Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ଆଜି ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଭୋଟିଂ

7/12/2018 at 9:14 AM

ନୂଆଦିଲ୍ଲୀ ୦୭|୧୨: ଆଜି ତେଲେଙ୍ଗାନା ଓ ରାଜସ୍ଥାନ ବିଧାନସଭା ପାଇଁ ନିର୍ବାଚନ ।  ଆଜି ସକାଳ ୭ଟାରୁ  ହାଇଦ୍ରାବାଦରେ ମତଦାନ ଆରମ୍ଭ ହୋଇଛି । ସେହିପରି ରାଜସ୍ଥାନରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି ।

ତେଲେଙ୍ଗାନାରେ ୧୧୯ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ୧୩ଟି ମାଓ ଉପଦ୍ରୁତ ଆସନରେ ଅପରାହ୍ନ୪ଟାରେ ମତଦାନ ଶେଷ ହେବ । ରାଜ୍ୟରେ ୩୧ଟି ଜିଲ୍ଲାରେ ୩୩ ହଜାର ପୋଲିଂ ବୁଥ୍ ପ୍ରତିଷ୍ଠା କରାଯାଇଛି । ସୁରକ୍ଷାପାଇଁ ୧ ଲକ୍ଷ ୬୦ ହଜାର ପୋଲିସ ଓ ଅର୍ଦ୍ଧସାମରିକ ବାହିନୀର ଯବାନଙ୍କୁ ନିୟୋଜିତ କରାଯାଇଛି । ରାଜ୍ୟରେ ୨କୋଟି ୮୦ଲକ୍ଷରୁ ଅଧିକ ଭୋଟର ୧୮ଶହ୨୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

ସେହିପରି ରାଜସ୍ଥାନରେ ୧୯୯ଟି ବିଧାନସଭା ଆସନ ପାଇ ଚାଲିଛି ମତଦାନ । ମୋଟ୍ ୫୨ ହଜାର ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଥିବା ବେଳେ ପ୍ରତି ନିର୍ବାଚନମଣ୍ଡଳୀରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ବୁଥ୍ ତିଆରି କରାଯାଇଛି ।  ନିର୍ବାଚନ ପାଇଁ ୨ ଲକ୍ଷରୁ ଅଧିକ ଇଭିଏମ୍ ଓ ଭିଭିପିଏଟି ମେସିନ୍ ପ୍ରସ୍ତୁତ ରଖାଯାଇଛି । ରାଜ୍ୟରେ ପ୍ରଥମଥର ପାଇଁ ଭିଭିପିଏଟି ମେସିନ୍ ବ୍ୟବହାର ହେବାକୁ ଯାଉଛି । ରାଜ୍ୟର ପ୍ରାୟ ୪.୭୬ କୋଟି ଭୋଟର୍ ପାଖାପାଖି ୨ହଜାର ୨୦୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ।  ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।   ମତଦାନ ବେଳେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

   Related Posts