ଐଶ୍ୱର୍ଯ୍ୟାଙ୍କ ଠାରୁ ଛାଡପତ୍ର ନେଇ ମୁହଁ ଖୋଲିଲେ ତେଜ ପ୍ରତାପ, କହିଲେ ବହୁତ ହଇରାଣ କରୁଛନ୍ତି ଶ୍ୱଶୁର ଘର ଲୋକ

Published By : Prameya-News7 Bureau | July 20, 2022 IST

ପାଟନା ୨୦/୦୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ନିଜ ଶ୍ୱଶୁର ଘର ଲୋକଙକ ଉପରେ ଭଡକିଛନ୍ତି । ପତ୍ନୀ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ସମ୍ପର୍କରେ କୋର୍ଟରେ ଶୁଣାଣି ହେବା ଶ୍ୱଶୁର ଘର ଲୋକଙ୍କୁ କଡା ଭତ୍ସନା କରିଛନ୍ତି । ସୋସିଆଲ ମିଡିଆରେ ଲାଇଭ କରି ନିଜର ମନର କଥା ପରିପ୍ରକାଶ କରିଛନ୍ତି ।

ତେଜ ପ୍ରତାପ କହିଛନ୍ତି ଯେ ତାଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଏବଂ ତାଙ୍କ ପରିବାରକୁ ହଇରାଣ କରୁଛନ୍ତି । ସେମାନଙ୍କଠାରୁ କୋଟି ଟଙ୍କା ଦାବି କରୁଛନ୍ତି । ଲାଲୁ ପରିବାରକୁ ଧ୍ୱଂସ କରିବା ପାଇଁ ଏକ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ତେଜ ପ୍ରତାପ । ତେଜ ପ୍ରତାପ ଚେତାବନୀ ଦେଇଛନ୍ତି ଯେ ଯଦି ସେ ଅଧିକ ହଇରାଣ କରନ୍ତି ତେବେ ସେ ଚୁପ୍ ରହିବେ ନାହିଁ ଏବଂ ସମସ୍ତଙ୍କୁ ଏ ବିଷୟରେ କହିଦେବେ ।

ପାଖାପାଖି ସାଢେ ୮ ମିନିଟର ଭିଡିଓରେ ତେଜ ପ୍ରତାପ କହିଛନ୍ତି ଯେ ତାଙ୍କ ପିତା ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ଖରାପ । ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ବଦନାମ କରିବା ପାଇଁ ଏକ ଷଡଯନ୍ତ୍ର ରଚାଯାଉଛି । ତାଙ୍କ ମା ରାବ୍ରି ଦେବୀଙ୍କୁ ଆକ୍ରମଣ କରାଯିବା ସହ ତାଙ୍କ ସହ ଦୁର୍ବ୍ୟବହାର କରାଯାଇଛି । ଭଉଣୀ, ଭାଇ ଓ ବାପାଙ୍କୁ ବି ଖରାପ ବ୍ୟବହାର କରିଥିଲେ ।

wp:html /wp:html

ଗତ ୪ବର୍ଷ ଧରି ସେମାନେ ଏହି ଅପମାନର ସମ୍ମୁଖୀନ ହେଉଛନ୍ତି । ତେଜ ପ୍ରତାପ କହିଛନ୍ତି ଯେ ସେ ଓ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ମାମଲା କୋର୍ଟ ମାଧ୍ୟମରେ ଶେଷ କରିବାକୁ ଚାହୁଁଛନ୍ତି । ନ୍ୟାୟ ପ୍ରକ୍ରିୟା ଏବଂ କୋର୍ଟ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି । ଯଦି ତାଙ୍କ ପରିବାରକୁ ଅଧିକ ହଇରାଣ କରାଯାଏ ତେବେ ସେ ଚୁପ୍ ରହିବେ ନାହିଁ ବୋଲି ତେଜ ପ୍ରତାପ ଚେତାବନୀ ଦେଇଛନ୍ତି ।

କହିଛନ୍ତି ମୋ ପାଖରେ ହଜାର ହଜାର ଭିଡିଓ କ୍ଲିପ ଅଛି । ଯଦି ସେମାନେ ଚାହାଁନ୍ତି, ସେମାନେ ଶ୍ୱଶୁର ଘର ଲୋକଙ୍କୁ ବଦନାମ କରିପାରିବେ । କିନ୍ତୁ ଏହା ଆମ ପରିବାରର କଥା ତେଣୁ ଏହାକୁ ଏକ ସର୍ବସାଧାରଣରେ ଦେଖାଇବାକୁ ଚାହୁଁନି । କିନ୍ତୁ ଯଦି ସ୍ଥିତି ଖରାପ ହୁଏ ତେବେ ମୁଁ ବି ପଛାଇବି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.