vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ସୀମା ଟପିଗଲା ଅମାନୁଷିକତା : କିଶୋରୀକୁ ୫ଦିନ ଯାଏଁ ବନ୍ଧକ ରଖି ଗଣଦୁଷ୍କର୍ମ

14/09/2020 at 10:46 AM

ପାଟନା ୧୪/୯: ପାଟନାର ଖୁସରୁପୁରରୁ ଅପହୃତ ହୋଇଥିବା କିଶୋରୀକୁ ବନ୍ଧକ ରଖି ପତ୍ରକାରନଗର ଅଞ୍ଚଳରେ ଗଣଦୁଷ୍କର୍ମ କରାଯାଇଛି। ଅପହରଣ ଏବଂ ଦୁଷ୍କର୍ମ କରିବାର ଅଭିଯୋଗ ବୟସ୍କ ଘର ମାଲିକ ଅଲଖ ସିଂହ ଏବଂ ତା ବନ୍ଧୁ ଶୈଳେନ୍ଦ୍ର କୁମାର ବିରୋଧରେ ହୋଇଛି। ପୀଡ଼ିତା କିଶୋରୀ ଖୁସରୁପୁର ଥାନାରେ ୨ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ,ପକ୍ସୋ ଆକ୍ଟ ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛନ୍ତି। ପୋଲିସ୍ ଉଭୟଙ୍କୁ ଗିରଫ କରିଛି।

ପାଟନା ପୋଲିସ୍ ସୋମବାର ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଇବା ସହ କୋର୍ଟରେ ମାମଲା ରୁଜୁ କରିବ। ପୋଲିସ୍ ପୀଡ଼ିତାଙ୍କୁ ନିଜ ନିରୀକ୍ଷଣରେ ରଖିଛି। ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ସେ ନାଳନ୍ଦା ଜିଲ୍ଲା ବାସିନ୍ଦା ଏବଂ ନିଜ ପରିବାର ସହ ଖୁସରୁପୁରର ଭଡ଼ା ଘରେ ରୁହନ୍ତି। ସେପ୍ଟେମ୍ବର ୫ତାରିଖରେ ସେ ସ୍କୁଲରୁ ଟିସି ନେବାକୁ ଯାଉଥିଲେ। ରାସ୍ତାରେ ବୈଠକପୁର ବଗିଚା ପାଖରେ ତାଙ୍କ ଘର ମାଲିକ ଅଲଖ ସିଂହ ନିଜ ବନ୍ଧୁ ଶୈଳେନ୍ଦ୍ର ପ୍ରସାଦ ସହ ବାଇକରେ ଆସିଥିଲା। ସେଠାକୁ ଆସି ଦୁହେଁ କିଶୋରୀଙ୍କ ସହ କଥା ହୋଇଥିଲେ ଏବଂ ଏହି ସମୟରେ ନାକରେ ରୁମାଲ୍ ଝାଡ଼ି ଦେଇଥିଲେ। ଏହା ପରେ କିଶୋରୀ ବେହୋସ୍ ହୋଇଯାଇଥିଲେ।

ନିଶା ଦ୍ରବ୍ୟ ଶୁଙ୍ଘାଇବା ପରେ ଯୁବତୀଙ୍କୁ ଅପହରଣ କରାଯାଇଥିଲା। ପୀଡ଼ିତାଙ୍କ କହିବା ଅନୁସାରେ ଯେତେବେଳେ ତାଙ୍କୁ ହୋସ୍ ଆସିଥିଲା ସେ ଏକ ଅନ୍ଧାରିଆ ରୁମରେ ବନ୍ଦୀ ଥିଲେ। ଏହା ପରେ ଘର ମାଲିକ ଏବଂ ତା ବନ୍ଧୁ ତାଙ୍କୁ ଜବରଦସ୍ତି ଖୁଆଇଥିଲେ ଏବଂ ପାଳି କରି ଦୁଷ୍କର୍ମ କରିଥିଲେ। ପର ଦିନ କିଶୋରୀ ଜାଣି ପାରିଥିଲେ ଯେ ଏହି ରୁମ୍ ଶୈଳେନ୍ଦ୍ରର ଏବଂ ଏହା ପାଟନାର ପତ୍ରକାରନଗରରେ ଅବସ୍ଥିତ। ପୀଡ଼ିତାଙ୍କୁ ୫ଦିନ ଯାଏଁ ବନ୍ଧକ କରି ଗଣଦୁଷ୍କର୍ମ କରାଯାଇଥିଲା।

ପୀଡ଼ିତାଙ୍କ କହିବା ଅନୁସାରେ ସେପ୍ଟେମ୍ବର ୧୨ତାରିଖରେ ଶୈଳେନ୍ଦ୍ରର ପୁଅ ରବି ସେହି ରୁମକୁ ଆସିବାରୁ କିଶୋରୀ ତାଙ୍କୁ ସବୁ କଥା ଶୁଣାଇଥିଲେ। ଏହା ପରେ ରବି ତାଙ୍କୁ ସେଠାରୁ ଖସିପଳାଇ ଯିବାରେ ସାହାଯ୍ୟ କରିଥିଲେ। ସେଠାରୁ ପଳାଇବା ପରେ କିଶୋରୀ ପୋଲିସ୍ ନିକଟରେ ଯାଇ ମାମଲା ରୁଜୁ କରିଥିଲେ।

   Related Posts