ନୂଆଦିଲ୍ଲୀ: କରୋନା କାଳ ପରେ ସ୍ଥିତି ସୁଧୁରୁଥିଲେ ବି ଛଟେଇର ଧାରା ଜାରି ରହିଛି। ସେତେବେଳେ ଆର୍ଥିକ ନିଣ୍ଟ ଯୋଗୁ କମ୍ପାନୀ ଛଟେଇ କରୁଥିଲେ। ଏବେ ଟେକ୍ନୋଲୋଜୀର ବ୍ୟବହାରରେ ମଣିଷର ଆବଶ୍ୟକତା କମିଯାଇଛି। ଏଥିପାଇଁ ବିଭିନ୍ନ କମ୍ପାନୀ ଲୋକଙ୍କ ଦ୍ୱାରା କରୁଥିବା କାମ ଟେକ୍ନୋଲୋଜୀ ଦ୍ୱାରା କରିବା ସହ ଛଟେଇ କରୁଛି।
ଟେକ୍ କମ୍ପାନୀଗୁଡ଼ିକ ଅଧିକ ଛଟେଇ କରୁଛନ୍ତି। ଟେକ୍ କ୍ଷେତ୍ରରେ ୨୦୨୪ରେ ମାତ୍ର ଦୁଇ ମାସରେ ୫୦ କର୍ମଚାରୀଙ୍କୁ ଛଟେଇ କରାଯାଇଛି। ଛଟେଇକୁ ଟ୍ରାକ୍ କରୁଥିବା ୱେବ୍ସାଇଟ୍ ଲେଅଫ୍.ଫାଇ(Layoffs.fyi.)ର ରିପୋର୍ଟ ଅନୁସାରେ, ଅର୍ଥନୈତିକ ଅସ୍ଥିରତା, ଗୁରୁତ୍ୱ ଦେଖି ବ୍ୟବସାୟ ପରିବର୍ତ୍ତନ କରିବା କାରଣରୁ ଏକାଧିକ କମ୍ପାନୀ ଛଟେଇ କରୁଛନ୍ତି।
କେଉଁ କମ୍ପାନୀ କେତେ ଛଟେଇ କରିଛି ଜାଣନ୍ତୁ-
ସିସ୍କୋ- କମ୍ପାନୀ ୪ ହଜାରରୁ ଅଧିକ କର୍ମଚାରୀ ଛଟେଇ କରିଛି। କମ୍ପାନୀ ନିଜ କର୍ମଚାରୀ ବଳର ୫ ପ୍ରତିଶତ ୪,୨୫୦ କର୍ମଚାରୀ ଛଟେଇ କରିବ ବୋଲି ଘୋଷଣା କରିଛି। କମ୍ପାନୀ ହାଇ-ଗ୍ରୋଥ ଏରିଆରେ ନିଜର ବ୍ୟବସାୟ ବଢ଼ାଇବ ବୋଲି ଚିନ୍ତା କରି ଏହି ଛଟେଇ କରିଛି।
ଏକ୍ସପିଡିଆ- ଟ୍ରାଭେଲ୍ ୱେବ୍ସାଇଟ୍ କମ୍ପାନୀ ଏକ୍ସପିଡିଆ ୧୫୦୦ କର୍ମଚାରୀ ଛଟେଇ କରିଛି। ବିଶେଷ କରି ଟେକ୍ ଡିଭିଜନରୁ ଏହି ଛଟେଇ କରାଯାଇଛି। ଟେକ୍ନୋଲୋଜୀ କ୍ଷେତ୍ର ଋଣ ବଢ଼ିଯିବାକୁ ଯୋଗୁ ଛଟେଇ କରିବାକୁ ବାଧ୍ୟ ହେଲୁ ବୋଲି ଏକ୍ସିପିଡିଆ ସିଇଓ ସୂଚନା ଦେଇଛନ୍ତି।
ସୋନୀ- ଏଣ୍ଟରଟେନ୍ମେଣ୍ଟ ପକ୍ଷରୁ ୯୦୦ କର୍ମଚାରୀ ଛଟେଇ କରାଯାଇଛି। ଏହା ହେଉଛି ସାରା ବିଶ୍ୱରେ କମ୍ପାନୀରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂଖ୍ୟାର ୮ ପ୍ରତିଶତ। ଗେମିଂ କମ୍ପାନୀ ସୋନୀ କହିଛି ଯେ ବିଶ୍ୱରେ ଥିବା ସୋନୀ ଷ୍ଟୁଡିଓରେ ନଟି ଡଗ ଓ ଇନ୍ସମନିଆକ୍ ଗେମ୍ରେ କ୍ଷତି ହୋଇଛି। ଏଥିପାଇଁ କମ୍ପାନୀ ଛଟେଇ କରିଛି।
ଆମାଜନ- କମ୍ପାନୀ ନିଜର ମେଡିକାଲ ଓ ଫାର୍ମାସୀ ବିଭାଗରୁ ୪୦୦ କର୍ମାଚାରୀ ଛଟେଇ କରିଛି। କମ୍ପାନୀରେ ପୁନଃ ବ୍ୟବସ୍ଥା କରିବା ଓସ୍ୱାସ୍ଥ୍ୟ ଦିଗରେ ଆହୁରି ଗୁରୁତର ସହ କାର୍ଯ୍ୟ କରିବା ପାଇଁ ଏହି ଛଟେଇ କରାଯାଇଛି ବୋଲି କମ୍ପାନୀର ପ୍ରବକ୍ତା କହିଛନ୍ତି।
ପଢନ୍ତୁ-Google ଭାରତର ୧୦ ଆପ ବିରୋଧରେ କରିବ କାର୍ଯ୍ୟାନୁଷ୍ଠାନ, ସୁପ୍ରିମକୋର୍ଟରୁ ବି ମିଳିଲାନି ଆଶ୍ୱସ୍ତି
ସେହିପରି ସ୍ନାପ ୫୨୮(୧୦ ପ୍ରତିଶତ) କର୍ମଚାରୀ ଛଟେଇ କରିଥିବା ବେଳେ ଡେଟିଂ ଆପ୍ ବମ୍ବଲେ ୩୫୦(୩୦ ପ୍ରତିଶତ) କର୍ମଚାରୀ, ପାରାମାଣ୍ଟ ୮୦୦(୩ ପ୍ରତିଶତ), ଇଏ ୬୫୦(୫ ପ୍ରତିଶତ), ଇନ୍ଷ୍ଟାକାର୍ଟ ୨୫୦(୭ ପ୍ରତିଶତ), ଗ୍ରାମାର୍ଲି ୨୩୦ (୨୩ ପ୍ରତିଶତ) କର୍ମଚାରୀ, ଫାୟାରଫକ୍ସ ମୋଜିଲା ୬୦ (୫ ପ୍ରତିଶତ) କର୍ମଚାରୀ ଛଟେଇ କରିବାକୁ ଘୋଷଣା କରିଛନ୍ତି।
ଚଳିତ ବର୍ଷ ଜାନୁଆରୀ ମାସରେ ୪୯,୦୦୦ କର୍ମଚାରୀ ଛଟେଇ କରାଯାଇଥିଲା। ଏଥିରେ ମାଇକ୍ରୋସଫ୍ଟ, ଆମାଜାନ, ସେଲ୍ଫୋର୍ସ ଆଦି ବଡ଼ ବଡ଼ ଟେକ୍ କମ୍ପାନୀ ଛଟେଇ କରିଥିଲେ।