ଆମ୍ବେଦକରଙ୍କ ସବୁଠୁ ଉଚ୍ଚ ପ୍ରତିମୂର୍ତ୍ତି, ଉଦ୍‌ଘାଟନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | April 14, 2023 IST

ନୂଆଦିଲ୍ଳୀ, ୧୪/୦୪: ଭାରତୀୟ ସମ୍ବିଧାନର ଜନକ ବି.ଆର ଆମ୍ବେଦକରଙ୍କ ଆଜି ୧୩୨ତମ ଜନ୍ମ ଦିବସ। ଏହି ଜନ୍ମ ଦିବସ ଅବସରରେ ତେଲଙ୍ଗାନାରେ ଉଦ୍‌ଘାଟନ ହୋଇଛି ଆମ୍ବେଦକରଙ୍କ ସବୁଠୁ ଉଚ୍ଚତମ ପ୍ରତମୂର୍ତ୍ତି। ୧୨୫ ଫୁଟ୍‌ ଉଚ୍ଚତା ବିଶିଷ୍ଟ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଶୁକ୍ରବାର ଅନାବରଣ କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ହାଇଦ୍ରାବାଦରେ ଥିବା ଏହି ମୂର୍ତ୍ତି ଭାରତରେ ଆମ୍ବେଦକରଙ୍କ ସବୁଠୁ ଉଚ୍ଚତମ ମୂର୍ତ୍ତି।

ଏହି ପ୍ରତିମୂର୍ତ୍ତିକୁ ସ୍ଥାପନ କରିବାକୁ ପ୍ରାୟ ଦୁଇ ବର୍ଷରୁ ଅଧିକ ସମୟ ଲାଗିଥିଲା। ପ୍ରତିମୂର୍ତ୍ତି ହାଇଦ୍ରାବାଦର ପ୍ରସିଦ୍ଧ ହୁସୈନ ସାଗର ଲେକ୍‌ କୂଳରେ ଥିବା ରାଜ୍ୟ ସଚିବାଳୟ ନିକଟରେ ରହିଛି। ଉଦଘାଟନ ସମାରୋହ ଖୁବ୍‌ ଭବ୍ୟ ଭାବରେ ଆୟୋଜନ ହୋଇଥିଲା। ଯେଉଁଥିରେ ପ୍ରାୟ ୩୫ ହଜାର ଲୋକେ ସାମିଲ୍‌ ହୋଇଥିଲେ ୧୧୯ ନିର୍ବାଚନ କ୍ଷେତ୍ରରୁ। ନିକଟରେ କେସିଆର ଅନ୍ୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ମୂର୍ତ୍ତିର ଉଦଘାଟନ ସମ୍ବନ୍ଧରେ ଏକ ବୈଠକ କରିଥିଲେ। ସମାରୋହକୁ ଆମ୍ବେଦକରଙ୍କ ନାତି ପ୍ରକାଶ ଆମ୍ବେଦକରଙ୍କୁ ନିମନ୍ତ୍ରଣ କରାଯାଇଥିଲା ମୁଖ୍ୟ ଅତିଥି ଭାବରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.