LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବିହାରରେ କର୍ଣ୍ମାଟକ ଏଫେକ୍ଟ

18/05/2018 at 11:54 AM

କର୍ଣ୍ମାଟକ ଏଫେକ୍ଟ । ବିହାର ରାଜ୍ୟପାଳଙ୍କୁ ଭେଟି ସରକାହ ଗଠନ ସୁଯୋଗ ଦେବାକୁ ଦାବି କଲେ ଆରଜେଡି ନେତା ତେଜସ୍ୱୀ ଯାଦବ । ବିହାର ବିଧାନସଭାରେ ୮୦ ବିଧାୟକ ଥିବା ରାଷ୍ଟ୍ରିୟ ଜନତା ଦଳ ଏକକ ସଂଖ୍ୟା ଗରିଷ୍ଠ ଦଳ । ତେଣୁ କର୍ଣ୍ମାଟକ ଭଳି ପ୍ରଥମେ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବାକୁ ରାଜ୍ୟପାଳ ସତ୍ୟପାଲ୍ ମଲିକଙ୍କ ନିକଟରେ ଦାବି କରିଛନ୍ତି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ରାଜଭବନରେ ରାଜ୍ୟପାଳଙ୍କ ନିକଟରେ ଏହି ଦାବିପତ୍ର ରଖିବା ବେଳେ ତେଜସ୍ୱୀ କହିଛନ୍ତି, ତାଙ୍କ ଦଳ ସହ କ୍ଷମତାସୀନ ଜେଡିୟୁର କିଛି ବିଧାୟକ ଯୋଗଯୋଗରେ ଅଛନ୍ତି । କଂଗ୍ରେସ ଓ ଅନ୍ୟ କିଛି ସହଯୋଗୀ ଦଳଙ୍କ ବିଧାୟକଙ୍କୁ ମିଶାଇ ୧୧୧ ବିଧାୟକ ତାଙ୍କ ସହ ଥିବା ତେଜସ୍ୱୀ ଦାବିକରିଛନ୍ତି । ବିହାର ବିଧାନସଭାରେ ବହୁମତ ଲାଗି ଆଉ ୧ ସଦସ୍ୟଙ୍କ ସମର୍ଥନ ଦରକାର ପଡୁଥିବା ବେଳେ, ସରକାର ଗଠନର ସୁଯୋଗ ମିଳିଲେ ସେ ଗୃହରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଦେବେ ବୋଲି କହିଛନ୍ତି ତେଜସ୍ୱୀ । ତେଜସ୍ୱୀଙ୍କ ଏହି ଦାବି ବିହାରରେ ହଲଚଲ ସୃଷ୍ଟି କରିଛି । ତେବେ ଜେଡିୟୁ ନେତା ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପ୍ରତିକ୍ରିୟା ଜଣାପଡିନାହିଁ |

Leave a Reply

   Related Posts