ଦିନେ ପେନ୍‌କିଲର୍ ଖାଇ ପାଠ ପଢ଼ୁଥିଲେ ତେଜ ବାହାଦୁର : କେବିସିରେ ଜିତିଲେ ୫୦ଲକ୍ଷ ଟଙ୍କା

Published By : Prameya-News7 Bureau | December 03, 2020 IST

wp:heading {"level":4}

ବରେଲି ୩/୧୨: କୌନ ବନେଗା କରୋଡ଼ପତିରେ ୫୦ଲକ୍ଷ ଟଙ୍କା ଜିତିଥିବା ତେଜ ବାହାଦୁର ସିଂହ ଘର ଚଳାଇବା ପାଇଁ ଚାଷକାମ କରି ଥକିଯିବା ପରେ ପେନକିଲର ଖାଇ ପାଠ ପଢ଼ିଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ ଏହି ଟଙ୍କାରେ ସେ ମାଙ୍କ ବନ୍ଧକ ରଖାଯାଇଥିବା କୁଣ୍ଡଳ ଆଣିବ,ରହିବା ପାଇଁ ଘର କରିବ ଏବଂ ସାନ ଭାଇ ଏବଂ ନିଜ ପାଠପଢ଼ାରେ ଟଙ୍କା ଲଗାଇବ। ତେଜ ବାହାଦୁରଙ୍କ ଛାତ୍ର ଜୀବନ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦାରିଦ୍ର୍ୟରୁ ମୁକ୍ତି ପାଇବା ପାଇଁ ତାଙ୍କୁ ଶିକ୍ଷା ଏକ ମାଧ୍ୟମ ଭାବେ ଦେଖାଯାଇଥିଲା।

/wp:heading wp:heading {"level":4}

ବରେଲିର ବହେଡ଼ି ଅଞ୍ଚଳର ବସୁଧରନ ଗାଁ ବାସିନ୍ଦା ଚାଷୀଙ୍କ ପୁଅ ତେଜ ବାହାଦୁର କହିଛନ୍ତି ଯେ ବର୍ଷା ହେଲେ ତାଙ୍କ ଘରେ ପାଣି ଜମିଯାଏ ଏବଂ ପରିବାରକୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। କୋଭିଡ-୧୯କାରଣରୁ ବାପାଙ୍କ ପ୍ରାଇଭେଟ୍ ଚାକିରୀ ଚାଲିଯାଇଥିଲା। ଏହା ପରେ ତେଜ ବାହାଦୁର ଆହୁରି ଅଧିକ ପରିଶ୍ରମ କରିବା ଆରମ୍ଭ କରି ଦେଇଥିଲେ। ପାଠପଢ଼ା ପାଇଁ ଟଙ୍କା ଅଭାବ ହେବାରୁ ସେ ଚାଷଜମିରେ ଯାଇ ମଜୁରୀ ଲାଗିଥିଲେ। ଯେତେବେଳେ ସେ ଥକିଯାଉଥିଲେ ପେନକିଲର ଖାଇ ପାଠ ପଢ଼ୁଥିଲେ।

/wp:heading wp:heading {"level":4}

​‌ମେ ମାସରୁ ସେ କେବିସି ଯିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଏବଂ ଟିଭି​‌ରେ ଦେଖା ଯାଉଥିବା ପ୍ରଶ୍ନର ଉତ୍ତର ଦେବା ପରେ କେବିସିରୁ ତାଙ୍କ ପାଖକୁ ଫୋନ୍ ଆସିଥିଲା। ସୋନି ଲିଭ ଇନରେ ତାଙ୍କର ଅଡିସନ ହୋଇଥିଲା। ଏହା ପରେ ଭିଡିଓ କଲ୍ ଜରିଆରେ ୬ଟି ପ୍ରଶ୍ନ ପଚରାଯାଇଥିଲା ଏବଂ ପରିବାରର ସ୍ଥିତି ବିଷୟରେ ପଚରାଯାଇଥିଲା।

/wp:heading wp:heading {"level":4}

ଠିକ୍ ଉତ୍ତର ଦେବା ପରେ ୨୦-୨୦ ପ୍ରଶ୍ନର ପରୀକ୍ଷା ନିଆଯାଇଥିଲା। ଏହା ପରେ ତାଙ୍କୁ ମୁମ୍ବାଇ ଆସିବାକୁ ଫୋନ୍ ଯାଇଥିଲା। କେବିସିରୁ ହିଁ ତାଙ୍କ ଟିକେଟ୍ ଏବଂ ଖାଇବା-ପିଇବାର ସୁବିଧା ଉପଲବ୍ଧ କରାଯାଇଥିଲା। ତେଜ ବାହାଦୁର କହିଥିଲେ ଯେ ତାଙ୍କ ଘ​‌ରେ ବିଜୁଳି କନେକ୍ସନ ନାହିଁ । ବିଜୁଳି ପାଇଁ ବାପା ସୋଲାର ପ୍ୟାନେଲ୍ ଲଗାଇଛନ୍ତି। ତାଙ୍କର ସ୍ବପ୍ନ ହେଉଛି ଆଇପିଏସ୍ ହେବା ଏବଂ ଆଇପିଏସ୍ ହେବା ପରେ ଗାଁରେ ଇଣ୍ଟର କଲେଜ ନିର୍ମାଣ କରାଇବା ଯାହା ଫଳରେ କୌଣସି ପିଲା ଶିକ୍ଷାରୁ ବଞ୍ଚିତ ହେବେ ନାହିଁ।

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.