suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲା; CBI ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ତେଜସ୍ୱୀ ଯାଦବ

15/03/2023 at 11:03 PM

ନୂଆଦିଲ୍ଲୀ: ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲାରେ ସିବିଆଇ ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହେଲେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ସିବିଆଇ ସମନକୁ ରଦ୍ଦ କରାଯାଉ ବୋଲି ତେଜସ୍ୱୀ ହାଇକୋର୍ଟରେ ଆବେଦନ କରିଛନ୍ତି। ଏହି ଆବେଦନକୁ ଶୁଣାଣି ପାଇଁ ତାଲିକାଭୁକ୍ତ କରାଯାଇଛି। ଆସନ୍ତାକାଲି(ମାର୍ଚ୍ଚ ୧୬) ବିଚାରପତି ଦିନେଶ କୁମାର ଶର୍ମାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ତେଜସ୍ୱୀ ତାଙ୍କ ଆବେଦନରେ ସିବିଆଇ ଉପରେ ଆଇନ୍ ଉଲ୍ଲଂଘନ ଅଭିଯୋଗ ଲଗାଇଛନ୍ତି। ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ପାଟନାରେ ରହୁଥିବା ବେଳେ ସିବିଆଇ ତାଙ୍କୁ ଦିଲ୍ଲୀରେ ହାଜର ହେବାକୁ ନୋଟିସ୍ କରୁଛି। ସିଆରପିସି ଦାରା ୧୬୦ ଅନୁସାରେ ନୋଟିସ୍ କେବଳ ସ୍ଥାନୀୟ ଅଧିକାର କ୍ଷେତ୍ରରେ ଜାରି କରାଯାଇପାରିବେ। ତେଣୁ ତେଜସ୍ୱୀଙ୍କୁ ଦିଲ୍ଲୀରେ ହାଜର ହେବାକୁ ସିବିଆଇ ସମନ ଦେଇ ଆଇନ ଉଲ୍ଲଂଘନ କରୁଛି ବୋଲି ତେଜସ୍ୱୀ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।  

ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ବିହାର ବିଧାନସଭା ଅଧିବେଶନ ଆରମ୍ଭ ହେବ। ଜଣେ ଉପମୁଖ୍ୟମନ୍ତ୍ରୀ ଭାବରେ ଗୃହରେ ତାଙ୍କ ଉପସ୍ଥିତି ତାଙ୍କର ଦାୟିତ୍ୱ। ଏନେଇ ଅଧିବେଶନ ଆରମ୍ଭ ହେବା ପର୍ଯ୍ୟନ୍ତ ସିବିଆଇକୁ ଅନୁରୋଧ କଲେ ବି ସେ କିଛି ଶୁଣୁ ନଥିବା ତେଜସ୍ୱୀ ତାଙ୍କ ଆବେଦନରେ ଉଲ୍ଲେଖ କରିଛନ୍ତି।

ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପରିବାରକୁ ସମନ କରାଯାଇଥିଲା। ତେଜସ୍ୱୀଙ୍କୁ ମଧ୍ୟ ସିବିଆଇ ପୂର୍ବରୁ ୩ ଥର ସମନ କରିଥିଲେ ବି ସେ ହାଜର ହୋଇ ନାହାନ୍ତି। ପ୍ରଥମେ ମେ ମାର୍ଚ୍ଚ ୪ ପରେ ମାର୍ଚ୍ଚ ୧୧ ଓ ୧୪ ତାରିଖରେ ସମନ କରି ଦିଲ୍ଲୀ ଅଫିସ୍‌ରେ ହାଜର ହେବାକୁ କୁହାଯାଇଥିଲା। ଏବେ ତେଜସ୍ୱୀ ସିବିଆଇ ସମନ ବିରୋଧରେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

   Related Posts