ମହାରାଷ୍ଟ୍ର ୨୨/୦୫: ପୁଣେ ହିଟ୍ ଆଣ୍ଡ ରନ୍ ମାମଲାରେ ନୁଆ ଅପଡେଟ୍ । ଏହି ମାମଲାର ଅଭିଯୁକ୍ତ ନାବାଳକର ଗାଡିକୁ ଜବତ କରିଛି ପୋଲିସ । ଏଥିସହ ୨୫ ବର୍ଷ ଯାଏଁ କାର୍ ଚଳାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ମହାରାଷ୍ଟ୍ରର ଟ୍ରାନ୍ସପୋର୍ଟ କମିଶନର ବିବେକ ଭିମନଓ୍ୱର ଜାରି କରିଛନ୍ତି ଏହି ନିର୍ଦ୍ଦେଶ ।
ଦୁର୍ଘଟଣା ଘଟାଇଥିବା କାର୍ ଉପରେ ପୂର୍ବର ରେଜିଷ୍ଟ୍ରେସନ୍ ଟଙ୍କା ବାକି ଥିବା ଜଣାପଡିଛି । ଏହାସହ ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ଯୁବକ ଜଣକ ୯୦ ମିନିଟ୍ ମଧ୍ୟରେ ବାର୍ରେ ୪୮ ହଜାର ଟଙ୍କା ଖର୍ଚ୍ଚ କରିଥିଲା। ଯେଉଁ ବାରରେ ମଦ୍ୟପାନ କରିଥିଲା ସେଠାରୁ ତାଙ୍କ ନାଁରେ ୪୮ ହଜାର ଟଙ୍କାର ବିଲ୍ ଜବତ କରିଛି ପୁଲିସ।
ସୂଚନା ଥାଉକି, ମହାରାଷ୍ଟ୍ର ପୁଣେରେ ଏମିତି ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଘାତ ଦେଇଛି । ଜଣେ ୧୭ ବର୍ଷର ଯୁବକ ଲଗଜୁରୀ କାର ଚଳାଇବାବେଳେ ଦୁର୍ଘଟଣା ଘଟାଇବାରୁ ୨ଜଣ ଆଇଟି ଇଞ୍ଜିନିଅରଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ଅନୀଶ ଅୱଧିୟ, ଓ ଅଶ୍ୱିନୀ କୋସ୍ତା ।
ଏହି ଘଟଣାରେ ଅଭିଯୁକ୍ତର ଗାଡି ସିଜ୍ କରାଯିବା ସହ ୨୫ ବର୍ଷ ଯାଏଁ କାର ଚଳାଇପାରିବେନି ବୋଲି ରହିତାଦେଶ ଜାରି କରିଛନ୍ତି ମହାରାଷ୍ଟ୍ର ଟ୍ରାନ୍ସପୋର୍ଟ କମିଶନର ବିବେକ୍ ଭିମନୱର ।ତେବେ ଦୁର୍ଘଟଣା ଘଟାଇଥିବା କାର ଉପରେ ପୂର୍ବର ରେଜିଷ୍ଟ୍ରେସନ୍ ପାଉଣା ବାକି ଥିବା ଜଣାପଡିଛି ।
ଏହାସହ ଦୁର୍ଘଟଣା ଘଟାଇବା ପୂର୍ବରୁ ଅଭିଯୁକ୍ତ ଯୁବକ ଯେଉଁ ବାରରେ ମଦ୍ୟପାନ କରିଥିଲେ ସେଠାରୁ ତାଙ୍କ ନାଁରେ ୪୮ ହଜାର ଟଙ୍କାର ବିଲ୍ ଜବତ କରିଛି ପୋଲିସ । ଅନ୍ୟପଟେ ସବୁଠୁ କ୍ଷୋଭର ବିଷୟ ହେଉଛି, ଯୁବକ ଜଣକ ଏତେ ବଡ ଘଟଣା ଘଟାଇବା ପରେ ବି ମାତ୍ରି ୧୪ ଘଣ୍ଟା ପରେ ତାଙ୍କୁ ନାବାଳକ ହୋଇଥିବା ଆଧାରରେ ଛାଡିଦେଇଛି ପୋଲିସ, ଯାହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟିି କରିଛି ।