ଦୁବାଇରେ ନୂଆ ଘର କିଣିଲେ କରଣ-ତେଜଶ୍ଵୀ, ଜାଣନ୍ତୁ ଏହି ବିଳାଶପୂର୍ଣ୍ଣ ପ୍ଲାଟ୍‌ର ଦାମ

Published By : Prameya-News7 Bureau | December 18, 2022 IST

ମୁମ୍ଵାଇ ୧୮।୧୨: ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରା ଟେଲି ଦୁନିଆର ଲୋକପ୍ରିୟ କପଲ। ଉଭୟଙ୍କ ଯୋଡି ବହୁତ ପସନ୍ଦ କରାଯାଉଛି। ଗଣମାଧ୍ୟମରେ ଖବର ଅଛି ଯେ ଉଭୟ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେମାନଙ୍କ ସମ୍ପର୍କକୁ ଆଗକୁ ବଢାଇବା ପୁର୍ବରୁ ଏହି ଦମ୍ପତି ଦୁବାଇରେ ଏବେ ନୂଆ ଘର କିଣିଛନ୍ତି। ନିକଟରେ ଟିଭି ଅଭିନେତ୍ରୀ ତେଜସ୍ୱୀ ପ୍ରକାଶ ଏବଂ କରଣ କୁନ୍ଦ୍ରା ଦୁବାଇ ଘରର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯାହାକୁ ଦେଖିବା ପରେ ପରେ ତାଙ୍କ ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି।

wp:html
/wp:html

ତେଜସ୍ୱୀ ଏବଂ କରଣ ଦୁବାଇରେ ଏକ ୧ ବିଏଚ୍‌କେ ପ୍ଲାଟ୍‌ କିଣିଛନ୍ତି। ତାଙକ ପ୍ଲାଟ ଦୁବାଇର ଜୁମିରା ବିଚ୍‌ ରେସିଡେନ୍ସି ନିକଟରେ ଅଛି । କୁହାଯାଉଛି କି ଏହାର ମୂଲ୍ୟ ପ୍ରାୟ ୨ କୋଟି । ଭିଡିଓ ସେୟାର କରିବା ସମୟରେ ତେଜସ୍ୱୀ ଲେଖିଛନ୍ତି- ଦୁବାଇରେ ଆମର ନୂଆ ଘରକୁ ସ୍ୱାଗତ। ଆମେ ଜଣାଇ ଅତ୍ୟନ୍ତ ଆନନ୍ଦିତ ଯେ କରଣ ଏବଂ ମୁଁ ଏହି ସ୍ୱପ୍ନର ଘର ପାଇଁ ଇନଭେଷ୍ଟ କରିଛୁ। ଏହି ଆପାର୍ଟମେଣ୍ଟ ଦୁବାଇର ହୃଦୟରେ ଅଛି। ତେଜସ୍ୱୀଙ୍କ ଘର ସମ୍ପୂର୍ଣ୍ଣ ସଜ୍ଜିତ ଓ ବିଳାଶପୂର୍ଣ୍ଣ । ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

କହିବାକୁ ଗଲେ ତେଜସ୍ୱୀ ଏବଂ କରଣଙ୍କ ପ୍ରେମ କାହାଣୀ ବିଗ୍ ବସ୍ ଘରୁ ଆରମ୍ଭ ହୋଇଥିଲା । ଦୁହିଁଙ୍କ ଯୋଡିକୁ ପ୍ରାୟ ସମସ୍ତେ ପସନ୍ଦ କରୁଛନ୍ତି। କେବଳ ଏତିକି ନୁହେଁ ଉଭୟଙ୍କ ବିବାହକୁ ତାଙ୍କ ଫ୍ୟାନ୍ସ ଆଗ୍ରହ ସହ ଅପେକ୍ଷା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.