ପାଟଣାରେ ମା ଏବଂ ପତ୍ନୀ କରିଥିଲେ ଅପେକ୍ଷା; କିନ୍ତୁ ଗୟାରୁ ଅଚାନକ ଗାୟବ ହୋଇଗଲେ ତେଜପ୍ରତାପ

Published By : Prameya-News7 Bureau | November 06, 2018 IST

ପାଟଣା ୬/୧୧ : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ପତ୍ନୀଙ୍କ ସହିତ ନିଜ ସମସ୍ୟାର ସମାଧାନ କରିବା ମୁଡ଼ରେ ନାହାନ୍ତି | ସେ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ହିଁ ଚାହୁଁଛନ୍ତି ବୋଲି ସଫାସଫା କହିସାରିଛନ୍ତି |  ତେଜ ପ୍ରତାପ ବାପାଙ୍କୁ ରାଂଚିରେ ଦେଖା କରି ଫେରିବାବେଳେ ଦେଖା ଗୟାରେ ରହିଯାଇଥିଲେଥିଲେ | ଗୟାରୁ ସେ ଗତାଲି ସନ୍ଧ୍ୟାରେ ପାଟଣା ଫେରିବା କଥା |ପାଟଣାରେ ପତ୍ନୀ ଐଶ୍ବର୍ଯ୍ୟା ଓ ମା ରାବଡି ଦେବୀ ମଧ୍ୟ ତାଙ୍କୁ ଅପେକ୍ଷା କରିଥିଲେ ।  କିନ୍ତୁ ତେଜ ପ୍ରତାପ ଗୟା ହୋଟେଲରେ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଅଚାନକ ବୃନ୍ଦାବନ ପଳେଇଯାଇଥିଲେ | ସ୍ଥାନୀୟ ବିଧାୟକ କୁମାର ସର୍ଵଜୀତ ତାଙ୍କୁ ଦେଖା କରିବାକୁ ଆସିଥିଲେ | ସେ ଆସିବା ପରେ ସୁରକ୍ଷାକର୍ମୀ ଯେତେବେଳେ ହୋଟେଲ ରୁମର କବାଟ ଖୋଲି ଦେଖିଲେ ତେଜ ପ୍ରତାପ ରୁମରେ ନଥିଲେ | ସଂଗେ ସାଙ୍ଗ ସମସ୍ତ ସୁରକ୍ଷାକର୍ମୀ ଗୟାରୁ ପାଟଣା ଅଭିମୁଖେ ଯାଇଥିଲେ | କିନ୍ତୁ ଜଣାପଡିଥିଲା ଯେ, ପରିବାରର ୩ଜଣ ସଦସ୍ୟ ଏବଂ ନିଜ ଡ୍ରାଇଭର ସହିତ ତେଜ ପ୍ରତାପ ବୃନ୍ଦାବନ ପଳେଇଥିଲେ | ସୂଚନାଯୋଗ୍ୟ ଯେ, ତେଜ ପ୍ରତାପ ଗତ ରବିବାର ଦିନ ଲାଲୁଙ୍କୁ ଜେଲରେ ଦେଖା କରିବାକୁ ଯାଇଥିଲେ | ଫେରିବା ବାଟରେ ଅଚାନକ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଥିଲା | ଚିକିତ୍ସା ପାଇଁ ସେ ଗୟାରେ ରହିଯାଇଥିଲେ | ତେବେ ସେଠାରୁ ସେ ହଠାତ ଗାୟବ ହୋଇଯାଇଥିଲେ ।| ତେବେ ପରିବାରଲୋକେ ତେଜ ପ୍ରତାପଙ୍କୁ ପତ୍ନୀଙ୍କୁ ଛାଡପତ୍ର ନଦେବାକୁ ବୁଝାସୁଝା କରୁଛନ୍ତି | କିନ୍ତୁ ସେ ନିଜ ଜିଦରେ ଅଟଳ ଅଛନ୍ତି | ଗତକାଲି ସନ୍ଧ୍ୟାରେ ତେଜ ପ୍ରତାପ ନିଜ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ଦେଖା କରିବାର  ଥିଲା ବୋଲି ଶୁଣିବାକୁ ମିଳିଥିଲା କିନ୍ତୁ ସେ ଗୟାରୁ ସିଧା ବୃନ୍ଦାବନ କାହିଁକି ପଳେଇଲେ ତାହା ଜଣାପଡୁନାହିଁ | ରାଞ୍ଚିରେ ଲାଲୁଙ୍କୁ ଦେଖା କରିକି ଆସିବା ପରେ ତେଜ ପ୍ରତାପ କହିଥିଲେ ଯେ, ତାଙ୍କ ପରିବାରର ସମସ୍ତେ ତାଙ୍କ ବିପକ୍ଷରେ ଅଛନ୍ତି | କେହି ବି ତାଙ୍କ ସପକ୍ଷରେ ନାହାନ୍ତି | ସମସ୍ତେ ଚାହୁଁଛନ୍ତି ଯେ, ତାଙ୍କର ବିବାହ ବିଚ୍ଛେଦ ନହେଉ | କିନ୍ତୁ ସେ ନିଜେ ହିଁ ପତ୍ନୀଙ୍କ ସହିତ ରହିବାକୁ ଚାହୁଁନାହାନ୍ତି | ଆଉ ତାଙ୍କର ଏହି ନିଷ୍ପତିରେ ଘରଲୋକ ସହଯୋଗ ନକଲେ ସେ ଏକା ଲଢ଼ିବେ ବୋଲି କହିଛନ୍ତି | ବଦନାମ ଡରରେ ଛାଡପତ୍ର ନହେଉ ବୋଲି ପରିବାର ଲୋକ ଚାହିଁବା ସହ ଏଥିରୁ ଓହରିବା ଲାଗି ବୁଝେଇବାକୁ ଚେଷ୍ଟା କରୁଛନ୍ତି |ତେଜପ୍ରତାପ କହିଛନ୍ତି, "ପରିବାର ପାଇଁ କଣ ମୁଁ ମରିଯିବି ନା ଫାଶି ଲଗେଇଦେବି" | ରାଜନୈତିକ ଭବିଷ୍ୟତ ନେଇ ସେ ବିଲକୁଲ ଚିନ୍ତିତ ନୁହନ୍ତି ଆଉ ସେ ଶାନ୍ତିରେ ବଂଚିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.