୭୦,୦୦୦ କର୍ମଚାରୀଙ୍କ ଛଟେଇ ମାନ୍ଦାବସ୍ଥାର ସଂକେତ କି ?
26/01/2023 at 10:58 PM

ନୂଆଦିଲ୍ଲୀ: ଟେକ୍ କମ୍ପାନି ଗୁଡିକ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ନିଜର ନୂଆ ଗେଜେଟକୁ ନେଇ ତ କେତେବେଳେ ବଡ଼ ଧରଣରେ କର୍ମଚାରୀ ଛଟେଇକୁ ନେଇ ପ୍ରସଙ୍ଗ ପାଲଟିଥାନ୍ତି । ଚଳିତ ବର୍ଷର ଡାଟାକୁ ନଜର ପକାଇଲେ ଅନେକ ବଡ଼ ଟେକ୍ କମ୍ପାନି ବର୍ତ୍ତମାନ ସୁଦ୍ଧା ୭୦,୦୦୦ରୁ ଅଧିକ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରିଛନ୍ତି ।
ଆଶ୍ଚର୍ଯ୍ୟର ବିଷୟ ଏହା ଯେ କରୋନା ମହାମାରୀ ଶେଷ ହେବା ପରେ ଦୁନିଆର ଅର୍ଥନୀତି ଟ୍ରାକକୁ ଫେରୁଥିବା ବେଳେ ଆଇଟି କମ୍ପାନି ଗୁଡିକ ବଡ଼ ଧରଣରେ କର୍ମଚାରୀଙ୍କୁ ବାହାର କରୁଛନ୍ତି । ଟେକ କମ୍ପାନି ଗୁଡ଼ିକ ଚଳିତ ବର୍ଷ ପ୍ରାୟ ୭୦ ହଜାର, ପୂର୍ବ ବର୍ଷ (୨୦୨୨)ରେ ପ୍ରାୟ ଦେଢ ଲକ୍ଷ କର୍ମଚାରୀଙ୍କୁ ଛଟେଇ କରିଥିଲେ ।
ଆଲ୍ଫାବେଟ୍- ୧୨,୦୦୦ କର୍ମଚାରୀ
ଆମାଜନ- ୧୮,୦୦୦ କର୍ମଚାରୀ
ମେଟା- ୧୧,୦୦୦ କର୍ମଚାରୀ
ମାଇକ୍ରୋସପ୍ଟ- ୧୦,୦୦୦ କର୍ମଚାରୀ
ଟ୍ୱିଟର- ୪,୦୦୦ କର୍ମଚାରୀ
ସେଲ୍ସଫୋର୍ସ- ୮,୦୦୦ କର୍ମଚାରୀ
ୱିପ୍ରୋ- ୪୦୦ କର୍ମଚାରୀ
ସ୍ୱିଗି- ୩୮୦ କର୍ମଚାରୀ
ମେଡିବଡି- ୨୦୦ କର୍ମଚାରୀ
ଓଲା- ୨୦୦ କର୍ମଚାରୀ
ସୋଫୋସ- ୪୫୦ କର୍ମଚାରୀ
ଏହା ବ୍ୟତିତ ଟେସଲା, ନେଟଫ୍ଲିକ୍ସ, ରବିନ ହୁଡ, କାଇନବେସ ଏବଂ ସ୍ପଟିକ ସହ ଅନେକ ଏହି ଶ୍ରେଣୀର କମ୍ପାନି କର୍ମଚାରୀ ଛଟେଇ କରିଛନ୍ତି ।
ତେବେ ଏଥିରେ ଡାଉନଷ୍ଟ୍ରିଟ୍ ଛଟେଇ ସାମିଲ ନାହିଁ । ବିଶେଷଜ୍ଞଙ୍କ ମତରେ ଅନେକ କାରଣରୁ କମ୍ପାନି ଗୁଡିକ ଛଟେଇ କରୁଛନ୍ତି । ଏଥିରୁ ଗୋଟିଏ ହେଉଛି ବୈଶ୍ୱିକ ମାନ୍ଦାବସ୍ଥା । ଦୁନିଆର ଅନେକ ଦେଶର ଅର୍ଥନୀତି ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛି । ରୁଷ ଏବଂ ୟୁକ୍ରେନ ଯୁଦ୍ଧ ଯୋଗୁଁ ମଧ୍ୟ ବିଶ୍ୱ ଅର୍ଥନୀତି ଚାପରେ ରହିଛି । ଆପଲ (Apple) ଏକ ଅପବାଦ ଅଟେ । ଏହି କମ୍ପାନି ଅନେକ ବର୍ଷ ଧରି ନିଜ କର୍ମଚାରୀଙ୍କ ସନ୍ତୁଳନ ବଜାଇ ରଖିବା ଉପରେ ଜୋର ଦେଇଛି । ଆପଲ କର୍ମଚାରୀଙ୍କ ସଂଖ୍ୟାରେ ବୃଦ୍ଧି ରୋକ ଲଗାଇଥିଲା, ଏବଂ କର୍ମଚାରୀଙ୍କ ସଂଖ୍ୟା କମ କରିଥିଲା ।