ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ସଡକ ଦୁର୍ଘଟଣାରେ ପାଞ୍ଚ ମୃତ, ଦେଶରେ ଲକ୍‌ଡାଉନ୍‌ ଘୋଷଣା ପରେ ଘରକୁ ଫେରୁଥିଲେ ଶ୍ରମିକ

28/03/2020 at 9:20 AM

ଶ୍ୟାମସାବାଦ ୨୮।୦୩: କରୋନା ଭାଇରସ ନେଇ ସାରାଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ତେବେ ଲକ୍‌ଡାଉନ୍‌ ସମୟରେ ସଡଡ ଦୁର୍ଘଟଣାରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ ଗାଡିରେ ମୋଟ ୩୦ଜଣ ଯାତ୍ରୀ ଯାତ୍ରୀ କରୁଥିଲେ । ତେବେ ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ମୃତକ ସମସ୍ତେ କର୍ଣ୍ଣାଟକର ରାୟଚୁର ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ,  ତେଲେଙ୍ଗାନାର ଶ୍ୟାମସବାଦରେ ଦୁର୍ଘଟଣା ଘଟିଛି । ସାରାଦେଶରେ ଲକ୍‌ଡାଉନ୍ ଘୋଷଣା ହେବା ପରେ କିଛି ଶ୍ରମିକମାନେ ତେଲେଙ୍ଗାନର ସୂର୍ଯ୍ୟପେଟ୍‌ରୁ କର୍ଣ୍ଣାଟକର ରାୟଚୁର ନିଜ ଘରକୁ ଫେରୁଥିଲେ । ତେବେ ଏହି ବିପରୀତ ଦିଗରୁ ଆସୁଥିବା ଏକ ମିନି ଟ୍ରକ ସହିତ ଧକ୍କା ହୋଇଥିଲା  ଶ୍ରମିକ ନେଇ ଯାଉଥିବା ମିନି ଟ୍ରକ । ଯାହାଫଳରେ ରାସ୍ତାକଡରେ ମାଡ ହୋଇଯାଇଥିଲା ମିନିଟ୍ରକ । ତେବେ ଦୁର୍ଘଟଣାରେ ପାଞ୍ଚଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଛଅ ଜଣ ଗୁରୁତର ଥିବା ଜଣାପଡିଛି । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣାସମୟରେ ଗାଡିରେ ୩୦ଜଣ ଉପସ୍ଥିତ ଥିଲେ ବୋଲି ଜଣପଡିଛି ।

   Related Posts