ନୂଆଦିଲ୍ଲୀ ୨୩।୨: ଟେକ୍ ଦିଗ୍ଗଜ ଗୁଗଲ ତାଙ୍କର ଜେମିନି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଇମେଜ ଜେନେରେଟର ଫିଚର ଉପରେ ରୋକ ଲଗାଇଛନ୍ତି। ଜେମିନି ଏଆଇର ଇମେଜ ଜେନେରେଟର ଟୁଲ ଡାୟଭର୍ସିଟି ନାମରେ ଐତିହାସିଲ ଫଟୋ ଚିତ୍ରକୁ ତ୍ରୁଟିପୂର୍ଣ୍ଣ ପ୍ରଦର୍ଶନ କରିଛି। ଯେଉଁଥି ପାଇଁ ଗୁଗଲଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶରବ୍ୟ ହେବାକୁ ପଡୁଛି। ଏଣୁ ଗୁଗଲ ବର୍ତ୍ତମାନ ନିମନ୍ତେ ଜେମିନି ଇମେଜ ଜେନେରେଟର ଟୁଲ ଉପରେ ରୋକ ଲଗାଇଛନ୍ତି। ଏହା ପୂର୍ବରୁ ଗୁଗଲ ପ୍ରାରମ୍ଭିକ ପର୍ଯ୍ୟାୟରେ ‘ବାର୍ଡ’ ଉପରେ ମଧ୍ୟ ରୋକ ଲଗାଇଥିଲେ।
wp:html/wp:htmlIt's embarrassingly hard to get Google Gemini to acknowledge that white people exist pic.twitter.com/4lkhD7p5nR
— Deedy (@debarghya_das) February 20, 2024
ରିପୋର୍ଟ ଅନୁସାରେ ସୋସିଆଲ ମିଡିଆରେ ୟୁଜର୍ସ ମଡେଲ ଦ୍ୱାରା ତିଆରି ହୋଇଥିବା ଫଟୋ ସେୟାର କରି ଏଆଇ ଟୁଲ ଐତିହାସିକ ବ୍ୟକ୍ତିତ୍ୱଙ୍କ ଫଟୋକୁ ତ୍ରୁଟିପୂର୍ଣ୍ଣ କ୍ରିଏଟ କରୁଥିବାର ଅଭିଯୋଗ କରିଥିଲେ। ଏଥିରେ ଅଧିକାଂଶ ଲୋକଙ୍କ ରଙ୍ଗକୁ ନେଇ ପ୍ରଶ୍ନ କରାଯାଇଛି, ଯେଉଁଥିରେ ଇତିହାସର ଦୃଶ୍ୟ ମଧ୍ୟ ସାମିଲ ଥିଲା। ଅର୍ଥାତ ଗୁଗଲଙ୍କ ଏଆଇ ମଡେଲ ଲୋକଙ୍କୁ ସେମାନଙ୍କ ରଙ୍ଗ ଆଧାରରେ ଭୁଲ ରୂପେ ଚିତ୍ରଣ କରୁଛି।
{"id":912697,"sizeSlug":"full","linkDestination":"none"}
ତେବେ ଗୁଗଲ ବୁଧବାର ଏକ୍ସ ରେ କରିଥିବା ଏକ ପୋଷ୍ଟରେ କହିଥିଲେ ଯେ ଏଆଇ ଫିଚର ବ୍ୟାପକ ରୂପେ ଲୋକଙ୍କ ଏକ ବିସ୍ତୃତ ସିରିଜ ଜେନେରେଟ କରିପାରେ। ଏମିତିରେ ଏହା ଏକ ଭଲ କଥା, କାରଣ ସାରା ବିଶ୍ୱର ଲୋକେ ଏହାର ଉପଯୋଗ କରନ୍ତି। ହେଲେ ଗୁଗଲ ଏବେ ତାଙ୍କ ଜେମିନି ଏଆଇ ଟୁଲ ଉପରେ ରୋକ ଲଗାଇଦେଇଛନ୍ତି। ଗୁଗଲ ଏକ୍ସ ରେ କରିଥିବା ପୋଷ୍ଟରେ ଏ ନେଇ ସୂଚନା ଦେଇଛନ୍ତି। ଏଥିରେ ଗୁଗଲ ଲେଖିଛନ୍ତି ଯେ ‘ଆମେ ଜେମିନି ଫଟୋ ଜେନେରେସନ ଫିଚରର ବର୍ତ୍ତମାନ ସମସ୍ୟା ସମାଧାନ ନିମନ୍ତେ କାମ କରୁଛୁ।’