ତେଲେଙ୍ଗାନାରେ ବ୍ୟାନ୍ ହେବ ହୁକ୍କା ପାର୍ଲର; ବିଧାନସଭାରେ ସର୍ବସମ୍ମତିକ୍ରମେ ବିଲ୍ ପାସ୍

Published By : Prameya-News7 Bureau | February 12, 2024 IST

ହାଇଦ୍ରାବାଦ: ତେଲେଙ୍ଗାନାରେ ବ୍ୟାନ୍ ହେବ ହୁକ୍କା ପାର୍ଲର। ଏନେଇ ସୋମବାର(ପେବ୍ରୁଆରୀ ୧୨) ରାଜ୍ୟ ବିଧାନସଭାରେ ସର୍ବସମ୍ମତିକ୍ରମେ ବିଧେୟକ ପାରିତ ହୋଇଛି। ଏହା ପୂର୍ବରୁ ରାଜ୍ୟ କ୍ୟାବିନେଟ୍‌ ଏହି ବିଲ୍‌କୁ ଅନୁମୋଦନ ଦେଇଥିଲେ। ଆଜି ଗୃହରେ ପାରିତ ହେବା ପରେ ରାଜ୍ୟପାଳଙ୍କ ହସ୍ତାକ୍ଷର ବାଜିଲେ ଏହା ଆଇନ୍‌ରେ ପରିଣତ ହେବ।

ସମାଚାର ଏଜେନ୍ସି ଏଏନ୍‌ଆଇର ସୂଚନା ଅନୁସାରେ, ତେଲେଙ୍ଗାନା ବିଧାନସଭାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀଙ୍କ ପକ୍ଷରୁ ମନ୍ତ୍ରୀ ଡି. ଶ୍ରୀଧର ବାବୁ ଏହି ବିଲ୍ ଆଗତ କରିଥିଲେ। ଗୃହରେ ମନ୍ତ୍ରୀ ଶ୍ରୀଧର ବାବୁ ସିଗାରେଟ ଓ ଅନ୍ୟ ତମ୍ବାଖୁ ଉତ୍ପଦାନ(ବିଜ୍ଞାପନ ଉପରେ ପ୍ରତିବନ୍ଧକ, ବ୍ୟାପାର ବାଣିଜ୍ୟ, ଉତ୍ପାଦନ, ଯୋଗାଣ ଓ ବିତରଣ ନିୟମ) ପ୍ରସ୍ତାବ ଆଗତ କରିଥିଲେ। ଏଥିସହିତ ତେଲେଙ୍ଗାନା ସଂଶୋଧନ ବିଧେୟକ ୨୦୨୪ ମଧ୍ୟ ଆଗତ କରାଯାଇଥିଲା। ଯାହା ସର୍ବସମ୍ମତିକ୍ରମେ ସଂସଦରେ ପାସ୍ ହୋଇଛି।

छवि

ଗୃହରେ ବିଲ୍ ଉପସ୍ଥାପନ କଲା ବେଳେ ସରକାର ଏହାର ଆଭିମୁଖ୍ୟ କହିଥିଲେ। ମନ୍ତ୍ରୀ କହିଥିଲେ ଯେ ହୁକ୍କା ପାର୍ଲର ପାଇଁ ରାଜ୍ୟ ଯୁବବର୍ଗଙ୍କ ଶରୀର ଅଧିକ ଖରାପ ହେଉଛି। ତେଣୁ ଏହା ଉପରେ ଯଥାଶୀଘ୍ର ପ୍ରତିବନ୍ଧକ ଲଗାଯିବା ଉଚିତ୍ ବୋଲି ସରକାର ହୃଦୟଗଙ୍ଗ କଲେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଦ୍ୱାରା ହୁକ୍କା ପାର୍ଲରକୁ ପ୍ରତିବନ୍ଧକ ଲଗାଯାଇଛି।   

ପଢ଼ନ୍ତୁ-AIରୁ ଉତ୍ପନ୍ନ ଭଏସ୍‌ କଲ୍‌ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା, ଭୁଲ ସୂଚନା ଦେଇ କରୁଥିଲେ ବ୍ଲାକମେଲ୍‌  

ହୁକ୍କା ପାର୍ଲର୍ କ୍ଷତି ସିଗାରେଟ୍ ଠାରୁ ବି ଭୟଙ୍କର ବୋଲି ମନ୍ତ୍ରୀ କହିଥିଲେ। ୨୦୦ ଢୋକବାଲା ହୁକ୍କା ସିଗାରେଟ ଠାରୁ ୧୦୦ ଗୁଣା ଅଧିକ ଶରୀରକୁ କ୍ଷତି ପହଞ୍ଚାଉଛି। ଏଥିରେ ଶରୀରକୁ କ୍ଷତି ପହଞ୍ଚାଇବା ଭଳି ସାମଗ୍ରୀ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରୀ ଗୃହରେ ଅବଗତ କରାଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.