oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଶାଶୂ ଘର ଛାଡିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ୩୦ ସୁଦ୍ଧା ଘର ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୩୧ କୋଭିଡ୍ ପଜିଟିଭ୍
  • ||
  • ମୁମ୍ଵାଇ : ଠକେଇର ଶିକାର ହେଲେ ଅନ୍ନୁ କପୁର, KYC ଅପଡେଟ୍ ବାହାନାରେ ଲୁଟି ନେଲେ ୪.୩୬ ଲକ୍ଷ ଟଙ୍କା
  • ||
  • ଲମତାପୁଟ : ରାଜ୍ୟ ବାହାରକୁ ହେଉଥିଲା ଚାଲାଣ, ଚେକିଂ ବେଳେ କାର୍‌ରୁ ବାହାରିଲା ୧୦ଲକ୍ଷ ଟଙ୍କାର ଗଞ୍ଜେଇ
  • ||
  • ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ବାର୍‌ରେ ରେଡ୍‌, କଟକଣା ପରେ ବି ମାନୁନଥିଲେ ମାଲିକ
  • ||
  • ଇଣ୍ଡୋନେସିଆ : ରକ୍ତ ରଞ୍ଜିତ ହେଲା ଖେଳ ପଡ଼ିଆ; ଫୁଟବଲ ମ୍ୟାଚ୍ ଚାଲିଥିବା ବେଳେ ଦଙ୍ଗା, ୧୨୭ ମୃତ, ଏକାଧିକ ଆହତ
  • ||

ପ୍ରେମ ସପ୍ତାହର ଆଜି ଟେଡି ଡେ’ : ୯୯ଟଙ୍କାରୁ ୧୦ହଜାର ମଧ୍ୟରେ ରହିଛି ରେଟ୍, କାଲି ପ୍ରମିସ୍ ଡେ’ ପାଇଁ ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା

10/02/2019 at 6:50 PM

ଭୁବନେଶ୍ବର ୧୦|୨: ଆଉ ମାତ୍ର ୩ ଦିନର ଅପେକ୍ଷା । ପ୍ରେମୀ ଯୁଗଳ ପାଳିବେ ଭାଲେଣ୍ଟାଇନ୍ସ ଡେ । ହେଲେ ତା ପୂର୍ବରୁ ଆଜି ପରସ୍ପରକୁ ଟେଡି ବିୟର ଦେଇ ନିଜ ସଂପର୍କକୁ ସୁଦୃଢ କରିଛନ୍ତି ପ୍ରେମୀ ଯୁଗଳ । କାରଣ ଆଜି ହେଉଛି ଟେଡି ବିୟର ଡେ ।

ପ୍ରେମ । ଅଢେଇ ଅକ୍ଷର ଏଇ ଶଦ୍ଦ ଜୀବନକୁ କରିଦିଏ ରଙ୍ଗୀନ୍ । ସେଇଥି ପାଇଁ ତ ଭାଲେଣ୍ଟାଇନ୍ସ ଡେର ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବିଭିନ୍ନ ଡେ ସେଲିବ୍ରେସନ । ଏହି କ୍ରମରେ ରବିବାର ଥିଲା ଟେଡି ବିୟର ଡେ । ତେଣୁ ମନର ମଣିଷକୁ ଟେଡି ଟିଏ ଦେଇ ପରସ୍ପର ମଧ୍ୟରେ ସଂପର୍କକୁ ଗାଢ଼ କରିଛନ୍ତି ପ୍ରେମୀ ଯୁଗଳ । କାରଣ ଆଜିର ଟେଡ଼ି ହୃଦୟକୂ ଛୁଇଁବା ପରେ କାଲି ମିଳିବ ଲଙ୍ଗଟର୍ମ ପ୍ରତିଶ୍ରୁତି ବା ଅନବ୍ରେକେବଲ ପ୍ରମିଜ୍ । ଟେଡି କୁଆଡେ ଯେତେ ଦିନ ପାଖରେ ଥିବ, ସେତେ ଦିନ ଯାଏ ପ୍ରେମ ଅକ୍ଷୁର୍ଣ୍ଣ ରହିବ । ତେବେ କିଛି ପ୍ରେମିକ ଓ ପ୍ରେମିକାଙ୍କ ମତରେ ଟେଡ଼ି ଜଷ୍ଟ ଏ ସିମ୍ବଲ ଅଫ୍ ଲଭ୍ ନଥିଙ୍ଗ ଏଲସ୍ ।

ଭାଲେଣ୍ଟାଇନ୍ ଉଇକର ଚାହିଦାକୁ ଦେଖି ବଜାରରେ ବି ଉପଲବ୍ଧ ରହିଛି ଭଳିକି ଭଳି ଟେଡି । କେଉଁଠି ଭଏସ ରେକର୍ଡିଂ ଟେଡି ତ ପେନ୍ ରେ, ଚାବି ରିଙ୍ଗରେ, ଗୋଲାପରେ ସବୁଥିରେ ଟେଡ଼ି । ସବୁ ଟେଡ଼ି ଗିଫ୍ଟରେ ରହିଛି କିଛି ନା କିଛି ସ୍ବତନ୍ତ୍ରତା । ଦାମ୍ ବି ପକେଟକୁ ସହାଇଲା ଭଳି । ୯୯ଟଙ୍କରୁ ୧୦ହଜାର ମଧ୍ୟରେ ରହିଛି ଏସବୁ ରେଟ୍ । ନିଜ ସାଥୀ ପାଇଁ ମନ ପସନ୍ଦର ଟେଡ଼ି ଟିଏ ନେବା ପାଇଁ ମଲ୍, ସପିଂ କମ୍ପଲେକ୍ସରେ ବେଶ ଭିଡ଼ । ସେପଟେ କିଛି ଅଭିଭାବକଙ୍କ ମତରେ ଏହା ଆମ ସଂସ୍କୃତି ଓ ପରମ୍ପରା ନୁହେଁ । 

ମନ ଯଦି ମନ ସାଙ୍ଗରେ ମିଶିଛି ତା ହେଲେ ଭାଲେଣ୍ଟାଇନ୍ ଉଇକର କିଛି ମାନେ ନାହିଁ । ତଥାପି ପ୍ରେମ ପରିପ୍ରକାଶର ମାଧ୍ୟମ ପାଲଟିଛି ଟେଡି ଡେ ।ଯାହାବି ହେଉ ଟେଡ଼ି ପରେ ଆସୁଛି ପ୍ରମିଜ୍ ଡ଼େ । ଯାହାକି ମେ।ଷ୍ଟ ଇମ୍ପଟାଣ୍ଟ ଆଉ ବହୁତ ଦରକାରୀ ଶଦ୍ଦ ପ୍ରେମ ଡ଼ିକ୍ସନାରୀରେ । କାରଣ ପ୍ରମିସ ଭାଙ୍ଗିଗଲେ ଭାଙ୍ଗିଗଲେ ସମ୍ପର୍କ ।

   Related Posts