ନିଆଯାଇଥିଲା ବୋଲି ପୁଲିସ କହିଛି।

ଡାକ୍ତରଖାନାରେ ଉଭୟଙ୍କ ଚିକିତ୍ସା ଚାଲିଥିବା ବେଲେ ଅବ୍ରୀନଙ୍କ ଅବସ୍ଥା ଗୁରୁତର ରହିଥିଲା। ହେଲେ ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ଅନ୍ୟପଟେ ତାଙ୍କ ଭଣଜାଙ୍କ କାନ୍ଧରେ ଗୁଳି ବାଜିଥିବାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି ବୋଲି ପୁଲିସ ସୂଚନା ଦେଇଛି। ଏହି ଘଟଣା ପରେ ପୁଲିସ ପକ୍ଷରୁ ପୂରା ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।  

   Related Posts