କରଣଙ୍କ ସହ ଜନ୍ମ ଦିନ ସେଲିବ୍ରେଟ୍ କଲେ ତେଜଶ୍ଵୀ, ରେଡ୍ ହଲ୍ଟର ଗାଉନ୍ରେ ଦେଖାଇଲେ ଗ୍ଲାମରସ୍ ଲୁକ୍
10/06/2023 at 12:25 PM

ମୁମ୍ଵାଇ ୧୦।୦୬: ଟିଭିର ‘ନାଗିନ’ ଅଭିନେତ୍ରୀ ତେଜଶ୍ଵୀ ପ୍ରକାଶ। ବର୍ତ୍ତମାନ ସେ ତାଙ୍କର ୩୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ତାଙ୍କ ଜନ୍ମଦିନ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ସେଲିବ୍ରେଟ୍ କରିଥିଲେ। ଏହି ସମୟରେ ତାଙ୍କ ପ୍ରେମିକା ତଥା ଅଭିନେତା କରଣ କୁନ୍ଦ୍ରା ଏବଂ ତାଙ୍କ ବାପାମାଆ ତାଙ୍କ ସହ ଉପସ୍ଥିତ ଥିଲେ। ତେଜଶ୍ଵୀ ଛୋଟ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ହେଲେ ଏକ ଭିଡିଓରେ ଏହା ଦେଖିବାକୁ ମିଳେ ଯେ କରଣ ତେଜଶ୍ଵୀଙ୍କୁ କାରରୁ ଓହ୍ଲାଇବାରେ ସାହାଯ୍ୟ କରନ୍ତି ଏବଂ ଏହା ପରେ ଦୁହେଁ କ୍ୟାମେରା ଆଗରେ ପୋଜ୍ ଦିଅନ୍ତି କହିବାକୁ ଗଲେ କରଣ ଏବଂ ତେଜଶ୍ଵୀ ବିଗ୍-ବସ୍ ୧୫ ରୁ ପରସ୍ପରକୁ ଡେଟ୍ କରୁଛନ୍ତି । ତାଙ୍କ ଜନ୍ମଦିନ ଉତ୍ସବରେ ତେଜଶ୍ଵୀ ବହୁତ ସୁନ୍ଦର ଦେଖାଯାଉଥିଲେ। ଅଭିନେତ୍ରୀ ଏକ ଲାଲ୍ ହଲ୍ଟର-ନେକ ଗାଉନ୍ ପିନ୍ଧିଥିଲେ। ଯେଉଁଥିରେ ସେ ବନ୍ ଏବଂ ହଲକା ମେକଅପ୍ରେ ନେଇଥିଲେ ।

ଅନ୍ୟ ଏକ ଭିଡିଓରେ କରଣ ତେଜସ୍ୱୀଙ୍କ ପିତାମାତାଙ୍କ ହାତ ଧରି ରେଷ୍ଟୁରାଣ୍ଟକୁ ନେଇଥିବାର ନଜର ଆସିଛନ୍ତି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ କରଣ ତେଜଶ୍ଵୀଙ୍କ ପରିବାର ସହିତ ଅତି ନିକଟତର ଏବଂ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ କରଣ ଜଣେ ଭଲ ଜ୍ବାଇଁ ହେବାକୁ ପ୍ରସ୍ତୁତ ହେଉଛନ୍ତି।