ପବିତ୍ର ରିସ୍ତା ୨.୦ର ଷ୍ଟାର କାଷ୍ଟ ଘୋଷଣା : ସୁଶାନ୍ତ ସିଂ ରାଜପୁତଙ୍କ ସ୍ଥାନରେ ମାନବ ଭୂମିକାରେ ନଜର ଆସିବେ ଶାହିର, ଅର୍ଚ୍ଚନା ହେବେ ଅଙ୍କିତା ଲୋଖଣ୍ଡେ

Published By : Prameya-News7 Bureau | July 12, 2021 IST

ନୂଆଦିଲ୍ଲୀ ୧୨/୭ : ଏକତା କପୁରଙ୍କ ଲୋକପ୍ରିୟ ଟେଲି ଧାରାବାହିକ ‘ପବିତ୍ର ରିସ୍ତା ୨.୦’ ର ଷ୍ଟାର କାଷ୍ଟ ଘୋଷଣା କରାଯାଇଛି। ଏହା ଡିଜିଟାଲ ପ୍ଲାଟଫର୍ମ ALT ବାଲାଜୀରେ ଆସୁଥିବାକୁ ଯାଉଛି । ଏହି ପପୁଲାର ଶୋ’ରେ ଅଭିନେତା ଶାହିର ଶେଖ ମାନବଙ୍କ ଭୂମିକାରେ ନଜର ଆସିବେ। ପୂର୍ବରୁ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମାନବ ଭୂମିକାରେ ଦେଖିବାକୁ ମିଳିଥିଲା। ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଏବେ ଏହି ସିରିଏଲରେ ଅର୍ଚ୍ଚନା ଭୂମିକାରେ ପୁଣି ଥରେ ଦେଖିବାକୁ ମିଳିବ ।

{"id":479395,"width":824,"height":464,"sizeSlug":"large","linkDestination":"none"}

ଡିଜିଟାଲ ଷ୍ଟ୍ରିମିଙ୍ଗ ପ୍ଲାଟଫର୍ମରେ ALT ବାଲାଜୀ ନିଜର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟାର୍ସମାନଙ୍କର କିଛି ଫଟୋ ସେୟାର କରିଛି । ପ୍ରଥମ ଫଟୋରେ ଶାହିର ଶେଖ ଓ ଅଙ୍କିତା ଲୋଖଣ୍ଡେ ସହ କ୍ଲାପବୋର୍ଡ ଧରି ପୋଜ ଦେଇଥିବାର ନଜର ଆସିଛନ୍ତି ।  ଏବଂ ଦ୍ବିତୀୟ ଫଟୋରେ  ଉଷା ନାଡକର୍ଣ୍ଣିଙ୍କ ସହ ଶାହିର ଶେଖ୍ ପୋଜ ଦେଉଥିବାର ନଜର ଆସିଛନ୍ତି । ଏହା ପରେ ତୃତୀୟ ଫଟୋରେ ଅଙ୍କିତାଙ୍କ ସିଙ୍ଗଲ ଫଟୋ ଦେଖିବାକୁ ମିଳିଛି । ଚତୁର୍ଥ ଫଟୋରେ ରଣଦୀପ ରାୟ ଓ ଦେବ ଡି..ଅଭିନେତ୍ରୀ ଅସୀମା ବର୍ଦ୍ଧନ ନଜର ଆସିଛନ୍ତି । ଏହି ଶୋ ରେ ରଣଦୀପ ରାୟ, ମାନବଙ୍କ ସାନ ଭାଇ ଭୂମିକାରେ ନଜର ଆସିବେ । ଅସୀମା ବର୍ଦ୍ଧନ, ରଣଦୀପ ରାୟଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ଦେଖିବାକୁ ମିଳିବ ।

{"id":479396,"width":837,"height":471,"sizeSlug":"large","linkDestination":"none"}

ପବିତ୍ର ରିସ୍ତା ୨.୦ ର କାଷ୍ଟ ଘୋଷଣା କରିବା ସହ କ୍ୟାପସନରେ ଲେଖାଯାଇଛି ଯେ ବେଳେ ବେଳେ ସାମନ୍ୟ ଜୀବନରେ ଆମକୁ ସବୁଠାରୁ ଅସାଧାରଣର ପ୍ରେମ କାହାଣୀ ମିଳିଥାଏ । ମାନବ ଓ ଅର୍ଚ୍ଚନାଙ୍କ ଅସାଧାରଣ ପ୍ରେମ କାହାଣୀ ଏକ ଉଦାହରଣ ଅଟେ, ପୁଣି ଥରେ ଫେରୁଛି ପବିତ୍ର ରିସ୍ତା । ଏହା ALT Balaji ରେ ଖୁବ୍ ଶୀଘ୍ର ଆସିବ । ଏହାକୁ କେବଳ ALT Balaji ରେ ଦର୍ଶକ ଦେଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.