ଏକ୍ସଆଇଏମ୍ ୟୁନିଭର୍ସିଟିରେ ଟେକ୍-ଫେଷ୍ଟ୍ ‘ସିଂକ୍ରୋନାଇଜ୍’ ଆୟୋଜିତ

Published By : Prameya-News7 Bureau | January 20, 2023 IST

ଭୁବନେଶ୍ୱର: ଏକ୍ସଆଇଏମ୍ ୟୁନିଭର୍ସିଟିରେ ସ୍କୁଲ୍ ଅଫ୍ କଂପ୍ୟୁଟର୍ ସାଇନ୍ସ୍ ଆଣ୍ଡ୍ ଇଂଜିନିୟରିଂ ପକ୍ଷରୁ ଆୟୋଜିତ ହୋଇଛି ପ୍ରଥମ ଟେକ୍-ଫେଷ୍ଟ୍ ‘ସିଂକ୍ରୋନାଇଜ୍’ ।  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଥିବା ବିଚାର ଓ ସୃଜନଶୀଳତାକୁ ଦର୍ଶାଇବାର ପ୍ରୟାସ କରିଛି ଏହି ମଞ୍ଚ । ୩ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ସକ୍ରିୟ ଭାବରେ ଭାଗ ନେଇଛନ୍ତି । ଉଭୟ ବୈଷୟିକ ଏବଂ ଅଣ-ବୈଷୟିକ ପାଠ୍ୟକ୍ରମକୁ ଦୃଷ୍ଟିରେ ରଖି ନାନା ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମ ଏଠାରେ ଦେଖିବାକୁ ମିଳିଛି ।

{"id":735499,"sizeSlug":"full","linkDestination":"none"}

ଛାତ୍ରଛାତ୍ରୀଙ୍କ ପାଇଁ କୋଡିଂ ଆଣ୍ଡ୍ ଡିବଗିଙ୍ଗ୍, ଗେଷ୍ଟ୍ ଲେକ୍ଚର୍ସ୍, ଷ୍ଟାର୍ଟ୍ ଅପ୍ ପାର୍କ୍, ଟ୍ରେଜର୍ ହଣ୍ଟ , ଏଆଇ ଆର୍ଟ୍ ଏକ୍ଜିବିସନ୍, କଲ୍ ଫର୍ ପୋଷ୍ଟର୍ସ୍, ଅବ୍ଷ୍ଟାକଲ୍ କୋର୍ସ୍ ଆଦି ଇଭେଣ୍ଟ୍ ଏଥିରେ ସ୍ଥାନ ପାଇଛି । ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ, ରାମ୍ପ୍ ସୋ ଓ ଡିଜେ ନାଇଟ୍ ଏଠାରେ ସ୍ୱତନ୍ତ୍ର ଆକର୍ଷଣ ହେବ । ଜାନୁଆରୀ ୨୦ରୁ ଆରମ୍ଭ ହୋଇଥିବା  ‘ସିଂକ୍ରୋନାଇଜ୍’ ଟେକ୍-ଫେଷ୍ଟ୍ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.