ତେଲଙ୍ଗାନାର ୧୧୯ଟି ବିଧାନସଭା ଆସନରେ ମତଦାନ, ୨,୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

Published By : Prameya-News7 Bureau | November 30, 2023 IST

ହାଇଦ୍ରାବାଦ ୩୦/୧୧: ଆଜି ତେଲଙ୍ଗାନାର ୧୧୯ଟି ବିଧାନସଭା ଆସନରେ ମତଦାନ । ରାଜ୍ୟରେ ହୋଇଥିବା ୩୫୬୫୫ଟି ମତଦାନ କେନ୍ଦ୍ରରେ ସକାଳ ୭ଟାରୁ ଭେଟ ଗ୍ରହଣ ଆରମ୍ଭ ହୋଇଛି।‌ ସନ୍ଧ୍ୟା ୫ଟା ଯାଏ ଚାଲିବ । ଉଗ୍ରବାଦୀ କାର୍ଯ୍ୟକଳାପ ପ୍ରଭାବିତ ୧୩ଟି ଆସନରେ ଅପରାହ୍ନ ୪ଟା ସୁଦ୍ଧା ମତଦାନ ଶେଷ ହେବ । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ ଅନୁଷ୍ଠିତ କରିବା ଲାଗି ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି ।

୧୧୯ଟି ବିଧାନସଭା ଆସନ ଲାଗି ୨,୨୯୦ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି । ସେମାନଙ୍କ ମଧ୍ୟରେ ୨୨୧ ଜଣ ମହିଳା ଏବଂ ଜଣେ କିନ୍ନର । ୯୦୦ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ୩ କୋଟି ୨୬ ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ବିଆରଏସ୍‌ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌), ତାଙ୍କ ପୁଅ କେଟିଆର ରହିଛନ୍ତି ।

ସେହିପରି ବିଜେପିର ଲୋକସଭା ସାଂସଦ ବାନ୍ଦି ସଞ୍ଜୟ କୁମାର, ଡି. ଅରବିନ୍ଦ, ସୋୟମ ବାପୁରାଓ, କଂଗ୍ରେସର ଏ. ରେବନ୍ତ ରେଡ୍ଡି, ଉତ୍ତମ କୁମାର ରେଡ୍ଡି, ଏଆଇଏମ୍‌ଆଇଏମ୍‌ ନେତା ଅସଦୁଦ୍ଦିନ ଓୱେସୀଙ୍କ ପରି ହେଭିୱେଟ୍‌ ନେତା ମଧ୍ୟ ପ୍ରାର୍ଥୀ ହୋଇଛନ୍ତି । କେସିଆର ଦୁଇଟି ଆସନ ଗଜୱେଲ ଏବଂ କମାରେଡ୍ଡିରୁ ନିର୍ବାଚନ ଲଢୁଛନ୍ତି ।

wp:embed {"url":"https://www.prameyanews7.com/telangana-assembly-polls-key-constituencies-to-watch-out-for-in-triangular-fight/","type":"wp-embed","providerNameSlug":"prameya-news-7"}
https://www.prameyanews7.com/telangana-assembly-polls-key-constituencies-to-watch-out-for-in-triangular-fight/
/wp:embed

କମାରେଡ୍ଡିରେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ତେଲଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ଏ. ରେବନ୍ତ ରେଡ୍ଡି । ୨୦୧୪ରେ ତେଲଙ୍ଗାନା ପ୍ରଦେଶ ଗଠନ ହେବା ପରଠାରୁ ସେଠାରେ କେସିଆର୍‌ଙ୍କ ଭାରତ ରାଷ୍ଟ୍ର ସମିତି(ବିଆରଏସ୍‌) ଦଳ ସରକାରରେ ରହିଛି । ଗତ ନିର୍ବାଚନରେ ଦଳ ୮୮ଟି ଆସନ ପାଇଥିଲା । ଏଥରକ ତୃତୀୟ ଥର ଲାଗି କ୍ଷମତା ଦଖଲ କରିବାକୁ ବିଆରଏସ୍‌ ରଣନୀତି କରିଛି । ସେପଟେ ରାଜ୍ୟରେ ଶାସକ ବିରୋଧୀ ହାୱାକୁ ଅସ୍ତ୍ର କରିଛନ୍ତି ବିରୋଧୀ ।

ବେରୋଜଗାରୀ ପ୍ରସଙ୍ଗକୁ ନେଇ ଉଭୟ ବିଜେପି ଏବଂ କଂଗ୍ରେସ ନିର୍ବାଚନୀ ପ୍ରଚାରବେଳେ କେସିଆରଙ୍କୁ ଘେରିଥିଲେ । କଂଗ୍ରେସ ପକ୍ଷରୁ ଜନତାଙ୍କୁ ୬ଟି ଗ୍ୟାରେଣ୍ଟି ଦିଆଯାଇଥିବାବେଳେ ବିଜେପି ଦୁର୍ନୀତି ପ୍ରସଙ୍ଗରେ କେସିଆର ସରକାରଙ୍କୁ ଟାର୍ଗେଟ୍‌ କରିଥିଲା । ରାଜ୍ୟରେ ବିଜେପି ସରକାରକୁ ଆସିଲେ ପ୍ରଥମ ମୁଖ୍ୟମନ୍ତ୍ରୀ ପଛୁଆବର୍ଗର ଜଣେ ନେତା ହେବେ ବୋଲି ଦଳ ପ୍ରତିଶ୍ରୁତି ଦେଇଛି । ବିଜେପି, କଂଗ୍ରେସ ସହିତ ସିପିଆଇ ଏବଂ ଏଆଇଏମ୍‌ଆଇଏମ୍‌ ମଧ୍ୟ ତେଲଙ୍ଗାନା ନିର୍ବାଚନରେ ପ୍ରାର୍ଥୀ ଦେଇଛନ୍ତି । ଡିସେମ୍ବର ୩ରେ ମଧ୍ୟପ୍ରଦେଶ, ଛତିଶଗଡ, ମିଜୋରାମ, ରାଜସ୍ଥାନ ବିଧାନସଭା ସହିତ ତେଲଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.