କାଲି ନବୀନ ନିବାସରେ କେ. ଚନ୍ଦ୍ରଶେଖର ରାଓ ଓ ନବୀନଙ୍କ ହେବ ଭେଟଘାଟ : ଜାଣନ୍ତୁ କଣ ହେବ ଆଲୋଚନା

Published By : Prameya-News7 Bureau | December 22, 2018 IST

ଭୁବନେଶ୍ବର୨୨|୧୨: କାଲି ନବୀନ ନିବାସରେ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ନବୀନଙ୍କ ହେବ ଭେଟଘାଟ । ନବୀନଙ୍କ ଆତିଥ୍ୟେୟତା ଗ୍ରହଣ କରି ନବୀନ ନିବାସରେ ରାତ୍ରୀଯାପନ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  କେସିଆର । ଏହି ଦୁଇ ନେତାଙ୍କ ଭିତରେ କଣ ହେବ ଆଲୋଚନା ତାକୁ ନେଇ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା । କୁହାଯାଉଛି ୨୦୧୯ ରାଜନୀତି ଦୃଶ୍ୟପଟ ଉପରେ ଏହି ଦୁଇ ନେତା ଆଲୋଚନା କରିବେ । ବିଶେଷକରି ଜାତୀୟ ସ୍ତରରେ ବିଜେପି ଓ କଂଗ୍ରେସକୁ ବାଦ୍ ଦେଇ ତୃତୀୟ ମେଣ୍ଟ ଗଠନରେ ଆଞ୍ଚଳିକ ଦଳଙ୍କ ଭୂମିକା ଉପରେ ଆଲୋଚନା ହେବ ବୋଲି ଆକଳନ କରାଯାଉଛି ।

{"id":66331,"width":592,"height":333}

କେ. ଚନ୍ଦ୍ରଶେଖର ରାଓ ଓ ନବୀନଙ୍କ ଭିତରେ ହେବ ଜାତୀୟ ରାଜନୈତିକ ଦୃଶ୍ୟପଟ ଉପରେ ମାନସ ମନ୍ଥନ । ନବୀନ ନିବାସରେ ଡିନର ଟେବୁଲ ଉପରେ ବସି ଜାତୀୟ ରାଜନୀତିରେ ଏହି ଦୁଇଦଳର ଭୂମିକା କଣ ହେବ ତାକୁ ନେଇ ଦୁଇ ନେତା କରିବେ ଆଲୋଚନା । ଯେହେତୁ ଉଭୟ ନବୀନ ଓ କେସିଆର କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରକ୍ଷାକରି ରାଜନୀତି କରୁଥିବା ଦାବି କରୁଛନ୍ତି ସେଥିପାଇଁ ୨୦୧୯ ନିର୍ବାଚନ ପରେ କଂଗ୍ରେସ କିମ୍ବା ବିଜେପି କ୍ଷମତାକୁ ଆସିଲେ ସେମାନଙ୍କ ସହ କିଭଳି ମୂଲଚାଲ ହେବ ସେନେଇ ଦୁଇ ନେତା ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିପାରନ୍ତି

{"id":66333,"width":587,"height":330}

ଚର୍ଚ୍ଚା ହେଉଛି ଏହି ଦୁଇ ନେତା ୨୦୧୯ ନିର୍ବାଚନ ପରେ ଜାତୀୟ ରାଜନୀତିରେ ବଡ ଭୂମିକା ନେବା ଯୋଜନାରେ ଅଛନ୍ତି । ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପ୍ରସଙ୍ଗରେ ସବୁଦଳ ନେତାଙ୍କୁ ବିଜେଡି ଭେଟିବା ଏହି ଗେମ୍ ପ୍ଲାନର ଏକ ଅଂଶ ବୋଲି ଧରାଯାଉଛି । ବିଜେଡି କିନ୍ତୁ ଏବେଠୁ ଏପ୍ରସଙ୍ଗରେ କାର୍ଡ ଖୋଲିବାକୁ ଚାହୁଁନି । 

{"id":66332,"width":590,"height":332}

  

ବିଜେଡି ଭିତରେ ଆଲୋଚନା ଚାଲିଛି ଦଳ ଏଣିକି ଜାତୀୟ ରାଜନୀତିରେ ଚୁପ୍ ନରହି ବିଭିନ୍ନ ପ୍ରସଙ୍ଗରେ ମୁହଁ ଖୋଲିବ । ୨୦୧୯ ପରେ ପରିବର୍ତ୍ତିତ ମୁଦ୍ରାରେ ଦେଖିବାକୁ ମିଳବ ବିଜେଡିକୁ । ଏମିତିକି ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ରଖୁଥିବା ଦଳଙ୍କ ସହ ଭଲ ସଂପର୍କ ରକ୍ଷାକରି ଏକ ପ୍ରେସର ଗ୍ରୁପ ଭଳି କାମ କରିବ ବିଜେଡି । କଂଗ୍ରେସ ଓ ବିଜେପି କିନ୍ତୁ ବିଜେଡିର ଏଭଳି ଭୂମିକାକୁ ଗୁରୁତ୍ବ ଦେଇନାହାଁନ୍ତି । ନବୀନ ମଝିରେ ମଝିରେ ଏଭଳି କିଛି ଆଞ୍ଚଳିକ ଦଳର ନେତାଙ୍କ ସହ ଭେଟଘାଟ କରି ଚର୍ଚାରେ ରହନ୍ତି ସିନା କୌଣସି ଚର୍ଚା ଦାନା ଧରେନି ।

କେସିଆର ନବୀନଙ୍କୁ ଭେଟିବା ପରେ ସିଧା ଯିବେ ମମତା ବାନାର୍ଜିଙ୍କୁ ଭେଟିବାକୁ । ଏହାପରେ ଅଖିଳେଶ ଯାଦବ ଓ ମାୟାବତୀଙ୍କୁ ମଧ୍ୟ ଭେଟିବେ । କେସିଆର ଏଭଳି ନେତାଙ୍କୁ ଭେଟିବା ପଛରେ ମୂଳଲକ୍ଷ୍ୟ କଂଗ୍ରେସ ଓ ବିଜେପି ସହ ଗଠବନ୍ଧନ କରିବାରେ ଅନିଛୁକ ଥିବା ଏହିସବୁ ଆଞ୍ଚଳିକ ଦଳଙ୍କୁ ଏକ କରିବା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.