ତହସିଲଦାରଙ୍କୁ ମାରିଲେ ମାଡ, ଥାନାରେ ମାମଲା
1/09/2020 at 12:09 PM

ସୁବର୍ଣ୍ଣପୁର ୧।୯: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ତହସିଲଦାରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ସୋମବାର ସନ୍ଧ୍ୟାରେ ବିଶିପଡା ସମବାୟ ସମିତିରେ ସାର ବଣ୍ଟନକୁ ନେଇ ସାମାନ୍ୟ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଉଲୁଣ୍ଡା ତହସିଲଦାର ପୂର୍ଣ୍ଣଚନ୍ଦ୍ର ନାଏକ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ କିଛି ଲୋକ ତହସିଲଦାରଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିବା ତହସିଲଦାର ଅଭିଯୋଗ କରିଛନ୍ତି ।

ଆହୁରି ମଧ୍ୟ ତାଙ୍କୁ ଜଣେ ବ୍ୟକ୍ତି ଚାପୁଡା ମାରିଥିବା ସେ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସାର ନେବା ସମୟରେ ବାଲି ଚୋରା ଚାଲାଣ ଅଭିଯୋଗ ଆଣି ତହସିଲଦାରଙ୍କୁ ବାଲି ଚୋର ବୋଲି କିଛି ଲୋକ କହିଥିବା ଅଭିଯୋଗ ହୋଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।