ଚଢାଉ ପାଇଁ ଯାଇଥିବା ବେଳେ ଆକ୍ରମଣର ଶିକାର, ତହସିଲଦାରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଆଦିବାସୀ

Published By : Prameya-News7 Bureau | August 06, 2022 IST

ସାନଖେମୁଣ୍ଡି ୬।୮: ତହସିଲଦାରଙ୍କୁ ଗୋଡାଇ ଗୋଡାଇ ପିଟିଲେ ଆଦିବାସୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ତହସିଲଦାର ଅମିତ କୁମାର ନାୟକଙ୍କୁ ଗାଁ ଲୋକେ ପିଟିଲେ । ଅବକାରୀ ବିଭାଗ କର୍ମଚାରୀଙ୍କୁ ମଧ୍ୟ ମାଡ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହାସହ ୩ଟି ସରକାରୀ ଗାଡିକୁ ଅଟକ ରଖିଛନ୍ତି ଲୋକେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ମେଡିକାଲକୁ ପଠାଇଥିବା ସୂଚନା  ମିଳିଛି ।

ସୂଚନାଯୋଗ୍ୟ ଯେ, ପାତ୍ରପୁର ବ୍ଲକର ଆଦିବାସୀ ଗାଁ ବୁଡିଘାଟିରେ ମଦ ବେପାର ଉପରେ ଚଢ଼ାଉ ବେଳେ ତହସିଲଦାର ଓ ଅବକାରୀ ବିଭାଗକୁ ଗୋଡାଇ ଗୋଡାଇ ଆଦିବାସୀମାନେ ପିଟିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା । ସୁରଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ତହସିଲଦାର ପହଞ୍ଚିଛନ୍ତି । ଘଟଣାସ୍ଥଳକୁ ଚିକିଟି ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ର ଯାଉଥିବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.