suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବେଙ୍ଗଲ ଦଙ୍ଗା ଉପରେ ଫିଲ୍ମ କରିବ ବିଜେପି, ସ୍ବାଧୀନତା ସମୟରେ କଲିକତା ସ୍ଥିତିର ମିଳିବ ଝଲକ
  • ||
  • ଶେଷ ପର୍ଯ୍ୟନ୍ତ ଲଢ଼ି ଅଷ୍ଟ୍ରେଲିଆ ‘ଏ’ କୁ ୨-୧ରେ ହରାଇଲା ଭାରତୀୟ ମହିଳା ହକି ଦଳ
  • ||
  • କୁସ୍ତି ଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ରାମଦେବ, କହିଲେ ମା’ଭଉଣୀଙ୍କ ବିଷୟରେ ବେକାର କଥା କହୁଥିବା ବ୍ରିଜ ଭୂଷଣଙ୍କୁ ଗିରଫ କର
  • ||
  • ଦିଲ୍ଲୀ ୟୁନିଭର୍ସିଟି ସିଲାବସରୁ ହଟିଲା ‘ସାରେ ଜାହାଁ ସେ ଆଚ୍ଛା’ର ଲେଖକ ମହମ୍ମଦ ଇକ୍‌ବାଲଙ୍କ ବିଷୟ
  • ||
  • ଏବେ ଉତ୍ତରାଖଣ୍ଡ ସଂଲଗ୍ନ LACରେ ଦ୍ରୁତ ଗତିରେ ଗାଁ ଗଢି ଚାଲିଛି ଚୀନ, ସୈନ୍ୟ ଶିବିର ବି ନିର୍ମାଣ କରୁଛି
  • ||
  • ହାଇଦ୍ରାବାଦ: କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେଜରିଓ୍ଵାଲ
  • ||
  • ନୂଆଦିଲ୍ଲୀ: ଜବାହରଲାଲ ନେହେରୁଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କଲେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାହୁଲ ଗାନ୍ଧୀ
  • ||
  • IPL 2023: ମୁମ୍ବାଇକୁ ହରାଇ ଲଗାତାର ୨ୟ ଥର ଫାଇନାଲ୍‌ରେ ଗୁଜରାଟ ଟାଇଟନ୍ସ, ରବିବାର ଚେନ୍ନାଇ ସହ ଟାଇଟଲ୍ ମୁକାବିଲା
  • ||
  • ବିଜେପି ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ୯ଟି ପ୍ରଶ୍ନ କଲା କଂଗ୍ରେସ
  • ||
  • ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାର୍କେଡ୍‌ ଉପରେ ଆକ୍ରମଣ, ଇଟା ଫିଙ୍ଗି ଭାଙ୍ଗିଲେ ମନ୍ତ୍ରୀଙ୍କ କାର୍ କାଚ
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କ ନାଁରେ ଚିଠି ଲେଖିଲେ ତେଜସ୍ୱି, ମନେପକାଇଲେ ୬ ବର୍ଷ ପୂର୍ବର ପ୍ରତିଶୃତି

3/11/2020 at 10:50 AM

ପାଟନା ୦୩/୧୧ : ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ୧୭ ଜିଲ୍ଲାର ୯୪ ଆସନ ପାଇଁ ମତଦାନ ହେଉଛି। ମତଦାନ କେନ୍ଦ୍ରରେ ଭୋଟରଙ୍କ ଭିଡ ରହିଛି। ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତା ଦଳ ନେତା ଓ ମହାମେଣ୍ଟ ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱି ଯାଦବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ବଡ ବୟାନ ଦେଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ଆଦରଣୀୟ ପ୍ରଧାନମନ୍ତ୍ରୀ, ସମସ୍ତ ବିହାରବାସୀ ପୁନଃ ଆପଣଙ୍କ ବିହାର ଆଗମନକୁ ନେଇ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛନ୍ତି। ଆମେ ଆପଣଙ୍କ ନାଁରେ ଏକ ପତ୍ର ଲେଖିଛୁ। ଆଶା କରୁଚୁ ଆପଣ ବିହାରବାସୀଙ୍କୁ ବିଗତ ୬ ବର୍ଷ ହେଲା କରିଥିବା ପ୍ରତିଶୃତି ଭୁଲିନଥିବେ, ନିଶ୍ଚୟ ପୁରା କରିବେ।’

ତେଜସ୍ୱି ଯାଦବ ପ୍ରଧାନମନ୍ତ୍ରୀ ଲେଖିଥିବା ପତ୍ରରେ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ, ୨୦୧୫ ମସିହାରୁ ବିହାରବାସୀ ଏଥିପାଇଁ ଅପେକ୍ଷା କରିଛନ୍ତି ଯେ ବିହାରକୁ କେବେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିବ। ଏହାସହ ବିହାରକୁ ଆଶା ଥିଲା ଯେ ଦେଢ଼ ଲକ୍ଷ କୋଟି ପ୍ୟାକେଜ ମିଳିବ। କିନ୍ତୁ ଏବେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ତ ଦୂରର କଥା ପ୍ୟାକେଜର ପତା ନାହିଁ।

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆରମ୍ଭ ହେବା କିଛି ସମୟ ପୂର୍ବରୁ ତେଜସ୍ୱି ଯାଦବଙ୍କ ବୟାନ ସାମ୍ନାକୁ ଆସିଛି। ତେଜସ୍ୱି ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ଓ ପ୍ରସଙ୍ଗକୁ ନେଇ ଜନତାଙ୍କ ଭୋଟର କାରଣ ଦର୍ଶାଇଛନ୍ତି। ତେଜସ୍ୱି ଯାଦବ କହିଛନ୍ତି, ବିହାର ଜନତା ପରିବର୍ତ୍ତନ ଚାହୁଁଛନ୍ତି। ପରିବର୍ତ୍ତନର ଏହି ସୁନାମିରେ ବିହାରବାସୀ ଶିକ୍ଷା, ରୋଜଗାର, ଚାଷ, ମହଙ୍ଗା ଦର ପ୍ରସଙ୍ଗ ଉପରେ ଭୋଟ ଦେବେ। ଲୋକେ ତାଙ୍କ ଦଳକୁ ଭୋଟ କରିବେ ବୋଲି ସେ ଆଶାବାଦୀ। କାରଣ ରାଜ୍ୟବାସୀ ପରିବର୍ତ୍ତନ ଚାହୁଁଛନ୍ତି, ସକ୍ରିୟ ଓ ପ୍ରଗତିଶୀଳ ସରକାର ଚାହୁଁଛନ୍ତି।

ପ୍ରଥମ ପର୍ଯ୍ୟାୟ ମତଦାନରେ ଜନତା ସଂକେତ ଦେଇଛନ୍ତି ଯେ ବିହାର ରେ ମୁଖ୍ୟମନ୍ତ୍ରୀ କିଏ ଗଠନ କରିବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ ତେଜସ୍ୱି କହିଛନ୍ତି, ‘ଭଲ ଶିକ୍ଷା, ଉତ୍କୃଷ୍ଟ ସ୍ୱାସ୍ଥ୍ୟ ବ୍ୟବସ୍ଥା, ଆଇନ ବ୍ୟବସ୍ଥା ଓ ବିକଶିତ ବିହାର ପାଇଁ ମତଦାନ କରିବେ। ନୂଆ ଯୁଗରେ ନୂଆ ବିହାର ପାଇଁ ପରିବର୍ତ୍ତନ ଅତି ଆବଶ୍ୟକ। ଜୟ ହିନ୍ଦ, ଜୟ ବିହାର।’

   Related Posts