ପ୍ରଥମ ଘରୋଇ ଟ୍ରେନ୍ ‘ତେଜସ୍’ ରଚିବ ଇତିହାସ : ଜାଣନ୍ତୁ ଏହାର ସୁବିଧା ଏବଂ ଭଡ଼ା ବିଷୟରେ

Published By : Prameya-News7 Bureau | July 23, 2019 IST

ନୂଆଦିଲ୍ଲୀ ୨୩/୭: ଲକ୍ଷ୍ନୈା ଜଙ୍କସନ୍ ଏବେ ଆଉ ଏକ ଇତିହାସ ରଚିବାକୁ ପ୍ରସ୍ତୁତ ହେଲାଣି। ଏବେ ଲକ୍ଷ୍ନୈା-ଦିଲ୍ଲୀ ମଧ୍ୟରେ ପ୍ରାଇଭେଟ୍ କମ୍ପାନୀ ଦ୍ବାରା ଟ୍ରେନ୍ ଚାଲିବ। ଭାରତର ପ୍ରଥମ ପ୍ରାଇଭେଟ ପାର୍ଟନରଶିପରେ ଚାଲୁଥିବା ସୁପରଫାଷ୍ଟ ଟ୍ରେନ୍ ‘ତେଜସ’ ଲକ୍ଷ୍ନୈା ପହଞ୍ଚିସାରିଛି। କିନ୍ତୁ ଏଯାଏଁ ଏହାର ଆନୁଷ୍ଠାନିକ ପ୍ରଚଳନ ଘୋଷଣା ହୋଇନାହିଁ। ଆଶା କରାଯାଉଛି ଯେ ଅଗଷ୍ଟ ୧୫ତାରିଖ ସୁଦ୍ଧା ଏହାର ସଞ୍ଚାଳନ ଆରମ୍ଭ ହୋଇଯିବ। ଲକ୍ଷ୍ନୈା ଜଙ୍ଗସନରୁ ଦିଲ୍ଲୀର ଆନନ୍ଦବିହାର ମଧ୍ୟରେ ଏହି ଟ୍ରେନ୍ ସପ୍ତାହରେ ୬ଦିନ ଚାଲିବ। ତେଜସ୍ ଲକ୍ଷ୍ନୈାରୁ ଆନନ୍ଦବିହାର ୬ଘଣ୍ଟା ୧୦ମିନିଟରେ ପହଞ୍ଚିବ। ​‌ଟ୍ରେନର ଅଧିକତର ସ୍ପିଡ ଘଣ୍ଟାକୁ ୧୬୦ କିଲୋମିଟର ନିର୍ଦ୍ଧାରିତ କରାଯାଇଛି।

{"id":136525}

ଏବେ ଏହାର ସମୟ ଲକ୍ଷ୍ନୈାରୁ ସକାଳ ୬:୫୦ରୁ ଦ୍ବିପ୍ରହର ୧:୨୦ରେ ଆନନ୍ଦବିହାର ପହଞ୍ଚିବା ପାଇଁ ପ୍ରସ୍ତାବିତ ହୋଇଛି। ଆନନ୍ଦବିହାରୁ ଟ୍ରେନ୍ ୩:୫୦ରୁ ବାହାରି ରାତି ୧୦:୦୫ରେ ଲକ୍ଷ୍ନୈା ଜଙ୍କସନ ପହଞ୍ଚିବ। ସେହିଭଳି ଲକ୍ଷ୍ନୈା ଜଙ୍କସନରୁ ପ୍ରଥମ ଥର ଆନନ୍ଦବିହାର ପାଇଁ ଡବଲ ଡେକର ଶୀତତାପ ନିୟନ୍ତ୍ରିତ ଟ୍ରେନ୍ ଆରମ୍ଭ କରାଯାଇଛି ଯାହା ଏବେବି ସପ୍ତାହରେ ପାଞ୍ଚଦିନ ଚାଲୁଛି।

{"id":136526}

ଟ୍ରେନରେ ପରିଷ୍କାର ପରିଛନ୍ନତା ରହିବା ସହ ଏସି ଖରାପ ହେବାର ଅଭିଯୋଗ ମଧ୍ୟ ଦୂର ହେବ। ଏବେ ଏହାର ଭଡ଼ା ବିଷୟରେ ସ୍ଥିର ହୋଇନାହିଁ। ଯଦି ବି ଏହାର ଭଡ଼ା ବେଶି ହୋଇଥିବ ତେବେ ଏଥିରେ ଯଦି ସବୁ ସୁବିଧା ଥିବ ତାହେଲେ ଯାତ୍ରୀମାନେ ମଧ୍ୟ ଭଡ଼ା ଦେବାକୁ ରାଜି ହେବେ।

{"id":136528}

ରେଳ ଅଧିକାରୀଙ୍କ ଆଶା ରହିଛି ଆଗାମୀ ୧୦୦ଦିନ ମଧ୍ୟରେ ଘରୋଇ କମ୍ପାନୀ ଅତି କମରେ ଗୋଟିଏ ଟ୍ରେନ୍ ଚଳାଇବାରେ ସମର୍ଥ ହେବ।

{"id":136529}

ଟ୍ରେନରେ ମୋଟ ୨୦ରୁ ୨୨ଟି କୋଚ୍ ରହିବ। ଏଥିରେ ଏସି ଚେୟାର କାର ବ୍ୟତୀତ ପ୍ରଥମ ଶ୍ରେଣୀର ଚେୟାରକାର କୋଚ ମଧ୍ୟ ରହିବ। ପ୍ରତି କୋଚରେ ବ୍ୟଞ୍ଜନ ଭଲ ସେଫ ପ୍ରସ୍ତୁତ କରିବେ। ଏଥିରେ ଓ୍ବାଇଫାଇର ସୁବିଧା,ସିସିଟିଭି,ଏଲଇଡି ଏବଂ ମୋଡ୍ୟୁଲାର ବାୟୋଟୟେଲେଟ୍ ମଧ୍ୟ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.