ମୁଖ୍ୟମନ୍ତ୍ରୀ ଆବାସ ଖାଲି କରି ଜଣେ ସାଧାରଣ ଲୋକ ଭଳି ବାହାରିଗଲେ କେ.ଚନ୍ଦ୍ରଶେଖର ରାଓ, ରାଜ୍ୟପାଳଙ୍କ ନିକଟକୁ ଏମିତି ପଠାଇଦେଲେ ଇସ୍ତଫାପତ୍ର

Published By : Prameya-News7 Bureau | December 03, 2023 IST

ହାଇଦ୍ରାବାଦା ୩।୧୨:  ଦେଶର ୫ ରାଜ୍ୟଙ୍କ ବିଧାନସଭା ନିର୍ବାଚନ ତେଲେଙ୍ଗାନାରେ ଭାରତ ରାଜ୍ୟ ସମିତି (ବିଆରଏସ) ସରକାରକୁ ବଦଳାଇ ଦେଇଛି। ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେ.ସି.ଆର) ୧୧୯ ସଦସୀୟ ବିଧାନସଭାରେ କଂଗ୍ରେସର ଭାରି ବିଜୟ ପରେ ରବିବାର ତାମିଲିସାଇ ସୁନ୍ଦର ରାଜନଙ୍କୁ ତାଙ୍କର ଇସ୍ତଫା ସମର୍ପି ଦେଇଛନ୍ତି। ଯେତେବେଳେ ବିଆରଏସ୍ କ୍ଷମତା କାୟମ ରଖିବନି ସ୍ପଷ୍ଟ ହେଲା କେ.ସି.ଆର ଜନୈକ ଅଧିକାରୀଙ୍କ ହାତରେ ତାଙ୍କ ଇସ୍ତଫା ପତ୍ର ରାଜଭବନକୁ ପଠଇ ଦେଇଥିଲେ।

ଆଶା କରାଯାଉଥିଲା କେ.ସି.ଆର ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ତାଙ୍କର ଇସ୍ତଫା ପ୍ରଦାନ କରିବେ। ତେବେ ସେ ଏପରି କରି ନାହାନ୍ତି, ସେ ତାଙ୍କ ବ୍ୟକ୍ତିଗତ କାରରେ ମୁଖ୍ୟମନ୍ତ୍ରୀଙ୍କ ଅଧିକାରୀକ ଆବାସ ‘ପ୍ରଗତି ଭବନ’ରୁ ଚୁପଚାପ୍ ବାହାରି ଯାଇଥିବା ବେଳେ ସେ ରାଜଭବନ ପହଞ୍ଚି ନାହାନ୍ତି। ତେବେ ପରେ ଜଣାପଡିଛି ଯେ ସେ ତାଙ୍କର ଜନୈକ ବିଶ୍ୱସ୍ଥ ଅଧିକାରୀଙ୍କ ହାତରେ ରାଜ୍ୟପାଳଙ୍କ ନିକଟକୁ ଇସ୍ତଫା ପ୍ରେରଣ କରିଦେଇଛନ୍ତି।  

{"id":878208,"width":839,"height":616,"sizeSlug":"full","linkDestination":"none"}

କୁହାଯାଉଛି ନିବର୍ତ୍ତମାନ ମୁଖ୍ୟମନ୍ତ୍ରୀ ମେଡକ ଜିଲ୍ଲାର ଏରାବଲୀ ଗାଁସ୍ଥିତ ନିଜ ଫାର୍ମ ହାଉସ୍‌କୁ ଯାଇଛନ୍ତି। ତେବେ କେ.ସି.ଆରଙ୍କ ଏପରି ଆଚରଣ ଅନେକଙ୍କୁ ଆଚମ୍ବିତ କରିଛି। ସେ ଯିବା ପାଇଁ କୌଣସି ପ୍ରଟୋକଲ ଉପଯୋଗ କରି ନାହାନ୍ତି, ଏପରିକି ତାଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା ବି ଯିବା ପୂର୍ବରୁ କରି ନଥିଲେ। ସେ ଜଣେ ସାଧାରଣ ଲୋକ ଭଳି ମୁଖ୍ୟମନ୍ତ୍ରୀ ଅବାସ ଖାଲି କରି ଚାଲି ଯାଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ତେଲେଙ୍ଗାନା ରାଜ୍ୟ ଗଠନ ସହ ହୋଇଥିବା ନିର୍ବାଚନରେ କେସିଆରଙ୍କ ତେଲେଙ୍ଗାନା ରାଜ୍ୟ ସମିତି( ବର୍ତ୍ତମାନର ବିଆରଏସ୍) ବିପୁଳ ମତରେ ବିଜୟୀ ହୋଇ ରାଜ୍ୟର ଶାସନଡୋର ସମ୍ଭାଳିଥିଲା। ଦ୍ୱିତୀୟବାର ନିର୍ବାଚନରେ ବାଜିମାତ୍ କରି ସେ ଲଗାତାର ଶାସନକୁ ଆସିବା ସହ ରାଜ୍ୟରେ ସ୍ଥାନୀୟ ଦଳର ନେତୃତ୍ୱକୁ କାୟମ ରଖିଥିଲେ। ତେବେ ତୃତୀୟବାର ନିର୍ବାଚନରେ ପରମ୍ପରା ଭଙ୍ଗ ହୋଇଥିବା ବେଳେ ପ୍ରଥମ କରି ଜାତୀୟ ଦଳ ଭାବେ କଂଗ୍ରେସ ରାଜ୍ୟ ଶାସନ ଡୋର ହାତକୁ ନେବାକୁ ଯାଉଛି।

କାମାରେଡ୍ଡୀ ଆସନରେ ଅପ୍ରତ୍ୟାସିତ ଫଳାଫଳ, କେ.ସି.ଆର ଓ ରେବନ୍ତ ରାୟଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.