‘ଦବଙ୍ଗ’ ଷ୍ଟାଇଲ୍‌ରେ ନଜର ଆସିଲେ ତେଜ୍‌ ପ୍ରତାପ, ପୁଣି ଚର୍ଚ୍ଚାରେ ଆରଜେଡି ନେତାଙ୍କ ଭିଡିଓ

Published By : Prameya-News7 Bureau | February 12, 2021 IST

ପାଟନା ୧୨/୦୨: ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ଆରଜେଡି ନେତା ତେଜ ପ୍ରତାପ ଯାଦବ ନିଜର ଅବତାର ପାଇଁ ଚର୍ଚ୍ଚାରେ।  କେତେବେଳେ ତେଜ ପ୍ରତାପ  ଧୋତି ପିନ୍ଧି ସାଇକେଲ୍‌ରେ ବୁଲୁଥିବାର ଭିଡିଓ ଭାଇରାଲ ହୁଏତ ପୁଣି କେତେ ବେଳେ ହିରୋ ଲୁକ୍‌ ଚର୍ଚ୍ଚାର କେନ୍ଦ୍ରକୁ ଆସେ। ଏଥର କିନ୍ତୁ ଏକ ଭିଡିଓ ଭାଇରାଲ୍‌ ହେଉଛି ଯେଉଁଥିରେ ତେଜ ପ୍ରତାପ ଦବଙ୍ଗ ଷ୍ଟାଇଲ୍‌ରେ ଓ୍ବାକ୍‌ କରୁଥିବା ଦେଖିବାକୁ ମିଳିଛି।

ଅଧିକାଂଶ ସମୟରେ ଭକ୍ତି-ଭାବରେ ବୁଡ଼ି ରହୁଥିବା ତେଜ ପ୍ରତାପଙ୍କ ଏହି ଭିଡିଓ କୌଣସି ବଲିଉଡ୍‌ ଷ୍ଟାରଙ୍କଠୁ କମ୍‌ ନୁହେଁ। ପୂର୍ବରୁ ବାପା ଲାଲୁଙ୍କ ଷ୍ଟାଇଲ୍‌ ତେଜ ପ୍ରତାପ କପି କରୁଥିବା ନେଇ ନଜର ଆସିଥିଲେ। ଜଣେ ମଡେଲଙ୍କ ଭଳି ତେଜ ପ୍ରତାପ ଷ୍ଟାଇଲ୍‌ କରିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି। ଏହାକୁ ସେ ନିଜର ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

ଭିଡିଓରେ ଜଣେ ମଡେଲ ଭଳି ଲାଗୁଛନ୍ତି ତେଜ ପ୍ରତାପ। ସେ ବ୍ଲୁ ଜିନ୍ସ ସାଙ୍ଗକୁ ଧଳା ଟି-ସାର୍ଟ ଏବଂ ଜ୍ୟାକେଟ ପିନ୍ଧିଥିବା ଦେଖିବାକୁ ମିଳିଛି। ଧଳା ଜୋତା ମଧ୍ୟ ସେ ପିନ୍ଧିଛନ୍ତି। ଏହି ଭିଡିଓ ସହ ସେ ହାସ୍‌ଟ୍ୟାଗ ବସ୍‌ ଏବଂ ରକ୍‌ ଲେଖିଛନ୍ତି।

wp:html
/wp:html

ନିକଟରେ ତେଜପ୍ରତାପ ବୃନ୍ଦାବନର ଗଳିରେ ବ୍ୟାଟେରି ସାଇକେଲ୍‌ରେ ବୁଲୁଥିବାର ନଜର ଆସିଥିଲେ। ଏହା ପୂର୍ବରୁ ବୁନ୍ଦାବନରେ କୃଷ୍ଣଙ୍କ ବେଶଭୂଷାରେ ସେ ଏକ ଭିଡିଓ ସେୟାର କରିଥିଲେ। ବେକଳ ମାଳ, ସହ ଆଧ୍ୟାତ୍ମିକ ଭଙ୍ଗୀ ସହ ତେଜ ପ୍ରତାପଙ୍କ ଭିଡିଓ ଖୁବ ଭାଇରାଲ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.