ଗିରଫର କେଇ ଘଣ୍ଟା ପରେ ବେଲ୍ ପାଇଲେ ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହ

Published By : Prameya-News7 Bureau | August 23, 2022 IST

ହାଇଦ୍ରାବାଦ: ଗିରଫର କେଇଁ ଘଣ୍ଟା ପରେ ବେଲ ପାଇଲେ ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜା ସିଂହ। କୋର୍ଟ ରିମାଣ୍ଡ ନିର୍ଦ୍ଦେଶକୁ ପରିବର୍ତ୍ତନ କରି ତାଙ୍କୁ ବେଲ୍ ଅନୁମୋଦନ କରିଛନ୍ତି। ଗିରଫ ବେଳେ ସିଆର୍‌ପିସିର ଧାରା ୪୧ର ପାଳନ କରାଯାଇ ନଥିବାରୁ ଟି ରାଜା ସିଂହଙ୍କୁ ବେଲ୍ ଦିଆଯାଇଛି। ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଗିରଫ ହୋଇଥିଲା ଟି ରାଜା। ତାଙ୍କ ବିରୋଧରେ ଥାନାରେ ମାମଲା ହୋଇଥିଲା।  ତେବେ ଚେତାବନୀ ଦେଇ ତାଙ୍କୁ ଜେଲ୍‌ରୁ ଛଡ଼ାଯାଇଥିବା ସୂଚନା ମିଳିଛି।

ତେବେ ଏହା ପୂର୍ବରୁ କୋର୍ଟ ଶୁଣାଣି କରି ତେଲେଙ୍ଗାନା ବିଜେପି ବିଧାୟକ ଟି ରାଜାଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇ ଦେଇଥିଲେ। ମଙ୍ଗଳବାର ସକାଳେ ତାଙ୍କୁ ଏହି ଅଭିଯୋଗରେ ପୋଲିସ ଗିରଫ କରିଥିଲା। ଅନ୍ୟପଟେ ବିଜେପି ଟି ରାଜାଙ୍କୁ ଦଳରୁ ବହିଷ୍କୃତ କରିସାରିଛି। ଏବଂ କାହିଂକି ତାଙ୍କୁ ଦଳୁ ବହିସ୍କାର କରାଯିବ ନାହିଁ ସେ ନେଇ ଉତ୍ତର ମାଗିଛି।

ସୋମବାର ବିଜେପି ବିଧାୟକ ଷ୍ଟାଣ୍ଡଅପ୍‌ କମେଡିଆନ୍ ମୁନୱର ଫାରୁକୀଙ୍କୁ ସମାଲୋଚନା କରିବା ସହ ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଅଭିଯୋଗ ପରେ ତାଙ୍କ ବିରୋଧରେ ଆଇପିସିର କିଛି ଧାରାରେ ମାମଲା ରୁଜୁ ହୋଇଥିଲା

ଆଇପିସି ଧାରା ୧୫୩ଏ(ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା।). ୨୯୫(ଧର୍ମକୁ ଅପମାନ କରିବା ଉଦ୍ଦେଶ୍ୟରେ ଉପାସନା ସ୍ଥଳକୁ ଅପବିତ୍ର କରିବା) ଏବଂ ୫୦୫(ଲୋକଙ୍କୁ ଭ୍ରମିତ କରିବା) ଲଗାଯାଇଥିଲା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.