ଭୁବନେଶ୍ବର୧୩|୧; ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି ଟେଡ୍ ଇଭେଣ୍ଟ, ଟେଡ ଏକ୍ସ ସେକେଣ୍ଡ ଏଡିସନ। ଏଥର ଟେକ୍ ଏକ୍ସ ସୋଆର ଶୀର୍ଷକ ରହିଥିଲା -ଆର୍ଟ ଟୁ ହସଲ। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୮ ଜଣ ପ୍ରତିଷ୍ଠ ବ୍ୟକ୍ତିତ୍ବ ଏହି ଟେଡ ଟକ୍ରେ ରହିଥିଲେ ସ୍ପିକର। ପ୍ରତ୍ୟେକ ସ୍ପିକରଙ୍କର ସ୍ପିଚରେ ରହିଥିଲା ଜୀବନର ଲକ୍ଷ୍ୟରେ ଆଗେଇବା ଓ ଏହାକୁ ହାସଲ କରିବାର ବିଭିନ୍ନ ତରିକା।
{"id":73670}ଜୀବନରେ କପି କ୍ୟାଟ୍ ବନନ୍ତୁ ନାହିଁ। ନିଜକୁ ଚାନ୍ସ ଦିଅନ୍ତୁ। ଆପଣଙ୍କୁ ବି ସକ୍ସେ ମିଳିବ। ସେ ସୋସିଆଲ ମିଡିଆ ହେଉ ବା ନିଜ ସାମାଜିକ ପରିସର, ନିଜେ ଯାହା ସେ ହିସାବରେ ନିଜକୁ ଉପସ୍ଥାପିତ କରନ୍ତୁ, ଜୀବନ ସରଳ ହେବ। ସୋଆ ଟେଡ ଟକ୍ ଅବସରରେ ଏପରି କିଛି ମନ୍ତବ୍ୟ ରଖିଥିଲେ ୟୁଥ ମେଣ୍ଚର ଓ ଫ୍ୟାସନ ଆଇକନ୍ ନିରଜ ଗାବା।
{"id":73671}ବ୍ୟକ୍ତି ବିଶେଷ ହୁଅନ୍ତୁ ବା ଆନ୍ତ୍ରୋପ୍ରିନିଅର ବା ଷ୍ଟାର୍ଟଅପ୍ସ। ଆର୍ଥିକ ସ୍ବାଧିନତା ପାଇଁ ଚେଷ୍ଟା କରିବା ଆବଶ୍ୟକ। ଆର୍ଥିକ ପରିଚାଳନା କ୍ଷେତ୍ରରେ ନିଜକୁ ଯେତେ ଆପଣ ନିୟନ୍ତ୍ରିତ ରିଖିବେ ଜୀବନରେ ସେତିକି ସଫଳତା ପାଇବେ। ଗ୍ରୁପ ଜିର ନିର୍ଦ୍ଦେଶକ ଆଶିଷଗର୍ଗଙ୍କ ଟିପ୍ସ ଆଜିର ଷ୍ଟାର୍ଟଅପ୍ସ ଓ ଆନ୍ଥୋପ୍ରିନିଅରଙ୍କ ପାଇଁ ଥିଲା ଅତ୍ୟନ୍ତ ଉପଯୋଗୀ।
ନିଜର ନେଟୱର୍କ ନିଜର ନେଟ୍ ୱର୍ଥ। ସଂପର୍କ ବନାଇବା, ଏହାକୁ ବାଢାଇବା ଓ ଏହାର ସଦ୍ ବ୍ୟବହାର ଜୀବନରେ ବଡ଼ ପରିବର୍ତ୍ତନ ଆଣିଥାଏ ବୋଲି କହିଥିଲେ ସ୍କିଲେନ୍ଜାର ଫାଉଣ୍ଡର ଶୁଭେନ୍ଦୁ ପାଣିଗ୍ରାହୀ। ତେବେ ସଫଳତା ପାଇବା ପାଇଁ ବିଫଳତାର ଅଜଣା ଭୟରୁ ବାହାରିବା ନାହାନ୍ତି ଆବଶ୍ୟକ ବୋଲି କହିଥିଲେ ଏହି ଟେଡ୍ ଟକ୍ର ଅନ୍ୟତମ ସ୍ପିକର ବୈଶାଖି ଶାହା।
ଚଳିତ ବର୍ଷ ଥିଲା ସୋଆ ଟେଡ୍ ଏକ୍ସର ସେକେଣ୍ଡ ଏଡିସନ। ତେଣୁ ଏହାକୁ ନେଇ ଆୟୋଜକମାନେ ଥିଲେ ଉତ୍ସାହିତ।
ସୋଆ ଟେଡ୍ ଏକ୍ସର ଆୟୋଜନକୁ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ ପାର୍ଟିସିପାଣ୍ଟ ଓ ସ୍ପିକରମାନେ। ଭୁବନେଶ୍ବରରେ ଏଭଳି ଇଭେଣ୍ଟ ଏଠାକାର ଯୁବପିଢୀ ଓ ଇକୋସିଷ୍ଟମ ପାଇଁ ଅତି ଆବଶ୍ୟକ ବୋଲି କହିଥିଲେ।