ନୂଆଦିଲ୍ଲୀ: ତେଲଙ୍ଗାନାରେ ଶାସନରେ ଥିବା କଂଗ୍ରେସର ଜଣେ ବିଧାୟକ ଧାର୍ମିକ ଭାବନାକୁ ଆଘାତ କରି ବିବାଦକୁ ଆସିଛନ୍ତି । ସୋସିଆଲ ମିଡିଆରେ ବକରିଦ୍ ଶୁଭେଚ୍ଛା ଜଣାଇ ଗାଈର ଗ୍ରାଫିକ୍ ଫଟୋକୁ ସାମିଲ କରିଥିଲେ । କଂଗ୍ରେସ ବିଧାୟକଙ୍କ ଏଭଳି ଫଟୋ ପୋଷ୍ଟକୁ ନେଇ ବିଜେପି କଡ଼ା ଆପତ୍ତି ଉଠାଇଛି । ବିବାଦ ବଢିବା ପରେ କଂଗ୍ରେସ ବିଧାୟକ କୁମ୍ୱମ ଅନିଲ କୁମାର ରେଡ୍ଡି ଅଜଣାତରେ ହୋଇଥିବା ଭୁଲ କହି କ୍ଷମା ମାଗିଛନ୍ତି । ଏହାପରେ ଫଟୋକୁ ସମସ୍ତ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି । ସେ କହିଛନ୍ତି ଯେ ପୋଷ୍ଟରରେ ଛେଳିର ଫଟୋ ଥିଲା ଏବଂ ଏବେ ଏହାକୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି ।
ବିଜେପି ବିଧାୟକ ରାଜା ସିଂ ପ୍ରଥମେ ଏହି ପୋଷ୍ଟ ଉପରେ ଆପତ୍ତି ଉଠାଇଥିଲେ । ବକରିଦ୍ ଶୁଭେଚ୍ଛାରେ ଗାଈ ଫଟୋ ବ୍ୟବହାର ଉପରେ ଆପତ୍ତି ଉଠାଇ ଅଭିଯୋଗ କରିଥିଲେ ଯେ କଂଗ୍ରେସ ସରକାର ଯେଉଁଠି ବି ଅଛି, ସେଠାରେ ହିନ୍ଦୁଙ୍କ ଅପମାନ କରାଯାଉଛି ।
Congress MLA from Telangana has shared a highly offensive Bakra Eid poster depicting 'Gaumata'.
— Raja Singh (@TigerRajaSingh) June 17, 2024
Congress has once again hurt Hindu sentiments, despite knowing that cow slaughter is banned. pic.twitter.com/A9CN2onjEJ
କଂଗ୍ରେସ ବିଧାୟକ ଅନିଲ କୁମାର ରେଡ୍ଡି ପରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ରାମ ଭକ୍ତ ଏବଂ ସବୁବେଳେ ପରମ୍ପରାର ପାଳନ କରିଛନ୍ତି । ସେ କହିଛନ୍ତି ଭୁଲ ନଜରକୁ ଆସିବା ପରେ ପୋଷ୍ଟରୁ ହଟାଇ ଦିଆଯାଇଛି । ସେ କହିଛନ୍ତି, 'ଯଦି କାହାର ଭାବନାକୁ ଆଘାତ ପହଞ୍ଚିଛି ତେବେ ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି । ମୁଁ ଜଣେ ରାମ ଭକ୍ତ ।'