ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

‘ଲକଡାଉନ ଭାଙ୍ଗିଲେ ଦେଖିବା ମାତ୍ରେ ଗୁଳି’: ଏମିତି ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେବେ ବୋଲି କାହିଁକି କହିଲେ ଚନ୍ଦ୍ର ଶେଖର

25/03/2020 at 3:10 PM

ହାଇଦ୍ରାବାଦ ୨୫।୦୩: କରୋନା ଭୂତାଣୁ ବିରୋଧରେ ସଂଘର୍ଷ କରୁଥିବା ଭାରତରେ  ବୁଧବାରଠୁ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଲକଡାଉନର ପାଳନ କରୁଥିବା ଲୋକଙ୍କୁ କଡା ଚେତାବନୀ ଦେଇଛନ୍ତି। ଚନ୍ଦ୍ରଶେଖର କହିଛନ୍ତି ଯେ, ଯଦି କେହି ଲକଡାଉନ ସମୟରେ ଘରୁ ବାହାରୁଛନ୍ତି ତେବେ ପାଖରେ ଦେଖିବା ମାତ୍ରେ ଗୁଳି କରିବାକୁ ଆଦେଶ ଦେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ।

ଯଦି ଲକଡାଉନ ଆଦେଶର ଉଲ୍ଲଂଘନ କରିବେ ତେବେ ମୋତେ ୨୪ ଘଣ୍ଟା ଭିତରେ କର୍ଫ୍ୟୁ ଆଦେଶ ଦେବାକୁ ପଡିବ। କେସିଆର କହିଛନ୍ତି ଏମିତି ଅବସ୍ଥା କଦାପି ସୃଷ୍ଟି କରନ୍ତୁ ନାହିଁ, ଯଦ୍ଵାରା ସରକାରଙ୍କୁ ପୋଲିସକୁ ଉଲ୍ଲଂଘନକାରୀଙ୍କୁ ପାଖରେ ଦେଖିବା ମାତ୍ରେ ଗୁଳି କରିବାର ଆଦେଶ ଦେବାକୁ ନପଡେ। ସୋମବାର ଓ ମଙ୍ଗଳବାର ଲୋକେ ଯେଉଁଭଳି ଲକଡାଉନ ଭାଙ୍ଗି ବାହାରକୁ ବାହାରିଲେ ସେଥିରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର କ୍ଷୋଭ ପ୍ରକାଶ କରିଛନ୍ତି।

ସେ କହିଛନ୍ତି ଲୋକଙ୍କୁ ସଡକ ଉପରକୁ ଆସିବାରେ ରୋକିବା ପାଇଁ ପେଟ୍ରୋଲ ପମ୍ପ ବନ୍ଦ କରିବା ସହିତ ସେନାର ସାହାଯ୍ୟ ନେବା ଉପରେ ବିଚାର କରାଯାଉଛି। ସନ୍ଧ୍ୟା ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ ରହିବ। ପ୍ରତିଦିନ ସନ୍ଧ୍ୟା ୬ଟାରେ ସମସ୍ତ ଦୋକାନ ବନ୍ଦ ହୋଇଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କଠୋର ଶବ୍ଦରେ କହିଛନ୍ତି।

   Related Posts