ପାଟନା,୦୬/୧୨: ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ତେଜସ୍ୱୀ ବିହାରରେ ଏନଡିଏ ସରକାରରୁ ନିକମ୍ମା ଓ ଡରୁଆ ବୋଲି କହିଛନ୍ତି । ବିହାର ସରକାର କୃଷକଙ୍କ ପାଇଁ ଧାରଣା ଦେଇଥିବାରୁ ତାଙ୍କ ବିରୋଧରେ ଏଫଆଇଆର ହୋଇଛି । ସରକାରଙ୍କ ସାହସ ଥିଲେ ଗିରଫ କରି ଦେଖାନ୍ତୁ ବୋଲି ତେଜସ୍ୱୀ ଚ୍ୟାଲେଞ୍ଜ୍ ଦେଇଛନ୍ତି ।
ତେଜସ୍ୱୀ କହିଛନ୍ତି ଯେ, ସରକାରଙ୍କର ଦମ୍ ଥିଲେ ତାଙ୍କୁ ଗିରଫ କରି ଦେଖାନ୍ତୁ । ନଚେତ୍ ସେ ନିଜେ ଆତ୍ମସମର୍ପଣ କରିବେ । ଏପରିକି ସେ କୃଷକଙ୍କ ପାଇଁ ଫାଶୀ ଖୁଣ୍ଟରେ ଚଢିବାକୁ ପ୍ରସ୍ତୁତ ଥିବା କହିଛନ୍ତି ।
ସୂଚନାଯୋଗ୍ୟ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁତ୍ର ତେଜସ୍ୱୀ ଶନିବାର ନିଜ ସମର୍ଥକଙ୍କ ସହ ଗାନ୍ଧୀ ମଇଦାନରେ କୃଷି ଆଇନ ଫେରସ୍ତ ଦାବିରେ ଧାରଣା ଦେଇଥିଲେ । ଏହି ସମୟରେ ସେ କହିଥିଲେ ଯେ, କଠିନ ପରିଶ୍ରମ କରୁଥିବା କୃଷକଙ୍କ ଭଲ କଥା କେହି ଚିନ୍ତା କରୁ ନାହାଁନ୍ତି । କୃଷକମାନେ ସମସ୍ତ ମାନବଜାତିରୁ ଆହାର ଯୋଗାଇଥାନ୍ତି । ଯିଏ କୃଷକଙ୍କର ନୁହେଁ ସେ କେବେବି ଦେଶର ଭଲ ଚାହିଁ ନଥାଏ ।
wp:html/wp:htmlडरपोक और बंधक मुख्यमंत्री की अगुवाई में चल रही बिहार की कायर और निक्कमी सरकार ने किसानों के पक्ष में आवाज उठाने के जुर्म में हम पर FIR दर्ज की है। दम है तो गिरफ़्तार करो,अगर नहीं करोगे तो इंतज़ार बाद स्वयं गिरफ़्तारी दूँगा।किसानों के लिए FIR क्या अगर फाँसी भी देना है तो दे दिजीए। https://t.co/3B30VF3asY
— Tejashwi Yadav (@yadavtejashwi) December 6, 2020
ତେଜସ୍ୱୀଙ୍କ ଏହି ଧାରଣା ବିରୋଧରେ ପାଟନା ପୋଲିସ ତାଙ୍କ ସହ ୧୮ ସମର୍ଥକଙ୍କ ନାଁରେ ମାମଲା ରୁଜୁ କରିଛି । ପୋଲିସ ଆଇପିସି ଓ ମହାମାରୀ ଆଇନ ଅନୁସାରେ ଭିନ୍ନ ଧାରାରେ ଏଫାଇଆର ରୁଜୁ କରିଛି । ଏହାକୁ ନେଇ ତାତି ଉଟିଛନ୍ତି ତେଜସ୍ୱୀ । ସେ ଟ୍ୱିଟ୍ କରି କହିଛନ୍ତି ଯେ, ବିହାର ଡରୁଆ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଚାଲିଛି । କୃଷକଙ୍କ ପାଇଁ ସ୍ୱର ଉତ୍ତୋଳନ କଲେ ଏଫଆଇଆର ରୁଜୁ ହେଉଛି । ଦମ୍ ଥିଲେ ଗିରଫ କରିବାକୁ ସେ ଚ୍ୟାଲେଞ୍ଜ୍ କରିଛନ୍ତି ।