ଆକ୍ସନରେ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୧୦ ବରିଷ୍ଠ ଅଧିକାରୀଙ୍କୁ ଚାକିରିରୁ କଲେ ବିଦା

Published By : Prameya-News7 Bureau | December 24, 2022 IST

ନୂଆଦିଲ୍ଲୀ: ଦୂରସଂଚାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୁଗ୍ମ ସଚିବଙ୍କ ସହ ଟେଲିକମ୍ ବିଭାଗର ୧୦ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ସମ୍ପର୍କିତ ଦସ୍ତାବିଜ ଉପରେ ମୋହର ମାରିଛନ୍ତି । ଦୁର୍ନୀତିକୁ ପ୍ରସୟ ନଦେବା ନୀତି ଏବଂ 'କାମ କର ନହେଲେ କାମ ଛାଡ' ଅଭିଯାନ ଅନ୍ତର୍ଗତରେ ଅଧିକାରୀଙ୍କୁ ଚାକିରିରୁ ବିଦା କରିଛନ୍ତି । ରିପୋର୍ଟ ଅନୁସାରେ ଶନିବାର ଏହି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ପ୍ରଥମ ଥର ପାଇଁ ଦୂରସଂଚାର ବିଭାଗର କର୍ମଚାରୀଙ୍କୁ ସିସିଏସ ନିୟମ, ୧୯୭୨ର ପେନସନ ନିୟମ ୪୮ର ଧାରା ୫୬(ଜେ)ରେ ଅନ୍ତର୍ଗତରେ ଚାକିରିକୁ ବିଦା କରାଯାଇଛି ।

ସୂତ୍ର ଅନୁସାରେ, ଟେଲିକମ ମନ୍ତ୍ରୀ ଦୁର୍ନୀତିକୁ ସ୍ୱୀକାର ନ କରିବା ନେଇ ସରକାରଙ୍କ ନୀତିରେ ବିଭାଗର ୧୦ ବରିଷ୍ଠ ଅଧିକାରୀଙ୍କୁ ଚାକିରିକୁ ବିଦା କରିଛନ୍ତି । ଏହି ୧୦ ଅଧିକାରୀଙ୍କ ମଧ୍ୟରୁ ୯ ଅଧିକାରୀ ନିର୍ଦ୍ଦେଶକ ସ୍ତରରେ କାମ କରୁଥିଲେ । ଜଣେ ଯୁଗ୍ମ ସଚିବ ଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ନିଷ୍ପତ୍ତି ପ୍ରତିବର୍ଷ ସରକାରଙ୍କ ଦ୍ୱାରା ପାଳନ କରାଯାଉଥିବା 'ସୁଶାସନ ଦିବସ' ପୂର୍ବ ସଂଧ୍ୟାରେ ନେଇଛନ୍ତି ।

ଏହା ପୂର୍ବରୁ ସେପ୍ଟେମ୍ୱର ମାସରେ କେନ୍ଦ୍ରମନ୍ତ୍ରୀଙ୍କ ବୈଠକରେ ଶୋଇବା ମାମଲାରେ ବିଏସଏନଏଲର ଜଣେ ବରିଷ୍ଠ ଅଧିକାରୀଙ୍କୁ ସେବାରୁ ନିବୃତ କରାଯାଇଥିଲା । ରେଲୱେ ବିଭାଗରେ ମଧ୍ୟ ପ୍ରାୟ ୪୦ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଖରେ ରେଲୱେ ମନ୍ତ୍ରାଳୟ ମଧ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.