Telangana Exit Poll: ତେଲେଙ୍ଗାନାରେ କଂଗ୍ରେସ ଆଗୁଆ, ଏକଜିଟ୍‌ ପୋଲ୍‌ରେ କଡ଼ା ଟକ୍କର

Published By : Prameya-News7 Bureau | November 30, 2023 IST

ହାଇଦ୍ରାବାଦ: ତେଲେଙ୍ଗାନାରେ ଆଜି ମତଦାନ ସରିବା ପରେ ଦେଶର ୫ଟି ରାଜ୍ୟର ବିଧାନସଭା ନିର୍ବାଚନକୁ ନେଇ ଆସିଛି ଭୋଟ୍ ବାହୁଡ଼ା ମତ ଅର୍ଥାତ ଏକଜିଟ୍ ପୋଲ୍। ଏକଜିଟ୍‌ ପୋଲ୍ ଅନୁଯାୟୀ, ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି। ଶାସକ ଭାରତୀୟ ରାଷ୍ଟ୍ରୀୟ ସମିିତି ଦ୍ଵିତୀୟରେ ଥିବା ପୋଲ୍‌ରୁ ଆକଳନ କରାଯାଇଛି। ତେଲେଙ୍ଗାନା ପାଇଁ ପୋଲ୍ ଅଫ୍ ପୋଲ୍‌ରେ କଂଗ୍ରେସକୁ ୫୬ ସିଟ୍ ମିଳୁଥିବା ବେଳେ ବିଆରଏସକୁ ୪୮ ସିଟ୍ ଏବଂ ଅନ୍ୟକୁ ଶୂନ୍ୟ ସିଟ୍ ମିଳିବ ବୋଲି ପୂର୍ବାନୁମାନ କରାଯାଇଛି।

wp:heading {"level":4}

ଅଧିକ ପଢନ୍ତୁ- Chhattisgarh Exit Poll: ଛତିଶଗଡ଼ରେ ବିଜେପିକୁ ଲାଭ, କଂଗ୍ରେସକୁ ଝଟକା, ଜାଣନ୍ତୁ କାହାର ହେବ ସରକାର

/wp:heading

ସେହିପରି ଜନ କି ବାତ୍‌ର ଏକଜିଟ୍ ପୋଲ୍‌ରେ ମଧ୍ୟ କଂଗ୍ରେସ ଆଗୁଆ ରହିଛି। ଏଠାରେ ଦଳକୁ ୪୮ରୁ ୬୪ଟି ଆସନ ମିଳୁଥିବା ପୂର୍ବାନୁମାନ କରାଯାଇଛି। ସେହିପରି ବିଆରଏସକୁ ୪୦ରୁ ୫୫ ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ଦକ୍ଷିଣ ଭାରତର ଏହି ରାଜ୍ୟରେ ବିଜେପିକୁ ୭ରୁ ୧୩ ସିଟ୍ ମିଳୁଥିବା ଜନ କି ବାତ୍ ଏକଜିଟ୍‌ ପୋଲ୍‌ରେ ଆକଳନ କରାଯାଇଛି।

{"id":876845,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ, ତେଲେଙ୍ଗାନାର ମୋଟ୍ ବିଧାନସଭା ସିଟ୍ ସଂଖ୍ୟା ହେଉଛି ୧୧୯। ଏଠାରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଦରକାର ୬୦ ଆସନ। ତେବେ ଆସିଥିବା ଏକଜିଟ୍‌ ପୋଲ୍‌ରେ କଂଗ୍ରେସ ଆଗୁଆ  ରହିଥିଲେ ହେଁ ବିଆରଏସ ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି। ଯଦି କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ନ ମିଳେ ତେବେ ତେଲେଙ୍ଗାନାରେ ବିଜେପି କିଙ୍ଗ୍ ମେକର ଭୂମିକା ନିର୍ବାହ କରିପାରେ।

୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ଡିସେମ୍ବର ୩ରେ ପ୍ରକାଶ ପାଇବ। ରାଜ୍ୟରେ ଆଜି ମତଦାନ ସଂପନ୍ନ ହୋଇଛି। ୩.୨୬ କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ, ବିଆରଏସ ପକ୍ଷରୁ ଚନ୍ଦ୍ରଶେଖର ରାଓଙ୍କ ପରି ନେତା ପ୍ରଚାର କରିଛନ୍ତି। ଏଥର ୨୨୯୦ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି।

୨୦୧୪ରୁ କ୍ଷମତାସୀନ ବିଆରଏସ

ବିଆରଏସ ୨୦୧୪ ପରଠୁ ରାଜ୍ୟରେ କ୍ଷମତାସୀନ ରହିଛି। ଦଳ ଏଥର ମଧ୍ୟ ନିର୍ବାଚନ ଜିତିବାକୁ ଯଥା ସମ୍ଭବ ଉଦ୍ୟମ କରିଛି। କଂଗ୍ରେସ ୨୦୧୮ ନିର୍ବାଚନରେ ପରାଜିତ ହେବା ପରେ ଏବେ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ ଅଣ୍ଟା ଭିଡିଛି। ବିଜେପି ଦକ୍ଷିଣ ଭାରତର ଏହି ରାଜ୍ୟରେ ନିଜର ସ୍ଥିତି ଜାହିର କରିବା ପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛି।

wp:heading

ପୋଲ୍ ଅଫ ପୋଲ୍

/wp:heading

କଂଗ୍ରେସ- ୫୬

କଂଗ୍ରେସ- ୪୮

wp:heading

ଜନ କି ବାତ

/wp:heading

କଂଗ୍ରେସ- ୪୮ରୁ ୬୪

ବିଆରଏସ- ୪୦ରୁ ୫୫

ବିଜେପି- ୭ରୁ ୧୩

ଏଆଇଏମଆଇଏମ- ୭ରୁ ୧୩

wp:heading

ଟିଭି୯ ଭାରତ ବର୍ଷ

/wp:heading

ବିଆରଏସ- ୪୮ରୁ ୫୮

କଂଗ୍ରେସ- ୪୯ରୁ ୫୯

ବିଜେପି- ୫ରୁ ୧୦

ଅନ୍ୟ- ୬ରୁ ୮

wp:heading

ନ୍ୟୁଜ୍ ୧୮

/wp:heading

ବିଆରଏସ- ୪୮

କଂଗ୍ରେସ- ୫୬

ବିଜେପି- ୧୦

ଏମଆଇଏମଆଇଏମ- ୫

wp:heading

ଇଣ୍ଡିଆ ଟିଭି-ସିଏନଏକ୍ସ

/wp:heading

ବିଆରଏସ- ୩୧ରୁ ୪୭

କଂଗ୍ରେସ- ୬୩ରୁ ୭୯

ବିଜେପି- ୨ରୁ ୪

ଏଆଇଏମ- ୫ରୁ ୭

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.