Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ED ଚଢ଼ଉକୁ ନେଇ ବିଜେପିକୁ ଟାର୍ଗେଟ୍ କଲେ ତେଜସ୍ୱୀ, tweet କରି ମାଗିଲେ ପୁରୁଣା ହିସାବ

12/03/2023 at 7:23 PM

ନୂଆଦିଲ୍ଲୀ ୧୨।୩:  ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲ୍ୟାଣ୍ଡ ଫର ଜବ ସ୍କାମ ତଦନ୍ତରେ ଲାଲୁ ଯାଦବ ଓ ତାଙ୍କ ସମ୍ପର୍କୀୟଙ୍କ ବିଭିନ୍ନ ଠିକଣା ଉପରେ ଚଢ଼ଉ କରିଥିଲା। ଏଥିରେ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବଙ୍କ ଦିଲ୍ଲୀ ଫ୍ରେଣ୍ଡସ୍ କଲୋନୀସ୍ଥିତ ବାସଭବନରେ ମଧ୍ୟ ଚଢଉ ହୋଇଥିଲା। ଚଢଉ ପରେ ଇଡି ଜବତ କରିଥିବା ସମ୍ପତ୍ତି ନେଇ ବୟାନ ଜାରି କରିଥିଲେ। ଏଥିରେ ତାଙ୍କ ଘରୁ ୬୦୦ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିବାର କହିଥିଲେ। ଏହାର ଜବାବରେ ତେଜସ୍ୱୀ ଯାଦବ ଏକ ଟ୍ୱିଟ୍‌ କରିଛନ୍ତି। ଏଥିରେ ସେ କେନ୍ଦ୍ରର ବିଜେପି ସରକାରଙ୍କୁ ଘେରିଛନ୍ତି।

ତେଜସ୍ୱୀ ୧୧ ତାରିଖ ସନ୍ଧ୍ୟାରେ କରିଥିବା ଟ୍ୱିଟ୍‌ରେ ଏହା ପୂର୍ବରୁ ୨୦୧୭ ମସିହାରେ ମଧ୍ୟ ସେ ଏହିପରି ଚଢଉର ସମ୍ମୁଖୀନ ହୋଇଥିଲେ ବୋଲି ଉଲ୍ଲେଖ କରିଛନ୍ତି। ଯେଉଁଥିରେ ତାଙ୍କର ୮ହଜାର କୋଟି ଟଙ୍କାର ନେଣଦେଣ, ହଜାର ହଜାର କୋଟି ଟଙ୍କାର ମଲ, ଶତାଧିକ ସମ୍ପତ୍ତି, ଏବେ କିଛି ମାସ ପୂର୍ବରୁ ଗୁରୁଗ୍ରାମରେ ହ୍ୱାଇଟ୍‌ ଲ୍ୟାଣ୍ଡ କମ୍ପାନୀର ତଦନ୍ତକାରୀ ସଂସ୍ଥାଙ୍କୁ ଅର୍ବାନ କ୍ୟୁବ୍ ମଲ ମଧ୍ୟ ମିଳିଥିଲା ବୋଲି ଉଲ୍ଲେଖ କରିଛନ୍ତି। ଏବେ ବିଜେପି ୬୦୦ କୋଟିର ନୂଆ ହିସାବ ଆଣିବା ପୂର୍ବରୁ ପୂରୁଣା ସୂତ୍ରରୁ  ପାଇଥିବା ହିସାବ ତ ଦେଇଥାନ୍ତା ବୋଲି  କହିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ବିଜେପି ସରକାରଙ୍କ ଦ୍ୱାରା ସୂତ୍ରଙ୍କ ବାହାନା କରି ଏଣୁ ତେଣୁ ଭ୍ରମାତ୍ମକ ଗୁଜବ ରଟେଇବା ଅଥବା ଖବର ପ୍ଲାଣ୍ଟ କରିବା ଅପେକ୍ଷା ଚଢେଉ ପରେ ସ୍ୱାକ୍ଷରିତ ହୋଇଥିବା ସିଜର ଲିଷ୍ଟର ସୂଚୀ ସାର୍ବଜନିକ କରିଦେବା ଉଚିତ । ଯଦି ସେମାନେ ନ କରି ଆମେ ସେହି କାମ କରିବୁ ତେବେ ସେମାନଙ୍କର ସମ୍ମାନର କଣ ହେବ, ଚିନ୍ତା କରିବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି। ଲ୍ୟାଣ୍ଡ ଫର ଜବ ମାମଲାରେ ଇଡି ତେଜସ୍ୱୀଙ୍କୁ ଶନିବାର ହାଜର ହେବା ଲାଗି ନୋଟିସ୍ ଦେଇଥିଲା। ତେବେ ତେଜସ୍ୱୀ ପତ୍ନୀଙ୍କ ଅସୁସ୍ଥତା ଯୋଗୁ ହାଜର ହୋଇ ନାହାନ୍ତି। ଏଥିଲାଗି ସେ ପୁଣି ଏକ ତାରିଖ ନିମନ୍ତେ ନିବେଦନ କରିଛନ୍ତି।

ତେବେ ଏହା ପୂର୍ବରୁ ତାଙ୍କୁ ଫେବୃଆରୀ ୪ ତାରିଖରେ ମଧ୍ୟ ହାଜର ହେବାକୁ ନୋଟିସ୍ ମିଳିଥିଲା। ସେତେବେଳେ ମଧ୍ୟ ସେ ହାଜର ହୋଇପାରିନଥିଲେ। ସୂଚନା ଅନୁସାରେ ଶୁକ୍ରବାର ଇଡି ଚଢଉ କାଳରେ ପଚରା ଉଚରାରେ ଅସୁସ୍ଥ ହୋଇପଡିଥିବା ତେଜସ୍ୱୀଙ୍କ ପତ୍ନୀ ରାଜଶ୍ରୀଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଏବେ ଗର୍ଭବତୀ ଅଛନ୍ତି, ତେବେ ରକ୍ତଚାପ ଜନିତ ସମସ୍ୟା ଯୋଗୁ ସେ ହଠାତ ଅସୁସ୍ଥ ହୋଇପଡିବା ସହ ଚେତା ହରାଇଥିଲେ। ଖାସ ଏହି କାରଣରୁ ତେଜସ୍ୱୀ ସିବିଆଇ ସମନରେ ମଧ୍ୟ ହାଜର ହୋଇ ପାରି ନାହାନ୍ତି।

   Related Posts