Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଭୂକମ୍ପର ୨୬୦ ଘଣ୍ଟା ପରେ ୧୪ ବର୍ଷୀୟ ଉସ୍ମାନ ସୁରକ୍ଷିତ ଉଦ୍ଧାର, ଆଉ ଦୁଇ ଜଣଙ୍କୁ ମଧ୍ୟ ବଞ୍ଚାଇଲେ ଉଦ୍ଧାରକର୍ମୀ

17/02/2023 at 8:45 PM

ନୂଆଦିଲ୍ଲୀ: ରଖେ ହରି, ମାରେ କିଏ… ଏହି କଥା ସମସ୍ତେ ଶୁଣିଥିବେ । ଏବେ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ତୁର୍କୀରେ । ଫେବ୍ରୁଆରୀ ୬ରେ ତୁର୍କୀ ଏବଂ ସିରିଆରେ ହୋଇଥିବା ବିନାଶକାରୀ ଭୂକମ୍ପର ୧୧ ଦିନ ପରେ ୧୪ ବର୍ଷୀୟ ଉସ୍ମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ତୁର୍କୀର ସ୍ୱାସ୍ଥ୍ୟ ମନ୍ତ୍ରୀ ଫହାର୍ଟିନ କୋକା ଟ୍ୱିଟ୍ କରି ଉସ୍ମାନଙ୍କ ବିଷୟରେ ଏହି ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଭୂକମ୍ପର ୨୬୦ ଘଣ୍ଟା ପରେ ଉସ୍ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ ୧୪ ବର୍ଷୀୟ ଉସ୍ମାନ ୨୬୦ ଘଣ୍ଟା ପରେ ପୁଣି ଥରେ ଆମ ସହ ଅଛନ୍ତି । ବର୍ତ୍ତମାନ ସମୟରେ ତାଙ୍କୁ ହଟେ ମୁସ୍ତଫା କେମଲ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ଉସ୍ମାନଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି ।  

ରିପୋର୍ଟ ଅନୁସାରେ ତୁର୍କୀର ହାଟେ ପ୍ରାନ୍ତରେ ଗୁରୁବାର ରାତିରେ ଉଦ୍ଧାରକାରୀ ଟିମ୍ ଦୁଇ ଜଣଙ୍କୁ ଭଗ୍ନାବଶେଷ ତଳୁ ବାହାର କରାଯାଇଛି । ଉଦ୍ଧାର ହୋଇଥିବା ଦୁଇ ଜଣ ହେଲେ ୨୬ ବର୍ଷୀୟ ମେହମତ ଏବଂ ୩୪ ବର୍ଷୀୟ ମୁସ୍ତଫା ଅବସୀ । ଦୁଇ ଜଣଙ୍କ ନିଶ୍ୱାସ ଚାଲୁଥିବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ତୁର୍କୀ ଏବଂ ସିରିଆରେ ବିନାଶକାରୀ ଭୂକମ୍ପରେ ମୃତକଙ୍କ ସଂଖ୍ୟା ୪୧,୦୦୦ ଟପିଛି । ଏବେ ବି ଭୂକମ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

   Related Posts