ବାୟୁସେନା ପ୍ରଶିକ୍ଷଣ ଯୁଦ୍ଧ ବିମାନ କ୍ରାସ୍; ଦୁଇ ପାଇଲଟ୍ ମୃତ

Published By : Prameya-News7 Bureau | December 04, 2023 IST

ହାଇଦ୍ରବାଦା: ବାୟୁସେନା ଯୁଦ୍ଧ ବିମାନ କ୍ରାସ୍ । ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେଲଙ୍ଗାନାର ମେଦକ ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି । ଏହି ଟ୍ରେନିଂ ଫାଇଟର ଜେଟରେ ଥିବା ପାଇଲଟ୍ ଏବଂ ଟ୍ରେନି ପାଇଲଟଙ୍କ ମୃତ୍ୟୁ ହୋଇଛି ।  

wp:html /wp:html

ବାୟୁସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ତେଲଙ୍ଗାନାର ଡିଣ୍ଡିଗୁଲ ଥିବା ଏୟାରଫୋର୍ସ ଏକାଡେମୀରୁ ପିସି-୭ ଏମକେ-୨ ପ୍ରଶିକ୍ଷଣ ଯୁଦ୍ଧ ବିମାନ ସୋମବାର ସକାଳୁ ଉଡ଼ାଣ ଭରିଥିଲା । ହେଲେ ୮ଟା ୫୫ ମିନିଟରେ ବିମାନ କ୍ରାସ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ପାଇଲଟ୍ ଗମ୍ଭୀର ଆହତ ହୋଇଥିଲେ । ପରେ ସେମାନଙ୍କର ମୃତ୍ୟୁ ହୋଇଛି । ଏହି ଯୁଦ୍ଧ ବିମାନଟି ଜନବସତି ଏରିଆରେ ଖସିପଡ଼ିଥିଲେ ମଧ୍ୟ କୌଣସି ସାଧାରଣ ଲୋକଙ୍କ ଧନଜୀବନ ନଷ୍ଟ ହୋଇନାହିଁ ।  

wp:embed {"url":"https://www.prameyanews7.com/madhya-pradesh-and-chhattisgarh-assembly-elections-impact-of-ladli-behna-yojana-and-matru-vandana-yojana/","type":"wp-embed","providerNameSlug":"prameya-news-7"}
https://www.prameyanews7.com/madhya-pradesh-and-chhattisgarh-assembly-elections-impact-of-ladli-behna-yojana-and-matru-vandana-yojana/
/wp:embed

ଏହା ପୂର୍ବରୁ ଜାନୁଆରୀ ମାସରେ ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ମଧ୍ୟପ୍ରଦେଶର ମୁରୈନ ନିଟକରେ ୨ ବିମାନ ଖସିପଡ଼ିଥିଲା । ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଥିଲା । ଏହି ବିମାନ ଫ୍ଲାଇଂ ଟ୍ରେନିଂ ମିଶନରେ ଥିଲା । ନବାଗତ ପାଇଲଟ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.