Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ: ନିରପେକ୍ଷ ତଦନ୍ତ ପାଇଁ ପୁଣି ଆନନ୍ଦ ଟପୋଙ୍କ ବାପା ହାଇକୋର୍ଟଙ୍କ ଦ୍ୱାରସ୍ଥ
  • ||
  • ଫିଲ୍ମ ‘ଜ୍ୱିଗାଟୋ’କୁ ଏଣ୍ଟରଟେନ୍‌ମେଣ୍ଟ କର ଛାଡ଼ କଲେ ମୁଖ୍ୟମନ୍ତ୍ରୀ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ମୃତଦେହ, ଅଜଣା ଗାଡି ଧକ୍କା ଦେଇଥିବା ସନ୍ଦେହ
  • ||
  • ଭୁବନେଶ୍ବର : ବଳକା ଧାନ ଓ ଭାଗ ଚାଷୀଙ୍କୁ ନେଇ ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ଓ କଂଗ୍ରେସ ବିଧାୟକ ଦଳ ନେତା ମୁହାଁମୁହିଁ
  • ||
  • ଭୁବନେଶ୍ବର : ପୂର୍ବତନ ବିଧାୟିକା ଭଗବତୀ ପୂଜାରୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ
  • ||
  • ନୂଆପଡା : ଗାଁରେ ପଶି ବାଛୁରୀକୁ ମାରିଖାଇଲା ବାଘ ! ଗତିବିଧି ଅନୁଧ୍ୟାନ ପାଇଁ ଲାଗିଲା କ୍ୟାମେରା
  • ||
  • ବାଲିଗୁଡା : ଗଞ୍ଜେଇ ବୋଝେଇ ପିକ୍‌ଅପ୍‌କୁ ମାଡି ବସିଲା ପୋଲିସ, ମାଫିଆ ଫେରାର
  • ||
  • ସୁନ୍ଦରଗଡ଼ : ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା, ପାରିବାରିକ କଳହ ହିଁ ନେଲା ଉଭୟଙ୍କ ଜୀବନ
  • ||
  • କାମାକ୍ଷାନଗର : ଟ୍ରେନ୍ ଲାଇନ୍‌ରୁ ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଠାବ, ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ
  • ||

ଫ୍ଲାଇଟରେ ମାସ୍କ ହଟାଇବାକୁ କହିଲେ ଟେକ୍ ଟାଇକୁନ, ୨୩୦ ମିଲିୟନ ଅଫରକୁ ପ୍ରତ୍ୟାଖାନ କଲେ ମହିଳା

18/03/2023 at 10:38 AM

ନୂଆଦିଲ୍ଲୀ ୧୮/୦୩: ଫ୍ଲାଇଟ୍‌ରେ ଜଣେ ମହିଳାଙ୍କୁ ମାସ୍କ ହଟାଇବାକୁ ଦାବି କଲେ ବିଜନେସ୍‌ ଟାଇକୁନ୍ । ଏପରିକି ୧୦୦,୦୦୦ ଡଲାର ଯାଚିଥିବା ଯାହା ଏବେ ସବୁଠି ଚର୍ଚ୍ଚା ହୋଇଛି । ଏପରିକି ଟ୍ୱିଟ୍‌ରେ ଏହି ଘଟଣା ଜୋରସୋରରେ ହେଡଲାଇନ୍‌ରେ ଅଛି । ତେବେ ଏହି ଘଟଣା ପରେ ମୁହଁ ଖୋଲିଛନ୍ତି ନିଜେ ବିଜନେସ୍ ଟାଇକୁନ୍ । ସେ ହେଉଛନ୍ତି ଟେକ୍ ଟାଇକୁନ୍ ଷ୍ଟିଭ୍ କିର୍ଶ ।

କିର୍ଶ ୧୦ ମାର୍ଚ୍ଚରେ ପ୍ରକାଶ ପାଇଥିବା ଟ୍ୱିଟ୍‌ ଉପରେ ପ୍ରତିକ୍ରିୟା ରଖି କହିଛନ୍ତି ଡେଲଟା ଫ୍ଲାଇଟ୍‌ରେ ନିଜ ସାଥୀ ମହିଳା ଯାତ୍ରୀଙ୍କୁ ମାସ୍କ କାଢିବାକୁ ସେ ୧୦୦,୦୦୦ ଡଲାର୍‌ର ଅଫର ଦେଇଥିଲେ । ସେ ଆହୁରି କହିଥିଲେ ଫାଷ୍ଟ କ୍ଲାସ୍‌ରେ ଯାତ୍ରା କରୁଥିବା ମହିଳା ଜଣଙ୍କ ଏହି ଅଫର୍‌କୁ ପ୍ରତ୍ୟାଖ୍ୟାନ କରିଥିଲେ । କିର୍ଶ ଟ୍ୱିଟ୍ କଲେ ଲେଖିଥିଲେ, ମୁଁ ଏଭି ଡେଲଟା ଫ୍ଲାଇଟ୍‌ରେ ଯାତ୍ରା କରୁଛୁ ।

ପାଖରେ ବସିଥିବା ମହିଳା ପୁରା ଫ୍ଲାଇଟ୍‌ରେ ନିଜର ମାସ୍କ କାଢିବା ଏବଂ ଏହା ବଦଳରେ ୧୦୦,୦୦୦ ଡଲାର ଦେବାର ଅଫରକୁ ମନା କରିଥିଲେ । ଏହା ମଜ୍ଜାକ୍ ନୁହେଁ, କାରଣ ମହିଳା ଜଣଙ୍କ ଗୋଟିଏ ଫାର୍ମା କମ୍ପାନୀରେ କାମ କରନ୍ତି ।

ଏହି ବିବାଦର ଗୋଟିଏ ସପ୍ତାହ ପରେ କିର୍ଶ ଏବେ ନ୍ୟୁ ୟର୍କ ପୋଷ୍ଟଚକୁ କହିଥିଲେ କି ମୋତେ ଏହି ଘଟଣାକୁ ନେଇ କୌଣସି ପଶ୍ଚାତାପ ନାହିଁ । ସେ ଆହୁରି କହିଛନ୍ତି କଥାବାର୍ତ୍ତା ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା । ତେବେ ଏହି ପ୍ରସ୍ତାବ ଥିଲା କାଳ୍ପନିକ । କିର୍ଶ ପ୍ରଥମରୁ ହିଁ ମାସ୍କ ବିରୋଧୀ କରିଆସୁଛନ୍ତି ।

   Related Posts