ଆରଜେଡି ନେତା ତେଜସ୍ୱୀଙ୍କ ବିସ୍ଫୋରକ ବୟାନ, କ୍ରିକେଟ କ୍ୟାରିୟରକୁ ନେଇ ଝାଡିଲେ ଅସନ୍ତୋଷ

Published By : Prameya-News7 Bureau | September 16, 2024 IST

ନୂଆଦିଲ୍ଲୀ ୧୬/୦୯: କ୍ରିକେଟ ଓ ରାଜନୀତି ପରସ୍କର ପରିପୂରକ । ସେ ମୈଦାନ ହେଉ ବା ଆଲୋଚନା ସଭା । ଅନେକ ରାଜନେତା କ୍ରିକେଟ ସହ ଜଡିତ । ସେହିଭଳି ଅନେକ କ୍ରିକେଟର ବି ପାଲଟିଛନ୍ତି ରାଜନେତା । କିଛି ବିବାଦରେ ରହିଛନ୍ତି ତ ଆଉ କିଛି ମୁହଁ ଖୋଲନ୍ତିନି । ଏମିତି ଜଣେ ରାଜନେତା ଯାହାଙ୍କ କ୍ରିକେଟ କ୍ୟାରିୟର ବିଷୟରେ ଜଣାଥିବା ଉଣା ଅଧିକ । 

ଆଉ ଦୀର୍ଘ ବର୍ଷ ପରେ ନିଜର କ୍ରିକେଟ କ୍ୟାରିୟର ନେଇ ମୁହଁ ଖୋଲିଛନ୍ତି ସେହି ନେତା ଜଣଙ୍କ । ସର୍ବ ସମ୍ମୁଖରେ ଝାଡିଛନ୍ତି ନିଜର ଅସନ୍ତୋଷ । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ । ତେବେ ତାଙ୍କ ଏପରି କହିବା ପଛର କାରଣ କଣ? କାହିଁକି ଏମିତି କହିଲେ ତେଜସ୍ୱୀ । ସୋସିଆଲ ମିଡିଆରେ ବେଶ ଭାଇରାଲ ତାଙ୍କର ଏହି ଷ୍ଟେଟମେଣ୍ଟ । 

ଏବେ ସେ ରାଜନେତା ସତ । ଦିନେ କ୍ରିକେଟ ମୈଦାନରେ ଚାଲୁଥିଲା ତାଙ୍କର ରାଜ୍ । ତାଙ୍କର କମାଣ୍ଡ ଶୁଣୁଥିଲେ ଏବେର ଷ୍ଟାର କ୍ରିକେଟର । ଏମିତିକି ବିରାଟ କୋହଲି ବି ଖେଳୁଥିଲେ ତାଙ୍କ ଅଧିନାୟକତ୍ୱରେ । ଏକଥା ନିଜେ ସ୍ପଷ୍ଟ କରିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ । 


ସେ ଆହୁରି କହିଛନ୍ତି ମୁଁ ଷ୍ଟାର କ୍ରିକେଟର ସତ୍ତ୍ୱେ ତାଙ୍କୁ ମିଳିନି ସମ୍ମାନ । ଯାହାକୁ ନେଇ ବର୍ଷିଛନ୍ତି ତେଜସ୍ୱୀ । କେବଳ ବିରାଟ ନୁହେଁ ବର୍ତ୍ତମାନର ଅନେକ ତାରକା ବି ଖେଳିଛନ୍ତି ତାଙ୍କ ସାଥୀରେ । ତାଙ୍କ କହିବା କଥା ମୁଁ ଜଣେ ସଫଳ କ୍ରିକେଟର ଥାଇ କେବେବି ହୁଏନି ଚର୍ଚ୍ଚା । ଜଣେ ପେଷାଦାର ଭାବେ ଦେଖାଇଛି ପ୍ରତିଭା । ହେଲେ ଲିଗାମେଣ୍ଟ ଇନଜୁରୀ ହେତୁ ସବୁଦିନ ପାଇଁ ଛାଡିବାକୁ ପଡିଥିଲା କ୍ରିକେଟ । ଏବେ ଗୋଟିଏ ସାକ୍ଷାତକାରରେ ଏନେଇ ଖୁଲାସା କରିଛନ୍ତି ସେ  ।

ସେପଟେ ତେଜସ୍ୱୀଙ୍କ ଏପରି ବୟାନ ପରେ ଆରମ୍ଭ ହୋଇଛି ଚର୍ଚ୍ଚା । କେହି କେହି ଏହାକୁ ସହଜରେ ଗ୍ରହଣ କରୁଥିବାବେଳେ ଅନେକ ଉଡାଇଛନ୍ତି ମଜ୍ଜାକ୍ । ସୋସିଆଲ ମିଡିଆରେ ବି ଖୁବ କରିଛନ୍ତି ଟ୍ରୋଲ । କାରଣ ବିରାଟ ଯେତେବେଳେ ଦିଲ୍ଲୀ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିଲେ, ସେତେବେଳେ ତେଜସ୍ୱୀ ଥିଲେ ତାଙ୍କ ଅଧିନାୟକତ୍ୱ । 

୨୦୧୩ରେ କ୍ରିକେଟରୁ ଅବସର ନେବା ପରେ ତେଜସ୍ୱୀ ରାଜନୀତିରେ ମାରିଥିଲେ ଏଣ୍ଟ୍ରି । କ୍ରିକେଟ୍ ଖେଳିବାବେଳେ ୨୦୧୦ରେ ସେ ତାଙ୍କ ପାର୍ଟି ଆରଜେଡି ପାଇଁ ଆରମ୍ଭ କରିଥିଲେ ପ୍ରଚାର । ପରେ ୨୦୧୫ରେ ଜିତିଥିଲେ ନିର୍ବାଚନ, ଆଉ ହାତେଇଥିଲେ ଉପମୁଖ୍ୟମନ୍ତ୍ରୀ ପଦ । ତେଜସ୍ୱୀ ଯାଦବଙ୍କ କ୍ରିକେଟ କ୍ୟାରିୟର ଥିଲା ବେଶ୍ ଭଲ । କ୍ୟାରିୟରରେ ମୋଟ ଗୋଟିଏ ଫାଷ୍ଟ କ୍ଳାସ୍ ମ୍ୟାଚ୍, ୨ଟି ଲିଷ୍ଟ A ଓ ଖେଳିଛନ୍ତି ୪ଟି ଟି-ଟ୍ୱେଣ୍ଚି ମ୍ୟାଚ । 

ଘରୋଇ କ୍ରିକେଟରେ ଝାଡ଼ଖଣ୍ଡ ପକ୍ଷରୁ କରିଛନ୍ତି ପ୍ରତିନିଧିତ୍ୱ । ନଭେମ୍ବର ୨୦୦୯ରେ ବିଦର୍ଭ ବିପକ୍ଷରେ କରିଥିଲେ ଫାଷ୍ଟ କ୍ଳାସ୍ ଡେବ୍ୟୁ । ଫେବ୍ରୁଆରୀ ୨୦୧୦ରେ ତ୍ରିପୁରା ଓ ଓଡ଼ିଶା ବିପକ୍ଷରେ ୨ଟି ଲିଷ୍ଟ A ମ୍ୟାଚ୍ ଖେଳିଛନ୍ତି । ସେହିପରି ଓଡ଼ିଶା, ଆସାମ, ବେଙ୍ଗଲ ଓ ତ୍ରିପୁରା ବିପକ୍ଷରେ ଧାନବାଦ ପକ୍ଷରୁ ୪ଟି ଟି ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.