କଟକ ୧୬।୦୨: ପାରିବାରିକ କଳହର କରୁଣ ପରିଣତି । ଶାଶୂକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ଜ୍ବାଇଁ । କଟକ ଓଏମପି ଛକ ନିକଟରେ ଥିବା ଗୋର୍ଖା କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ସାଲେଗା ହେମ୍ବ୍ରମ୍ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଘର ଭିତରୁ ଶାଶୂଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ହତ୍ୟାକାଣ୍ଡ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଜ୍ବାଇଁ ଫେରାର୍ ହୋଇଯାଇଛି । ପରିବାର ଲୋକେ ଏ ନେଇ ରେଳବାଇ ଥାନାରେ ଏତଲା ଦେଇଛନ୍ତି ।
{"id":225173,"sizeSlug":"large"}![](https://www.prameyanews7.com/wp-content/uploads/2020/02/Screen-Shot-2020-02-16-at-3.03.05-PM.png)
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଆଜି ସକାଳେ ଜ୍ୱାଇଁ ସଂଜୟ ସୋରେନ୍ ତାଙ୍କ ଶାଶୁ ରହୁଥିବା ଘରକୁ ଆସି ଗାଳି ଗୁଲଜ କରିଥିଲେ । ସଂଜୟ ଏପରି ଗାଳିଗୁଲଜ କରିବାରୁ ତାଙ୍କ ସ୍ତ୍ରୀ ସୀତା ସୋରେନ୍ ବାରଣ କରିଥିଲେ । ସଂଜୟ ଏଥିରେ ରାଗିଯାଇ ନିଜ ସ୍ତ୍ରୀଙ୍କୁ ମାଡ ମାରିଥିଲେ । ଏହି ସମୟରେ ତାଙ୍କ ଶାଶୂ ସାଲେଗା ଜ୍ୱାଇଁଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏଥିରେ ରାଗି ଯାଇ ଏକ କାଠ ଫାଳିଆରେ ସଂଜୟ ତାଙ୍କ ସ୍ତ୍ରୀଙ୍କ ମୁଣ୍ଡକୁ ଆଘାତ ଦେବା ସହ ଶାଶୂଙ୍କ ମୁଣ୍ଡକୁ ମଧ୍ୟ ଆଘାତ ଦେଇଥିଲେ । ଘଟଣାସ୍ଥଳରେ ହିଁ ଶାଶୂଙ୍କ ମୃତ୍ୟୁ ହୋଇଯାଇଥିଲା । ସଂଜୟଙ୍କ ସ୍ତ୍ରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।