ବୃନ୍ଦାବନ ରାସ୍ତାରେ ସାଇକେଲରେ ନଜର ଆସିଲେ ତେଜ ପ୍ରତାପ

Published By : Prameya-News7 Bureau | February 04, 2021 IST

ବୃନ୍ଦାବନ ୦୪/୦୨ : ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବଙ୍କ ଅନ୍ଦାଜ ଟିକେ ଅଲଗା। ତାଙ୍କ ଭାଟି ଭାବ ବି ଟିକେ ଅଲଗା ପ୍ରକାର। ସେ କେବେ ଭଗବାନ ଶିବ ତ ପୁଣି କେବେ ଶ୍ରୀକୃଷ୍ଣଙ୍କ ରୂପ ଧାରଣ କରିଥାନ୍ତି। କେବେ ଶଙ୍ଖ ତ ପୁଣି କେବେ ବଇଁଶୀ ବଜାନ୍ତି। ବୃନ୍ଦାବନ ସହ ତାଙ୍କର ପୁରୁଣା ସମ୍ପର୍କ। ତାଙ୍କୁ ପୁଣି ବୃନ୍ଦାବନ ଗଳିରେ ଦେଖିବାକୁ ମିଳିଛି। ବୃନ୍ଦାବନ ରାସ୍ତାରେ ସାଇକେଲ ଚଳାଉଥିବା ନଜର ଆସିଛନ୍ତି ତେଜ ପ୍ରତାପ। ବିବାହ ଅପରେ ପତ୍ନୀ ଐଶ୍ୱର୍ଯ୍ୟାଙ୍କୁ ମଧ୍ୟ ସାଇକେଲରେ ବସେଇ ବୁଲିଥିଲେ ତେଜ ପ୍ରତାପ ଯାହାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା।

ବୁଧବାର ଦିନ ତେଜ ପ୍ରତାପଙ୍କୁ ବୃନ୍ଦାବନରେ ଏକ ବ୍ୟାଟେରୀ ଚଳିତ ସାଇକେଲରେ ବୁଲୁଥିବାର ଦେଖିବାକୁ ମିଳିଥିଲା। ହଳଦିଆ ଧୋତି, କୁର୍ତା ଓ ବେକରେ ମଫଲର ପକାଇ ସେ ବୃନ୍ଦାବନବାସୀ ଭଳି ଦେଖାଯାଉଥିଲା। ବୃନ୍ଦାବନରେ ତେଜ ପ୍ରତାପଙ୍କ ପାଞ୍ଚକୋଶୀ ପରିକ୍ରମା କରୁଥିବା ଦେଖି ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁ ଖୁସି ହୋଇଯାଇଥିଲେ। ତାଙ୍କ ସହ ତାଙ୍କ ମିତ୍ର ଓ ସୁରକ୍ଷାକର୍ମୀ ମଧ୍ୟ ଅଲଗା ଅଲଗା ସାଇକେଲରେ ଥିଲେ। ସେ ପ୍ରାୟ ଅଧିକାଂଶ ସମୟରେ ମଥୁରା ବୃନ୍ଦାବନ ଗସ୍ତ କରନ୍ତି। କିନ୍ତୁ ପ୍ରଥମଥର ପାଇଁ ସେ ସାଇକେଲରେ ବୁଲୁଥିଲେ।

{"id":403465,"sizeSlug":"large","linkDestination":"none"}

ବୃନ୍ଦାବନ ରାସ୍ତାରେ ସାଇକେଲ ବୁଲୁଥିବା ଖବର ନିଆଁ ଭଳି ଚାରିଆଡେ ବ୍ୟାପି ଯାଇଥିଲା। ସୂଚନା ପାଇ ଗଣମାଧ୍ୟମ କର୍ମୀ ସେଠାରେ ପହଞ୍ଚି ଫଟୋ ଉଠାଇବା ଆରମ୍ଭ କରିଥିଲେ। ଫଟୋ ଉଠାଇଲେ ସେ ତାଙ୍କ ବିରୋଧରେ ମୂକଦମ ରୁଜ୍ଜୁ କରିଦେବେ ବୋଲି ଧମକ ଦେଇଥିଲେ। ଗଣମାଧ୍ୟମ କର୍ମଚାରୀ ତାଙ୍କୁ ବିହାର ରାଜନୀତି ସମ୍ପର୍କରେ ପ୍ରଶ୍ନ କରିବାରୁ ସେ କିଛି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ।

ସାଇକେଲରେ ବୁଲିବା ତେଜ ପ୍ରତାପଙ୍କ ପୁରୁଣା ସଉକ। ମହାମେଣ୍ଟ ସରକାର ସମୟରେ ସେ ଯେତେବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ ସେତେବେଳେ ବି ଅନେକ ସମୟରେ ସାଇକେଲରେ ବୁଲୁଥିଲେ। ଥରେ ସେ ପାଟନାରେ ନିଜ ଏସ୍କର୍ଟ ପାର୍ଟି ଗାଡି ସହ ରେସ ଲଗାଇବା ବେଳେ ନିୟନ୍ତ୍ରଣ ହରାଇ ପଡି ଯାଇଥିଲେ। ସେ କ୍ଷତବିକ୍ଷତ ମଧ୍ୟ ହୋଇଥିଲେ। ସେହି ଫଟୋ ବି ବହୁତ ଭାଇରାଲ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.