ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍

Published By : Prameya-News7 Bureau | January 16, 2022 IST

ନୂଆଦିଲ୍ଲୀ, ୧୬/୦୧:  ଆମେରିକାର ଟେକ୍ସାସ ଦୁର୍ବୃତ୍ତମାନେ ୪ ଜଣଙ୍କୁ ବନ୍ଧକ କରିଛନ୍ତି । ଦୁର୍ବୃତ୍ତମାନେ ଇହୁଦିର ଧାର୍ମିକ ସ୍ଥଳ ସିନେଗାଙ୍ଗରେ ୪ ନାଗିରକଙ୍କୁ ବନ୍ଧକ କରି ରଖିଛନ୍ତି । ଆହୁରି ମଧ୍ୟ ସେମାନେ ପାକିସ୍ତାନୀ ବୈଜ୍ଞାନିକ ଆଫିୟା ସିଦ୍ଦିକୀଙ୍କୁ ମୁକ୍ତ କରିବା ପାଇଁ ଦାବି କରୁଛନ୍ତି । ଯାହାଙ୍କୁ ଆମେରିକୀୟ ଅଧିକାରୀଙ୍କ ହତ୍ୟା ଷଡଯନ୍ତ୍ର ଘଟଣାରେ ଗିରଫ କରାଯାଇଛି ।

ମିଡିଆ ରିପୋର୍ଟ ଅନୁସାରେ, ଜଣେ ଅପହର୍ତ୍ତାଙ୍କୁ ଦୁର୍ବୃତ୍ତମାନେ ଛାଡି ଦେଇଛନ୍ତି । କିନ୍ତୁ ଖବର ସ୍ପଷ୍ଟ ହୋଇପାରି ନାହିଁ । ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣେ ନିଜକୁ ଆଫିୟା ସିଦ୍ଦିକୀର ଭାଇ ବୋଲି କହିଛି । ତେବେ ଆଫିୟାଙ୍କ ଭାଇ ଏହାକୁ ଖଣ୍ଡନ କରିଛନ୍ତି । ସେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି । ରାଷ୍ଟ୍ରପତି ଜୋ ବାଇଡେନ୍ ଘଟଣା ବାବଦରେ ସବିଶେଷ ତଥ୍ୟ ଦେବାକୁ ସ୍ଥାନୀୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆମେରିକାରେ ଇହୁଦୀ ସଙ୍ଗଠନର ସୁରକ୍ଷାରେ ଜଡିତ ସଂସ୍ଥାର ଅଧ୍ୟକ୍ଷ ହେରୋଲ୍ଡ ଗର୍ଣ୍ଣସ୍ବେକର କହିଛନ୍ତି ଯେ, ବନ୍ଧକମାନେ ସୁରକ୍ଷିତ ଅଛନ୍ତି । ପୋଲିସ ନିକଟସ୍ଥ ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛି । ଏଫବିଆଇ ଟିମ୍ ଘଟଣାସ୍ଥଳରେ ଆସି ପହଁଚିଛି । ସ୍ୱାଟର ଟ୍ରକ୍ ମଧ୍ୟ ଅପରେସନରେ ସାମିଲ ହୋଇଛି ।

ଗତ କିଛିଦିନ ହେଲା ଇସଲାମ ଚରମପନ୍ଥୀଙ୍କ ଦ୍ୱାରା ଆମେରିକାରେ ଆକ୍ରମଣ ମାମଲା କମିଛି । ୨୦୧୯ରେ ସବୁଠାରୁ ଅଧିକ ଆକ୍ରମଣ ହୋଇଥିଲା । ଅଲ କାଏଦାର ୟମନ ଶାଖା ଫ୍ଲୋରିଡାରେ ଆକ୍ରମଣ କରି ୩ଜଣଙ୍କୁ ହତ୍ୟା କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.