ମା କାମ କରିବାକୁ ଯିବାପରେ ନାବାଳିକା ସହ ଦୁଷ୍କର୍ମ କରୁଥିଲା ସାବତ ବାପା

Published By : Prameya-News7 Bureau | December 02, 2018 IST

ମଗରଲୋଡ଼ ୨/୧୨ : ଛତିଶଗଡ଼ର ମଗରଲୋଡ଼ ଥାନା ଅଂଚଳରୁ ଆସିଛି ନରକୀୟ ଘଟଣା | ଜଣେ ବ୍ୟକ୍ତି ନିଜ ସାବତ ଝିଅକୁ ଦୁଷ୍କର୍ମ କରୁଥିବା ଘଟଣା ସାମ୍ନାକୁ ଆସିଛି | ବ୍ୟକ୍ତି ଜଣକ ପ୍ରତିଦିନ ନାବାଳିକାଙ୍କ ସହ ଦୁଷ୍କର୍ମ କରୁଥିଲା | ଶେଷରେ ନାବାଳିକା ବିରକ୍ତ ହୋଇ ନିଜ ସାଙ୍ଗମାନଙ୍କୁ ସବୁ କଥା କହିଥିଲେ | ଏହାପରେ ଶନିବାର ଦିନ ନିକଟସ୍ଥ ଥାନାରେ ଯାଇ ଏଫଆଇଆର ଦେଇଥିଲେ | ଏହାପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି | ସୂଚନାଯୋଗ୍ୟ ଯେ, ମଗରଲୋଡ଼ରେ ରହୁଥିବା ଜଣେ ପ୍ରାପ୍ତ ବୟସ୍କ ବ୍ୟକ୍ତି ୩ବର୍ଷ ପୂର୍ବରୁ ଜଣେ ମହିଳାଙ୍କୁ ବିବାହ କରିଥିଲେ | ମହିଳାଙ୍କର ସେତେବେଳେ ଗୋଟିଏ ୧୩ ବର୍ଷର ଝିଅ ଥିଲା | ବିବାହ ପରେ ମହିଳା ତାଙ୍କ ଝିଅକୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ | ତେବେ ଏହି କିଛି ଦିନ ହେଲା ନାବାଳିକାଙ୍କୁ ତାଙ୍କ ସାବତ ବାପା ଡରେଇ ଧମକେଇ ତାଙ୍କ ସହ ଦୁଷ୍କର୍ମ କରୁଥିବା ନାବାଳିକା ପୋଲିସକୁ କହିଥିଲେ | ମା କାମ କରିବାକୁ ଚାଲିଯିବା ପରେ ପ୍ରତିଦିନ ସାବତ ବାପା ଝିଅକୁ ଦୁଷ୍କର୍ମ କରୁଥିଲା | ପୀଡିତା ଡରି ଯାଇ ଚୁପ ରହୁଥିଲେ | ସାବତ ବାପାର ଅମାନୁଷିକ କାମ ବିଷୟରେ କାହାକୁ କିଛି କହିବା ପାଇଁ ସାହସ କରୁନଥିଲେ | କିନ୍ତୁ ଅସହ୍ୟ ହୋଇ ଶେଷରେ ସେ ନିଜ ସାଙ୍ଗମାନଙ୍କୁ ସବୁ କଥା କହିଥିଲେ | ସାଙ୍ଗମାନେ ତାଙ୍କୁ ସାହସ ଦେବାରୁ ସେ ଥାନାରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜ୍ଜୁ କରିଥିଲେ | ପୋଲିସ ଏହି ମାମଲାରେ ଗମ୍ଭୀରତାର ସହ ଛାନଭିନ କରିଥିଲା | ପୋକସୋ ଆକ୍ଟ ଅନୁଯାୟୀ ରବିବାର ଦିନ ପୋଲିସ ଅଭିଯୁକ୍ତ ସାବତ ବାପାକୁ ଗିରଫ କରିଛି | ଅଭିଯୁକ୍ତ ବିରୋଧରେ ଧାରା ୩୭୬ ଏବଂ ୫୦୬ ରୁଜ୍ଜୁ ହୋଇଛି | ନାବାଳିକାଙ୍କ ଡାକ୍ତରୀ ମଇନା କରାଯାଇଛି | ରିପୋର୍ଟ ଆସିବା ପରେ ଆଗକୁ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.